୧୫ରେ ପୁଣି ମୁହାଁମୁହିଁ ହେବେ ମୋଦୀ-ନବୀନ

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର: ନିର୍ବାଚନ ଯେତେ ପାଖେଇ ଆସୁଛି ବିଜେପି ବିଜେଡି ଭିତରେ ମୁକାବିଲା ମୂଳକ ମନୋବାବ ସେତିକି ବଢୁଥିବାର ଦେଖାଯାଉଛି । ବିଜେପିକୁ ଆଉ ଏକାକୀ ବାଟ ଛାଡିବା ପାଇଁ ବିଜେଡି ଚାହୁଁନାହିଁ । ପ୍ରଧାନମନ୍ତ୍ରୀଙ୍କ ଆସନ୍ତା ୧୫ ତାରିଖ ଓଡିଶା ଗସ୍ତ ସମୟରେ ବିଜେଡି ମଧ୍ୟ ତାର ସମାବେଶ ପାଇଁ ବ୍ୟବସ୍ଥା କରିଛି । ପ୍ରଧାନମନ୍ତ୍ରୀ ଗତ ବାରିପଦା ସମାବେଶ ପରି ଏଥର ମଧ୍ୟ ସରକାରୀ କାର୍ଯ୍ୟକ୍ରମ ରଖାଯାଇଛି । ଫଳରେ ଆସନ୍ତା ୧୫ ତାରିଖରେ ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଭା ମାଧ୍ୟମରେ ମୁହାଁମୁହିଁ ହେବାକୁ ଯାଉଛନ୍ତି । କିଛି ବିଜେପି ନେତା କହୁଛନ୍ତି, ପ୍ରଧାନମନ୍ତ୍ରୀଙ୍କ ସରକାରୀ କାର୍ଯ୍ୟକ୍ରମରେ ଭାଗ ନ ନେବା ପାଇଁ ନବୀନଙ୍କର ଏହା ଏକ ଚାଲ । ବାରିପଦା ସମାବେଶକୁ ସରକାରୀ କାର୍ଯ୍ୟକ୍ରମ ଆଳରେ ଯେପରି ଗଲେନି ସେଥିପାଇଁ ସେହି ଦିନ ଭୁବନେଶ୍ୱରରେ ସରକାରୀ କାର୍ଯ୍ୟକ୍ରମ ରଖାଯାଇଛି ବୋଲି କୁହାଯାଇଛି । କିନ୍ତୁ ବିଜେଡିି କହିଛି ମୁଖ୍ୟମନ୍ତ୍ରୀଙ୍କର ସରକାରୀ କାର୍ଯ୍ୟକ୍ରମରେ ଅଛି । ଏହାକୁ ଭୁଲ ଭାବରେ ଚିତ୍ରଣ କରାଯାଉଛି ।
ପ୍ରଧାନମନ୍ତ୍ରୀ ଏବେ ଓଡିଶାକୁ ବିଭିନ୍ନ ପ୍ୟାକେଜ ନେଇ ଆସିବାରେ ଲାଗିଛନ୍ତି । ସେ ଆଉ ଓଡିଶାକୁ ଖାଲି ହାତରେ ଆସୁନାହାନ୍ତି । ଶହଶହ କୋଟି ଟଙ୍କାର ବଡବଡ ପ୍ୟାକେଜ ଧରି ଆସୁଛନ୍ତି । ନିର୍ବାଚନ ପାଖେଇ ଆସୁଥିବାରୁ ବର୍ତ୍ତମାନ ପରିସ୍ଥିତିରେ ସରକାରୀ ଘୋଷଣା ଯେତେ ଶୀଘ୍ର ସାରିବେ ଦଳ ପାଇଁ ସେତିକିି ଫାଇଦା ହେବ । ସେଥିପାଇଁ ବିଭିନ୍ନ ଘୋଷଣା ପ୍ରଧାନମନ୍ତ୍ରୀ କରିବାରେ ଲାଗିଛନ୍ତି । ପ୍ରଧାନମନ୍ତ୍ରୀ ଖୋର୍ଦ୍ଧା ଆସିବା ବେଳେ ୧୪ ହଜାର ୫ଶହ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ । ବାରିପଦା ଆସିବା ବେଳେ ୪ହଜାର ୫ଶହ କୋଟିର ପ୍ୟାକେଜ ଘୋଷଣା କଲେ । ୧୫ରେ ବଲାଙ୍ଗୀର ଆସୁଛନ୍ତି । ସେଦିନ ମଧ୍ୟ ପଶ୍ଚିମ ଓଡିଶା ପାଇଁ କିଛି ବଡ ଧରଣର ପ୍ୟାକେଜ ସେ ଘୋଷଣା କରିପାରନ୍ତି । ବୋଧହୁଏ ପ୍ରଧାନମନ୍ତ୍ରୀଙ୍କ ଘନଘନ ଓଡିଶା ଗସ୍ତ ସହ ଏତେ ପ୍ୟାକେଜ ଘୋଷଣା ପଛର ରହସ୍ୟ ଅବୁଝା ନାହିଁ । ଆସନ୍ତା ନିର୍ବାଚନରେ ବିଜେପି କେମିତି କ୍ଷମତାକୁ ଆସିବ ସେଥିଲାଗି ସବୁପ୍ରକାରର ପଦକ୍ଷେପ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଯାଇଛି । ଏଣୁ ଏ କ୍ଷେତ୍ରରେ ସ୍ୱାଭାବିକ ଭାବେ ବିଜେଡି ଏହାକୁ ବିରୋଧ କରିବାକୁ ଯୋଜନା କରିଛି । ଯେତେବେଳେ ପ୍ରଧାନମନ୍ତ୍ରୀ ନିଜେ ନବୀନଙ୍କ ଠାରୁ ତାଙ୍କ ଚୌକି ଛଡାଇ ନେବା ପାଇଁ ଯୋଜନା ଚଳାଇଛନ୍ତି ସେତେବେଳେ ନବୀନ ନିଜ ସୁରକ୍ଷା ପାଇଁ ଆଉ ତାଙ୍କ ସହ ରହିବାକୁ ଚାହୁଁ ନାହାନ୍ତି ।
ପ୍ରଧାନମନ୍ତ୍ରୀ ଖୋର୍ଦ୍ଧା ଗସ୍ତରେ ଆସିଥିବା ବେଳେ ସରକାରୀ କାର୍ଯ୍ୟକ୍ରମରେ ନବୀନ ସାମିଲ ହୋଇଥିଲେ । ଉପସ୍ଥିତ ରହି ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ । କିନ୍ତୁ ସରକାରୀ କାର୍ଯ୍ୟକ୍ରମ ସରିଲା ପରେ ପ୍ରଧାନମନ୍ତ୍ରୀ ଖୋର୍ଦ୍ଧା ଜନ ସମାବେଶକୁ ଉଦବୋଧନ ଦେବା ବେଳେ ନବୀନଙ୍କ ନା ସିନା ନେଲେ ନାହିଁ ହେଲେ ଯେଉଁ ସବୁ ପ୍ରଶ୍ନ ଉଠାଇ ବର୍ଷିଲେ ସେଥିରେ ବିଜେଡିର ବହୁ କ୍ଷତି ହୋଇଛି । ସେଥିପାଇଁ ନବୀନ ପ୍ରଧାନମନ୍ତ୍ରୀଙ୍କ ବାରିପଦା ଗସ୍ତ ବେଳେ ଆଗୁଆ ବାଟ କାଟିଦେଲେ । ସେହି ଦିନ ପୁରୀରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଏହା ସରକାରୀ କାର୍ଯକ୍ରମ ଥିଲା । ଏଣୁ ମୁଖ୍ୟମନ୍ତ୍ରୀ ବାରିପଦା ନ ଯାଇ ପୁରୀ ଯାଇଥିଲେ ଓ ସେଠାରେ ମହିଳାଙ୍କ ପାଇଁ ବିଭିନ୍ନ ଘୋଷଣା କରିଥିଲେ । ସେହିପରି ମୋଦୀଙ୍କ ୧୫ ତାରିଖ ବଲାଙ୍ଗିର ସମାବେଶକୁ ଟକ୍କର ଦେବା ପାଇଁ ବିଜେଡି ପକ୍ଷରୁ ଚାଷୀ ସମାବେଶର ଆୟୋଜନ କରାଯାଇଛି । ଅବଶ୍ୟ ସରକାରୀ ଭାବେ ବରମୁଣ୍ଡା ପଡିଆରେ ଏହି ଚାଷୀ ସମାବେଶ ହେବ । ଏଣୁ ମୁଖ୍ୟମନ୍ତ୍ରୀ ଏଥିରେ ମୁଖ୍ୟ ଅତିଥି ଥିବାରୁ ସେ ଆଉ ଏହି ଆଳରେ ବଲାଙ୍ଗୀର ଯାଇ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବେ ନାହିଁ ବୋଲି କୁହାଯାଉଛି ।

1 COMMENT

  1. […] ରାଜ୍ୟ ସଂପାଦିକା କିରଣ ମହାନ୍ତ, ବିଜେପି ଓବିସି ମୋର୍ଚ୍ଚା ରାଇରଙ୍ଗପୁର ସଭାପତି ପ୍ର… ଏହି ଯୋଗଦାନ ରାଇରଙ୍ଗପୁର ନିର୍ବାଚନ […]

ମତାମତ ଦିଅନ୍ତୁ

Please enter your comment!
Please enter your name here