You are here
Home > ଏକ୍ସକ୍ଲୁସିଭ୍ > ରାଜ୍ୟ କଂଗ୍ରେସରେ ସବୁ ଏକ ପ୍ରସାଦ ଏକ୍କା : ପ୍ରସାଦଙ୍କୁ ବୈଠକରୁ ବିଦା କରି ବାକି ଆଲୋଚନା କଲେ ରାହୁଲ

ରାଜ୍ୟ କଂଗ୍ରେସରେ ସବୁ ଏକ ପ୍ରସାଦ ଏକ୍କା : ପ୍ରସାଦଙ୍କୁ ବୈଠକରୁ ବିଦା କରି ବାକି ଆଲୋଚନା କଲେ ରାହୁଲ

ଭୁବନେଶ୍ୱର: କଂଗ୍ରେସରୁ ମୁଁ ହଟିଛି ଏବେ କେବଳ ଆମେ । ପିସିସି ସଭାପତି ପଦରୁ ପ୍ରସାଦ ହଟିବା ପରେ କଂଗ୍ରେସରେ ଚାଲିଛି ଏମିତି କିଛି ଚର୍ଚ୍ଚା । ପିସିସି ସଭାପତି ପଦରୁ ହଟିବା ପରେ ପ୍ରସାଦ ଏବେ କୁଆଡେ ଏକ ଘରିକିଆ ହୋଇ ଯାଇଛନ୍ତି । କାହିଁକି ନା ପ୍ରସାଦଙ୍କୁ ଛାଡି ତାଙ୍କ ସମର୍ଥକ ଏବେ ନୂଆ ଟିମରେ ସାମିଲ ହୋଇଛନ୍ତି । ଏମିତିକି ପ୍ରସାଦଙ୍କ କ୍ୟାମ୍ପର ଅନେକ ନେତା ଯେଉଁ ମାନେ ଦିନେ ପ୍ରସାଦ ସଭାପତି ଭାବେ ରହିବାକୁ ଯୁକ୍ତି କରି ନିରଞ୍ଜନଙ୍କୁ ବିରୋଧ କରୁଥିଲେ ସେମାନେ ବି ପ୍ରସାଦଙ୍କୁ ଛାଡି ନିରଞ୍ଜନଙ୍କ ଟିମରେ । ଏହି ତାଲିକା ଭିତରେ ସବୁଠୁ ଆଗରେ ଅଛନ୍ତି ଶ୍ରୀକାନ୍ତ ଜେନା । ପିସିସିରେ ଚର୍ଚ୍ଚା ଚାଲିଥିଲା ଯେ,ପ୍ରସାଦ ପିସିସି ସଭାପତି ଥିବାବେଳେ ଶ୍ରୀକାନ୍ତଙ୍କ ଉପଦେଶ ନେଉଥିଲେ । ନିରଞ୍ଜନଙ୍କୁ ବିରୋଧ କରିବା ଭିତରେ ଶ୍ରୀକାନ୍ତ କାଳେ ଥିଲେ ଜଣେ ପ୍ରମ୍ମୁଖ ନେତା । ହେଲେ ସେ ଏବେ ପିସିସିର ନୂଆ ଟିମରେ ଇସ୍ତାହାର କମିଟି ଅଧ୍ୟକ୍ଷ । କେବଳ ଶ୍ରୀକାନ୍ତ ନୁହଁନ୍ତି ପ୍ରସାଦଙ୍କର ଆଉ ଜମେ ବଡ ସମର୍ଥକ ଶରତ ରାଉତ ଏବେ ଇସ୍ତାହାର କମିଟି ଆବାହକ ଭାବେ ଦାୟିତ୍ୱ ପାଇଛନ୍ତି । ନିରଞ୍ଜନଙ୍କୁ ଭିତିରି ବିରୋଧ କରୁଥିବା ଜୟଦେବ ଜେନା ପିସିସି କୋର କମିଟିର ଅଧ୍ୟକ୍ଷ,ଶରତ ପଟ୍ଟନାୟକ କୋର କମିଟି ଆବାହକ ଥିବାବେଳେ ଜଗନ୍ନାଥ ପଟ୍ଟନାୟକ ସମନ୍ୱୟ କମିଟି ଆବାହକ ହୋଇଛନ୍ତି । ଏମିତିବି ଦେଖିବାକୁ ଗଲେ ନୂଆ ଟିମରେ ଏକାଠିି ହୋଇଛନ୍ତି ପ୍ରସାଦ ବିରୋଧୀ ଓ ସମର୍ଥକ । ସହିପରି ମୁଳରୁ ପ୍ରସାଦ ହଟାଅ ଅଭିଯାନରେ ସାମିଲ ହୋଇଥିବା ସିଏଲପି ଏମିତିବି ନିରଞ୍ଜନଙ୍କୁ ସମର୍ଥନ କରୁଥିଲେ । ଏସବକୁ ଦେଖିଲେ ଜଣା ପଡୁଛି କଂଗ୍ରେସ ନବକଳେବରରେ ପିସିସିର ସବୁ ଟାଣୁଆ ନେତା ଏକ ହୋଇଛନ୍ତି । କେବଳ ପ୍ରସାଦ ଏକୁଟିଆ ପଡିଯାଇଛନ୍ତି । ଏହାକୁ ନେଇ କଂଗ୍ରେସରେ ଚାଲିଛି ଚର୍ଚ୍ଚା ପ୍ରସାଦ ଏକ ଘରିକିଆ ହୋଇଗଲେ ।
ପ୍ରସାଦଙ୍କୁ ବିଦା କରି ବାକି ଆଲୋଚନା କଲେ ରାହୁଲ
ରହୁଲଙ୍କର ଅତି ପାଖଲୋକ ବୋଲି ସବୁବେଲେ ଦେଖେଇ ହୁଅନ୍ତି ରାହୁଲ । ଏକଥା ତାଙ୍କ ସମର୍ଥକ ବି କହି ବୁଲନ୍ତି । ବହୁ ବିବାଦ ଓ ବିରୋଧ ସତ୍ୱେ କେବଳ ରାହୁଳଙ୍କ ଲାଗି ପ୍ରସାଦ ହରିଚନ୍ଦନ ପିସିସି ସଭାପତି ଥିରେ ବୋଲି କଂଗ୍ରେସରେ ଚର୍ଚ୍ଚା ବି ହେଉଥିଲା । ହେଲେ ଦିଲ୍ଲୀରେ ରାହୁଲଙ୍କ ବୈଠକରୁ ପ୍ରସାଦଙ୍କୁ ବାହାରକୁ ଆସିବାକୁ କୁହାଗଲା । ଏହା ପରେ ରାଜ୍ୟ କଂଗ୍ରେସର ବାକି ବିଷୟ ଉପରେ ଆଲୋଚନା କଲେ ରାହୁଲ ଗାନ୍ଧି । ପିସିସି ପରିବର୍ତନ ପୂର୍ବରୁ ଦିଲ୍ଲୀରେ ରାହୁଲ ଡାକିଥିବା ବୈଠକ । ଏହି ବୈଠକରେ ପ୍ରସାଦ ହରିଚନ୍ଦନ,ବିରୋଧୀ ଦଳ ନେତା ନରସିଂହ ମିଶ୍ର,ବିଧାୟକ ଚିରଞ୍ଜୀବ ବିଶ୍ୱଳ,ନବ ଦାସ,ଯୁବ ନେତା ପ୍ରଦୀପ ମାଝୀ,ବରିଷ୍ଠ ନେତା ଭକ୍ତ ଦାସ,ନିରଞ୍ଜନ ପଟ୍ଟନାୟକ,ଜୟ ଦେବ ଜେନାଙ୍କ ସମେତ ବହୁ ବରିଷ୍ଠ ନେତା ଥିଲେ । ପିସିସିର ନବ ନିଯୁକ୍ତ ପ୍ରଭାରୀ ଓ ସଂପାଦକ ଓ ସହ ସଂପାଦକଙ୍କ ଉପସ୍ଥିତିରେ ଏଆଇସିସି ଓଡିଶା କଂଗ୍ରେସର ନେତାଙ୍କ ବୈଠକ ନେଉଥିଲେ । ଏତିରେ ଅନ୍ୟ ନେତାଙ୍କ ସହ ପ୍ରସାଦ ହରିଚନ୍ଦନ ଥିଲେ । କିଛି ସମୟ ଆଲୋଚନା ପରେ ବୈଠକରୁ ପ୍ରସାଦ ହରିଚନ୍ଦନଙ୍କୁ ଡାକି ବାହାରକୁ ଯିବାକୁ କୁହାଯାଇଥିଲା । ପ୍ରସାଦ ବୈଠକରୁ ବାହାରକୁ ଆସିବା ପରେ ରାଜ୍ୟ କଂଗ୍ରେସର ଅନ୍ୟ କିଛି ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିବା କୁହାଯାଉଛି । ଏସବୁକୁ ଦେଖି କଂଗ୍ରେସରେ ଚର୍ଚ୍ଚା ଚାଲିଛି କଂଗ୍ରେସରେ ସବୁ ଏକ ପ୍ରସାଦ ଏକ୍କା ।

Loading...
ONA

Leave a Reply

Top