You are here
Home > ବଡ଼ଖବର > ପୁଣି ନିତି ଆୟୋଗ ବିବାଦ: ଏଥର ଅଫିସର ନିଯୁକ୍ତିକୁ ନେଇ ମତପାର୍ଥକ୍ୟ, ବିଜେଡ଼ିକୁ କଂଗ୍ରେସର ସମର୍ଥନ

ପୁଣି ନିତି ଆୟୋଗ ବିବାଦ: ଏଥର ଅଫିସର ନିଯୁକ୍ତିକୁ ନେଇ ମତପାର୍ଥକ୍ୟ, ବିଜେଡ଼ିକୁ କଂଗ୍ରେସର ସମର୍ଥନ

ଭୁବନେଶ୍ୱର: ନିତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ନଦେବା ନେଇ ରାଜ୍ୟ ରାଜନୀତି ସରଗରମ ଥିବାବେଳେ ଏବେ ଆଉ ଏକ ବିବାଦ ଆସି ପହଞ୍ôଚଛି । ଆକାଂକ୍ଷା ଯୋଜନାରେ ସାମିଲ୍ ଜିଲ୍ଲାଗୁଡ଼ିକରେ ସ୍ଥାୟୀ ଅଫିସର ନିଯୁକ୍ତି ନେଇ ନିତି ଆୟୋଗ ରାଜ୍ୟମାନଙ୍କୁ ପରାମର୍ଶ ଦେଇଛି । ଏହି ମର୍ମରେ ଓଡ଼ିଶାକୁ ମଧ୍ୟ ପରାମର୍ଶ ଆସିଛି । ବାରମ୍ବାର ଅଫିସର ନ ବଦଳାଇ ଏକ ନିର୍ଦ୍ଦିଷ୍ଟ ସମୟସୀମା ଯାଏଁ ଅଫିସରଙ୍କୁ ନିଯୁକ୍ତ କରିବା ପାଇଁ ଆୟୋଗ ପରାମର୍ଶ ଦେଇଛି । ଏହାକୁ ବିଜେଡ଼ି ଭିନ୍ନଭାବେ ନେଇଛି । କେନ୍ଦ୍ର ସରକାର ନିତି ଆୟୋଗ ମାଧ୍ୟମରେ ରାଜ୍ୟର ପ୍ରସାଶନିକ କାର୍ଯ୍ୟରେ ହସ୍ତକ୍ଷେପ କରିବାକୁ ଉଦ୍ୟମ କରୁଛି ବୋଲି ବିଜେଡ଼ି ଅଭିଯୋଗ କରିଛି । ଏହି କ୍ଷେତ୍ରରେ ବିଜେଡ଼ିକୁ ସମର୍ଥନ ଦେଇଛି କଂଗ୍ରେସ । ବିଜେପିର ମତ କେନ୍ଦ୍ରସରକାରଙ୍କ ଏଥିରେ କୌଣସି ଉଦ୍ଦେଶ୍ୟ ନାହିଁ । ଯୋଜନା କାର୍ଯ୍ୟକାରୀ କରିବା ପାଇଁ ନିତି ଆୟୋଗ ପରାମର୍ଶ ଦେଇଛନ୍ତି, ଏହାକୁ ଭିନ୍ନଭାବେ ନେବା ଉଚିତ୍ ନୁହେଁ ।
ବିଜେଡ଼ି ମୁଖପାତ୍ର ସାଂସଦ ପ୍ରତାପ କେଶରୀ ଦେବ କହିଛନ୍ତି “ଗୋଟିଏ ରାଜ୍ୟର ଆଭ୍ୟନ୍ତରୀଣ ପ୍ରଶାସନ ଉପରେ କେନ୍ଦ୍ର ସରକାରଙ୍କ କୌଣସି ଦାବୀ ନାହିଁ । କିନ୍ତୁ ନିତି ଆୟୋଗ ମାଧ୍ୟମରେ ଯଦି ଏହି କାର୍ଯ୍ୟ କେନ୍ଦ୍ର ସରକାର କରନ୍ତି, ଜିଲ୍ଲା କ’ଣ ରାଜ୍ୟ ସରକାରମାନଙ୍କ ପ୍ରଶାସନିକ କାର୍ଯ୍ୟରେ ହସ୍ତକ୍ଷେପ ବୋଲି ଧରାଯିବ । ଏହା ସଂଘୀୟ ବ୍ୟବସ୍ତାର ପରିପନ୍ଥୀ । ଏଭଳି ପ୍ରସ୍ତାବକୁ ଆମେ ଗ୍ରହଣ କରିବୁ ନାହିଁ” ।
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି “ପ୍ରଶାସନିକ ବ୍ୟବସ୍ଥା ହେଉଛି ରାଜ୍ୟ ସରକାରଙ୍କ ଦାୟିତ୍ୱ, ଏଥିରେ ରାଜନୀତି ପୂରେଇବା ଉଚିତ୍ ନୁହେଁ । ଦକ୍ଷ ଅଫିସର ବାଛି ବିଭିନ୍ନ ଜିଲ୍ଲାରେ ଓ ବିଭିନ୍ନ କାର୍ଯ୍ୟକ୍ରମରେ ନିୟୋଜିତ କରିବା ସରକାରଙ୍କ କର୍ତ୍ତବ୍ୟ ।”
ଏହାର ଜବାବରେ କେନ୍ଦ୍ର ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି “ମତେ ଲାଗୁନି ନିତି ଆୟୋଗ କୌଣସି ହସ୍ତକ୍ଷେପ କରିଛନ୍ତି । ଏଥିରେ ବାସ୍ତବିକତା ହେଉଛି ଯେଉଁ ପଛୁଆ ଜିଲ୍ଲା ଗୁଡ଼ିକ ଦେଶରେ ଅଛି, ସେଥିପାଇଁ ଲେଖିଛନ୍ତି । କେବଳ ଓଡ଼ିଶା ପାଇଁ ତ ସେ ଲେଖିନାହାନ୍ତି । ଏସବୁ ଜିଲ୍ଲାଗୁଡ଼ିକରେ ଯଦି ସ୍ଥାୟୀ ଭାବେ ୩ରୁ ୫ବର୍ଷ ଯାଏଁ ସରକାରୀ ଅଧିକାରୀମାନେ ରହିବେ ତାହେଲେ ସେ ଜିଲ୍ଲାର ଖସଡ଼ା ଠିକ୍ ଭାବରେ ପ୍ରସ୍ତୁତ ହୋଇପାରିବ ।”

Loading...
ONA

Leave a Reply

Top