You are here
Home > ପଲିଟିକ୍ସ > ଯାଇଥିଲେ ହରି,ହଟିଲେ ଶୁଭଙ୍କର : ୪ ନୂଆ ସଂପାଦକଙ୍କୁ ଓଡିଶା ପିସିସି ଦାୟୀତ୍ବ ଦେଲା ଏଆଇସିସି

ଯାଇଥିଲେ ହରି,ହଟିଲେ ଶୁଭଙ୍କର : ୪ ନୂଆ ସଂପାଦକଙ୍କୁ ଓଡିଶା ପିସିସି ଦାୟୀତ୍ବ ଦେଲା ଏଆଇସିସି

ଭୁବନେଶ୍ବର : ଓଡ଼ିଶା କଂଗ୍ରେସ ଦାୟିତ୍ୱରେ ଥିବା ଏଆଇସିସି ସମ୍ପାଦକ ପଦରୁ ଶୁଭଙ୍କର ସରକାର ହଟିଲେ । ରାଜ୍ୟ କଂଗ୍ରେସର ଦାୟିତ୍ୱରୁ ଶୁଭଙ୍କର ସରକାରଙ୍କୁ ହଟାଇ ଦିଆଯାଇଛି । ଶୁଭଙ୍କର ସରକାରଙ୍କ ବଦଳରେ ୪ ଜଣଙ୍କୁ ଓଡ଼ିଶା କଂଗ୍ରେସର ଦାୟିତ୍ୱ ଦିଆଯାଇଛି । ୩ ଜଣ ନୂଆ ଏଆଇସିସି ସମ୍ପାଦକଙ୍କୁ ଓଡ଼ିଶାର ଦାୟିତ୍ୱ ଦିଆଯାଇଛି । ଆନ୍ଧ୍ରପ୍ରଦେଶର ପୂର୍ବତନ ବିଧାୟକ ରୁଦ୍ର ରାଜୁ , ଦିଲ୍ଲୀର ପୂର୍ବତନ ବିଧାୟକ ଅନୀଲ କୁମାର ଚୌଧୁରୀ ଓ ପୂର୍ବତନ ବିଧାୟକ ଶେଖ ମସ୍ତାନ ବାଲିଙ୍କୁ ଓଡ଼ିଶାର ଦାୟିତ୍ୱ ଦେଇଛନ୍ତି କଂଗ୍ରେସ ହାଇକମାଣ୍ଡ । ସେହିଭଳି ଓଡ଼ିଶା ପାଇଁ ଆଦିତ୍ୟ ଶର୍ମାଙ୍କୁ ଏଆଇସିସି ଯୁଗ୍ମ ସମ୍ପାଦକ ଭାବେ ଦାୟିତ୍ୱ ଦିଆଯାଇଛି । ନବନିଯୁକ୍ତ ଚାରି ସମ୍ପାଦକଙ୍କୁ ଯଥାଶୀଘ୍ର ଦାୟିତ୍ୱ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କଂଗ୍ରେସର ନବକଳେବର ହେବା ନେଇ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ସୂଚନା ଦେଇଥିଲେ । ଓଡ଼ିଶାରେ କଂଗ୍ରେସ ସଙ୍ଗଠନକୁ ସୁଦୃଢ କରିବା ପାଇଁ ପୂର୍ବରୁ କଂଗ୍ରେସର ଓଡ଼ିଶା ପ୍ରଭାରୀ ବିକେ ହରିପ୍ରସାଦଙ୍କୁ ହଟାଇ କେନ୍ଦ୍ରୀୟ ନେତା ଜିତେନ୍ଦ୍ର ସିଂହଙ୍କୁ ନିଯୁକ୍ତି କରିଥିଲେ । ତେବେ ପିସିସିରେ ରାହୁଲଙ୍କ ଏଭଳି ପରିବର୍ତନ କଂଗ୍ରେସକୁ ଫାଇଦା ଦେବ କି ନାହିଁ ତାହା ଉପରେ ଏବେ ସମସ୍ତଙ୍କ ନଜର

Loading...
ONA

Leave a Reply

Top