ଅସୀମିତ କଲ, ମାଗଣା ଡାଟା ପ୍ୟାକେଜ: ଘୋଷଣା କଲେ ଏୟାରଟେଲ, ବିଏସ୍ଏନ୍ଏଲ୍ ଓ ଆଇଡିଆ

ନୂଆଦିଲ୍ଲୀ: ଏଣିକି ଜିଓକୁ ଟକ୍କର ଦେବେ ଏୟାରଟେଲ, ବିଏସ୍ଏନ୍ଏଲ୍ ଓ ଆଇଡିଆ । ସର୍ବସାଧାରଣରେ ସେବା ଆରମ୍ଭ କରିବା ଦିନଠୁ ‘ରିଲାଏନ୍‌ସ୍‌ ଜିଓ’ ଭାରତୀୟ ଟେଲିଯୋଗାଯୋଗ ବ୍ୟବସାୟରେ ବ୍ୟାଘାତ ସୃଷ୍ଟି କରିଛି। ଜୀବନବ୍ୟାପି ମାଗଣା ଭଏସ୍‌ କଲିଂ ଏବଂ ଅନ୍ୟାନ୍ୟ ଅଫର୍‌ ସହ ଅତି ଦ୍ରୁତ ଇଣ୍ଟର୍‌ନେଟ୍‌ ଯୋଗାଉଥିବା ଫୋର୍‌ଜି, ଟେଲିସେବା ଯୋଗାଉଥିବା ଅନ୍ୟାନ୍ୟ କମ୍ପାନିମାନଙ୍କର ବ୍ୟବସାୟ ପ୍ରଣାଳୀରେ ଥରକୁ ଥର ପରିବର୍ତ୍ତନ ଆଣୁଛି। ଟେଲିଯୋଗାଯୋଗ କ୍ଷେତ୍ରକୁ ରିଲାଏନ୍ସ୍ ଜିଓର ପ୍ରବେଶ ଯୋଗୁଁ ଉପୁଜିଥିବା ବ୍ୟବସାୟିକ ପ୍ରତିଦ୍ୱନ୍ଦିତାରେ ତିଷ୍ଠିବାକୁ ସେମାନେ ନିଜ ମାର୍କେଟିଂର ଢାଞ୍ଚା ବଦଳାଇବାକୁ ବାଧ୍ୟ ହେଉଛନ୍ତି। ପୂର୍ବରୁ ଜିଓ ଯୋଗୁଁ ଏୟାର୍‌ଟେଲ୍‌, ଭୋଡ଼ାଫୋନ୍‌ ଏବଂ ବିଏସ୍‌ଏନ୍‌ଏଲ୍‌ ସେମାନଙ୍କ ଡାଟା ପ୍ୟାକ୍‌ ମୂଲ୍ୟ ବଦଳାଇଥିଲେ। ଏବେ ପୁଣି ଦେଶର ଅନେକ ଟେଲିକମ୍‌ କମ୍ପାନି ବିଭିନ୍ନ ଅଫର୍‌ ଦେଲେଣି। ରିଲାଏନ୍‌ସ୍‌ ଜିଓ, ଏୟାର୍‌ଟେଲ୍‌ ଏବଂ ଆଇଡିଆ ସେଲୁଲାର୍‌ ଅସୀମିତ କଲ୍‌ ପ୍ଲାନ୍‌ ପ୍ରଚଳନ କରିବାରୁ ଏବେ ଭାରତ ସଞ୍ଚାର ନିଗମ ଲିମିଡେଟ୍‌ ମଧ୍ୟ ସେ ପରି ସେବା ଆରମ୍ଭ କରିଛି। ୩୯୯ ଟଙ୍କା ନୂଆ ରିଚାର୍ଜ ପ୍ୟାକ୍‌ରେ ବିଏସ୍‌ଏନ୍‌ଏଲ୍‌ ଆରମ୍ଭ କରିଛି ଫ୍ରି’ ଭଏସ୍‌ କଲିଂ ଏବଂ ଓ୍ଵାନ୍‌ଜିବି ଫ୍ରି’ ଡାଟା ସର୍ଭିସ୍‌ । ଦେଶର ଅନେକ ଭାଗରେ ଫୋର୍‌ଜି ସେବା ପ୍ରତିଷ୍ଠା କରିବାକୁ ବିଏସ୍‌ଏନ୍‌ଏଲ୍‌ ଉଦ୍ୟମ ଚାଲୁ ରଖିଛି। ବିନା କୌଣସି ଅନ୍ତର୍ହିତ ଦେୟରେ ଏହି ଯୋଜନା ପ୍ରଚଳିତ ଟୁଜି, ଥ୍ରିଜି ଏବଂ ଫୋର୍‌ଜି ସେବା ପାଇଁ ମଧ୍ୟ ଲାଗୁହେବ। ସର୍କ୍ୟୁଲାର୍‌ ଭିତ୍ତିରେ ବିଏସ୍‌ଏନ୍‌ଏଲ୍‌ ୧୦୦ ଏବଂ ୧୫୦ ଟଙ୍କାରେ ଆଉ ଏକ ପ୍ୟାକେଜ୍‌ ଆରମ୍ଭ କରିଛି। ଏଥିରେ ବିଏସ୍‌ଏନ୍‌ଏଲ୍‌ରୁ ବିଏସ୍‌ଏନ୍‌ଏଲ୍‌କୁ ମାଗଣା କଲ୍‌ କରିହେବ। ନିକଟ ଅତୀତରେ ଦେଶ ଚାଳିତ ଏହି କମ୍ପାନି କେବଳ ୯୯ ଟଙ୍କାରେ ୨୮ ଦିନ ବୈଧ୍ୟତା ବିଶିଷ୍ଟ ବିଏସ୍‌ଏନ୍‌ଏଲ୍‌ରୁ ବିଏସ୍‌ଏନ୍‌ଏଲ୍‌କୁ ମାଗଣା ଲୋକାଲ୍‌ ଏବଂ ଏସ୍‌ଟିଡି କଲ୍‌ ସହ ୩୦୦ ଏମ୍‌ବି ଡାଟାର ଏକ ସେବା ପ୍ରିପେଡ୍‌ ଗ୍ରାହକମାନଙ୍କ ପାଇଁ ଆରମ୍ଭ କରିଛି। ଏହା ବାଦ ବିଏସ୍‌ଏନ୍‌ଏଲ୍‌ ଆଉ ଏକ ନୂତନ ଅଫର୍‌ ମଧ୍ୟ ଆରମ୍ଭ କରିଛି। ତାହା ହେଲା ୭୮୬ ଟଙ୍କାରେ ରିଚାର୍ଜ କରି ଜଣେ ୯୦୦ ଟଙ୍କାର କଲ୍‌ କରିବା ସହ ୩୦୦ ଏମ୍‌ବି ଡାଟା ବ୍ୟବହାର କରିପାରିବ। ୨୦୧୭ ସୁଦ୍ଧା ବିଭିନ୍ନ ସର୍କଲ୍‌ରେ ବିଏସ୍‌ଏନ୍‌ଏଲ୍‌ ଫୋର୍‌ଜି ସେବା ଯୋଗାଇବା ପାଇଁ ତତ୍ପରତା ପ୍ରକାଶ କରିଛି। ଏହି ଦୌଡ଼କୁ ଅନୁସରଣ କରି ଏୟାର୍‌ଟେଲ୍‌ ଏବଂ ଆଇଡିଆ ମଧ୍ୟ ୩୪୫ ଟଙ୍କାରେ ଫୋର୍‌ଜିବି ଡାଟାର ଇଣ୍ଡିଆ ପ୍ଲସ୍‌ ଓ୍ଵାନ୍‌ ଜିବି ଯେ କୌଣସି ନେଟ୍‌ଓ୍ଵାର୍କକୁ ଅସୀମିତ କଲ୍‌ ସେବା ଆରମ୍ଭ କରିଛନ୍ତି। ୩୪୮ ଟଙ୍କାରେ ଟାଟା ଡୋକୋମୋ ଫାଇଭ୍‌ଜିବିର ଟୁଜି ଏବଂ ଥ୍ରିଜି ଡାଟା ସହ ଅସୀମିତ କଲ୍‌ ସେବା ଯୋଗାଣ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here