ଆଉ ଏକ ଦିଲ୍ଲୀ ଗଣଆତ୍ମହତ୍ୟା ଘଟଣା, ଝାଡ଼ଖଣ୍ଡରେ ଗୋଟିଏ ପରିବାର ୬ମୃତ

ରାଂଚି: ଝାଡ଼ଖଣ୍ଡର ହଜାରିବାଗରେ ଗୋଟିଏ ପରିବାରର ୬ ଜଣ ସଦସ୍ୟ ଆତ୍ମହତ୍ୟା କରିଥିବା ଭଳି ଏକ ଚାଚଲ୍ୟକର ଓ ଦୁଃଖଦ ଖବର ମିିଳିଛି । ଦିଲ୍ଲୀର ବୁରାଡ଼ି ଅଞ୍ଚଳରେ ଗୋଟିଏ ପରିବାରର ୧୧ ଜଣ ସଦସ୍ୟ ଆତ୍ମହତ୍ୟା କରିଥିବା ଖବର ସମଗ୍ର ଦେଶରେ ଚହଳ ସୃଷ୍ଟି କରିଥିଲା । ଏହି ଘଟଣା ଲୋକଙ୍କ ମନରୁ ନ ଲିଭୁଣୁ ଝଡ଼ଖଣ୍ଡ ଖବର ଆସି ପହଂଚିଛି । ଧାର୍ମିକ ଅନ୍ଧବିଶ୍ୱାର ଶୀକାର ହୋଇ ପରିବାରର ୧୧ ଜଣ ଆତ୍ମହତ୍ୟା କରିଥିବା କଥା କୁହାଯାଇଛି । କିନ୍ତୁ ଏବେବି ଦିଲ୍ଲୀ ଘଟଣାର ଯାଚ ଚାଲିଛି । ଏହା ଆତ୍ମହତ୍ୟା କି ହତ୍ୟା ସେଥିନେଇ ଚୂଡାନ୍ତ ସିଦ୍ଧାନ୍ତରେ ପୁଲିସ୍ ପହଚି ପାରିନାହିଁ । ହେଲେ ଦିଲ୍ଲୀ ଘଟଣା ସମଗ୍ର ଦେଶକୁ ସ୍ତବ୍ଧ କରିଥିଲା ବେଳେ ଝାଡ଼ଖଣ୍ଡ ଖବର ଅଧିକ ଉଦ୍ବେଗର ବିଷୟ ହୋଇଛି । ଏହି ଆତ୍ମହତ୍ୟା ପଛର କାରଣ ରୋଗ ଏବଂ ଉକ୍ରଟ ଆର୍ଥିକ ସଂକଟ ବୋଲି ପ୍ରାଥମିକ ତଦନ୍ତରୁ କୁହାଯାଉଛି । ହେଲେ ପୁଲିସ୍ ଏପର୍ଯ୍ୟନ୍ତ କୌଣସି ଠୋସ୍ ନିଷ୍ପତିରେ ପହଂଚି ପାରିନାହିଁ । ପୁଲିସ୍ ତାର ତଦନ୍ତ ଚଳାଇିଛି ।
ମିଳିଥିବା ଖବର ଅନୁସାରେ, ସହରରେ ଜଣାସୁଣା ଥିବା ମାହେଶ୍ୱରୀ ପରିବାର ବ୍ୟବସାୟୀକ କାରବାର କରୁଥିଲେ । ସେମାନଙ୍କର ଫଳର ପାଇକାରୀ କାରବାର ଥିଲା । ସେମାନେ ହଜାରିବାଗ୍ର ଖଳାଞ୍ଜି ତଲାବ୍ ନିକଟରେ ଶୁଭମ୍ ଆପାର୍ଟମେଟ୍ର ୩ ତୃ ମହଲାରେ ରହୁଥିଲେ । ମୃତକମାନେ ହେଲେ ମହାବୀର ମାହେଶ୍ୱରୀ (୭୦), ତାଙ୍କ ପତ୍ନୀ କିରନ୍ ମାହେଶ୍ୱରୀ (୬୦), ପୁଅ ନରେଶ ମାହେଶ୍ୱରୀ (୪୦), ବୋହୂ ପ୍ରୀତି ମାହେଶ୍ୱରୀ (୩୫), ନାତି ଅମନ୍ (୧୦) ଏବଂ ନାତୁଣୀ ଅନବୀ (୭) । ଏମାନଙ୍କ ଆତ୍ମହତ୍ୟା ଖବର ଏବଂ ମୃତଦେହ ଠାବ ହେବା ପରେ ସହରରେ ଶୋକର ଛାୟା ଖେଳିଯିବା ସହ ସ୍ଥାନୀୟ ଲୋକେ ଅବାକ୍ ହୋଇଯାଇଛିନ୍ତି । ଦିଲ୍ଲୀ ଘଟଣାରେ ଯେପରି ୪ ଜଣ ପିଲା ଥିଲେ । ସେହିପରି ଏହି ଘଟଣାରେ ବଦୁଇଜଣ ପୁଅ ଝିଅ ଅଛନ୍ତି ।
ପୁଲିସ୍ ଖବର ପାଇଁ ଘଟଣାସ୍ଥଳରେ ପହଂଚି ଯାଚ୍ ଚଳାଇଛି । ଯାଚ୍ କିରିବା ସମୟରେ ମୃତଦେହ ପଡ଼ିଥିବା ସ୍ଥାନରୁ ୬ଟି ଲିଫାପା ମିଳିଛି । ଏଥିରେ ଖେଯାଇଛି ରୋଗ, କୋଦାନ ବନ୍ଦ , ଋଣ ଓ ଅବସାଦ ଯୋଗୁ ସେମାନେ ଏଭଳି ପଦକ୍ଷେପ ନେଇଛନ୍ତି । ଏହି ସୁଇସାଇଡ୍ନୋଟ୍କୁ ଧରି ପୁଲିସ ଖୋତତାଡ଼ ଚଳାଇଛି । ପାରିପାଶ୍ୱର୍ିକ ସ୍ଥିତିକୁ ଦେଖିଲେ ମାହେଶ୍ୱରୀ ପରିବାରର ସଦସ୍ୟମାନେ ଆତ୍ମହତ୍ୟା କରିଥିବା କୁହାଯାଉଛି । ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଚାଲିଛ, ତଦନ୍ତ ସରିବା ପରେ ସବିଶେଷ ତଥ୍ୟ ମିଳିହେଲ ନିଷ୍ପତିରେ ପହଂଚି ହେବ ବୋଲି ହଜାରିବାଗ ଏସ୍ପି ମୟୂର ପଟେଲ୍ କହିଛନ୍ତି । ମୃତଦେହ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ରିପୋର୍ଟ ଆସିବା ପରେ ପରବର୍ତୀ ପଦକ୍ଷେପ ନିଆଯିବ ।
ଏହି ଆତ୍ମହତ୍ୟା ଘଟଣା ପ୍ରଥମେ ଦେଖିବାକୁ ପାଇଥିଲେ । ତାଙ୍କଠୁ ସୂଚନା ପାଇଁ ଅନ୍ୟମାନେ ପହଂଚି ପୁଲିସ୍କୁ ଖବର ଦେଇଥିଲେ । ପଡ଼ୋସୀ ଓକିଲ କୈଳାସ ଅଗ୍ରୱାଲଙ୍କ କହିବାନୁସାରେ ତାଙ୍କ ପତ୍ନୀ ସକାଳ ୫ଟାରେ ଉଠିବା ପରେ ଦେଖିଥିଲେ ମାହେଶ୍ୱରୀ ପରିବାରର ରହୁଥିବା ଘରର କବାଟ ଖୋଲାଥିଲା । କବାଟ ସିଧା ଏକ ମୃତଦେହ ସିଲିଂ ଫ୍ୟାନ୍ରେ ଝୁଲୁଥିଲା । ଏହା ଦେଖି ତାଙ୍କ ପତ୍ନୀ ଚିକ୍ରାର କରିବାରୁ ସେମାନେ ଜାଣିବାକୁ ପାଇଥିଲେ ଓ ପୁଲିସରେ ଖବର ଦେଇଥିଲେ । ଏସ୍ପି ପାଟେଲ୍ କହିଛନ୍ତି ସେ ଖବର ପାଇ ଘଟଣାସ୍ଥଳରେ ପହଚିବା ପରେ ଫ୍ଲାଟର ମୁଖ୍ୟ ଫାଟକସ୍ଥିତ ଚଟାଣରେ ନରେଶଙ୍କ ମୃତଦେହ ପଡିଥିବା ଦେଖିଥିଲେ । ଏଥିରୁ ଅନୁମାନ କରାଯାଉଛି ସେ ପରିବାରର ଅନ୍ୟ ସମସ୍ତ ସଦସ୍ୟ ମୃତ ବୋଲି ସ୍ପଷ୍ଟ ହେବା ପରେ ନରେଶ ଛତ ଉପରକୁ ଯାଇ ଡେଇଁ ଆତ୍ମହତ୍ୟା କରିଛନ୍ତି । ଘରର ସବୁଠୁ ବୟସ୍କ ବ୍ୟକ୍ତି ମହାବୀର ମାହେଶ୍ୱରୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ସେଇ ଘରେ ତାଙ୍କ ନାତି ଅମନ୍ର ମୃତହେଦ ଚଟାଣ ଉପରେ ପଡ଼ିଥିଲା ବେଳେ ତାଙ୍କ ବେକ କଟାଯାଇଥିଲା । ସେହିଭଳି ଅନ୍ୟ ଏକ ଘଟରୁ ମହାବୀରଙ୍କ ପତ୍ନୀ କିରନ୍ଙ୍କ ମୃଦଦେହ ଝୁଲନ୍ତା ଅବସ୍ଥାରେ ଊଦ୍ଧାର କରାଯାଇଥିଲା ବେଳେ ବୋହୂ ପ୍ରୀତିଙ୍କ ମୃଦହେଦ ବେଡ୍ ଉପରେ ପଡିଥିଲା । ୭ ବର୍ଷୀୟା ଅନବୀର ମୃଦଦେହ ସୋଫା ଉପରେ ପଡିଥିଲା ଓ ତା ପାଟିରେ କପଡ଼ା ଭର୍ତି କରାଯାଇଥିବା ପୁଲିସ୍ କହିଛି ।
ସୁଇସାଇଡ୍ ନୋଟ୍ରେ କୌଣସି ବ୍ୟକ୍ତିକୁ ଦାୟୀ କରାଯାଇନାହିଁ । କିମ୍ବା ଅନ୍ୟ କାହାରି ନାଁ ନିଆଯାଇନି । ଫଳ ବ୍ୟବସାୟରେ ମୋଟୋ ଅଙ୍କର ଟଙ୍କାର କାରବାର କରି ଫସିଯାଇଥିଲେ । ଏହି ଅର୍ଥ ଆଦାୟ କରି ସେମାନଙ୍କ ପକ୍ଷରେ କଷ୍ଟକର ହୋଇପଡିଥିଲା । ଅନ୍ୟଟରେ ଘର ଉପରେ ଋଣ ଭାର ସୀମା ଟିପିଯାଇଥିଲା । ଏହାକୁ ନେଇ ପରିବାର ଦୀର୍ଘଦିନ ଧରି ଚିନ୍ତା ଭିତରେ ଥିଲେ । ଏହା ହିଁ ସେମାନଙ୍କୁ ମୃତ୍ୟୁ ମୁଖକୁ ଟାଣି ନେଲା ବୋଲି କୁହାଯାଉଛି ।

LEAVE A REPLY

Please enter your comment!
Please enter your name here