ପୁଣି ଆଖି ମାରିଲେ ରାହୁଲ, ଭିଡିଓ ଭାଇରାଲ

https://www.facebook.com/nnsodia/videos/267154983995629/?t=5

ଭୁନନେଶ୍ୱର: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ତାଙ୍କର ଆଖି ମରା ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଛି । ଏଥର ସେ ଏକେ ଚା’ ଦୋକାନରେ ଚା’ ପିଉଥିଲା ବେଳେ ଆଖି ମାରିଥିବାର ଭିଡିଓ ପଦାକୁ ଆସିଛନ୍ତି । ପୂର୍ବରୁ ସେ ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଖି ମାରି ଚର୍ଚ୍ଚାକୁ ଆସିଥିଲା ବେଳେ ଏବେ ଚା’ ଦୋକାନୀକୁ ଆଖି ମାରିଥିବା ଘଟଣା ଆଲୋଚନାକୁ ଆସିଛି । ରାହୁଲ ଏକ ଜାତୀୟ ଦଳର ନେତା । ଯେଉଁ ଦଳର ସ୍ୱତନ୍ତ୍ର ସମ୍ମାନ ଓ ସ୍ୱାଭିମାନ ସମଗ୍ର ଦେଶରେ ରହିଛି । ବହୁ ପ୍ରତିଷ୍ଠିତ ନେତା ଏହି ଦଳର ପ୍ରତିନିଧିତ୍ୱ କରୁଥିଲେ ଏବଂ କରୁଛନ୍ତି । ସେହି ଦଳର ନେତୃତ୍ୱ ନେଉଥିବା ରାହୁଲଙ୍କ ଭଳି ଜଣେ ଯୁବକ ବାରମ୍ବାର ସାଧାରଣ କଲେଜ ପିଲାଙ୍କ ଭଳି ଆଖି ମାରିବା ଘଟଣାକୁ ଅନେକ ନାପସନ୍ଦ କରିଛନ୍ତି । ତାଙ୍କ ଭଳି ନେତାଙ୍କ ଠାରୁ ଆଜିର ଯୁବ ସମସ୍ୟା ଓ ଭବିଷ୍ୟତ ପୀଢ଼ି କ’ଣ ଶିକ୍ଷା କରିବେ ସେ ପ୍ରଶ୍ନ ମଧ୍ୟ ଉଠିଛି । ଏଭଳି ପଦକ୍ଷେପ ଦ୍ୱାରା ନିଜ ଦଳକୁ ମଧ୍ୟ ସେ ହାଲ୍କା କରିଦେଉଛନ୍ତି । ଦଳର ଗୁରୁତ୍ୱ କମିବା ସହ ସମାଲୋଚନା ବି ହେଉଛି । ରାହୁଲଙ୍କୁ ତାଙ୍କ ଦଳ ଓ ସେ ନିଜେ ଦେଶର ଭାବି ପ୍ରଧାନମନ୍ତ୍ରୀ ଭାବେ ଉପସ୍ଥାପନ କରୁଛନ୍ତି । ଏକ୍ଷେତ୍ରରେ ରାହୁଲଙ୍କ ଏଭଳି କାର୍ଯ୍ୟଧାରା ତାଙ୍କୁ ଦେଶର ଏକ ସର୍ବୋଚ୍ଚ ପଦବିରେ ବସାଇବା ପାଇଁ କେତେଦୂର ଗ୍ରହଣ କରିବେ ତାହା ହେଉଛି ବଡ଼ ପ୍ରଶ୍ନ ।
ପୂର୍ବରୁ ଲୋକସଭାରେ ପ୍ରଧାନମନ୍ତ୍ରୀଙ୍କୁ ଆଖି ମାରିବା ଫଳରେ ବହୁ ସମାଲୋଚନା ହୋଇଥିଲା । ନିଜେ ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟ ରଖିଲାବେଳେ ରାହୁଲଙ୍କ ଏହି ଆଚରଣକୁ ତାତ୍ସଲ୍ୟ କରିଥିଲେ । ଦେଶବ୍ୟାପୀ ଏହାକୁ ନେଇ ଚର୍ଚ୍ଚା ହୋଇଥିଲା । ଏହା ରାହୁଲଙ୍କ ପିଲାଳିଆମି ବୋଲି ଅନେକ ମତ ଦେଇଥିଲେ । ସମସ୍ତେ ରାହୁଲଙ୍କ ଏହି ଆଚରଣ ଦେଖି ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ । ଏହି ଭିଡିଓ ଏତେ ଭାଇରାଲ ହୋଇଥିଲା ଯେ ଦୀର୍ଘଦିନ ଧରି ସୋଶାଲ ମିଡିଆରେ ଘୂରି ବୁଲିଥିଲା । ଏବେ ଜଣେ ଚା’ ଦୋକାନୀଙ୍କୁ ସେ ଆଖି ମାରିଛନ୍ତି । ଭୋପାଳର ଏକ ଚା’ ଦୋକାନରେ ଦଳୀୟ କର୍ମୀଙ୍କ ଗହଣରେ ଚା’ ପିଉଥିଲାବେଳେ ଆଖି ମାରିଥିଲେ । ଦଳ ପକ୍ଷରୁ ଯେଉଁ ସଂକଳ୍ପ ଯାତ୍ରା କରାଯାଉଛି ସେଥିରେ ଭାଗ ନେବାକୁ ଭୋପାଳ ଯାଇଥିଲେ । ମଧ୍ୟପ୍ରଦେଶରେ ନିର୍ବାଚନ ପୂର୍ବରୁ ଦଳର ପ୍ରଚାର ଶୁଭାରମ୍ଭ କରିବାକୁ ଯାଇଥିବା ଅବସରରେ ସେ ଏକ ଚା’ ଦୋକାନକୁ ଯାଇଥିଲେ । ସେ ରୋଡ ଶୋ’ କରିବାକୁ ଯାଉଥିବାରୁ ତାଙ୍କ ସହ ବହୁ ସଂଖ୍ୟାରେ କର୍ମୀ ସାମିଲ ଥିଲେ । କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ, ମାଧବରାଓ ସଚିନ ଓ କମଳନାଥଙ୍କ ଭଳି ନେତାମାନେ ଏହି ରୋଡ ଶୋ’ରେ ସାମିଲ ଥିଲେ ।

ମତାମତ ଦିଅନ୍ତୁ

Please enter your comment!
Please enter your name here