ପୁଣି ବିବାଦ ଘେରରେ କଙ୍ଗନା ରନାୱତ, କହିଲେ ଆଲିଆ କରନ ଜୋହରଙ୍କ କାଠ କଣ୍ଢେଇ

ମୁମ୍ବାଇ: ବଲିଉ୍ଡ଼ର ନାମିଦାମି ଅଭିନେତ୍ରୀ କଙ୍ଗନା ରନାୱତ କିଛି ଦିନ ତଳେ ଏମିତି କିଛି କଥା କହିଥିଲେ ଯାହାକୁ ନେଇ ସେ ନିଜ ବିବାଦ ଘେରରେ ଫସିଛନ୍ତି । ଆଲିଆ ଭଟ୍ଟଙ୍କୁ କହିଛନ୍ତି ସେ ହେଉଛନ୍ତି କରନ ଜୋହରଙ୍କର ହାତରେ ନାଚୁଥିବା କାଠ କଣ୍ଡେଇ ବୋଲି । ଏହାକୁ ନେଇ କିଛି ସମ୍ବାଦିକ ଆଲିଆଙ୍କୁ ପ୍ରଶ୍ନ ପଚାରିବାରୁ ସେ ଏହାର ଉତ୍ତର ଏମିତି ଭାବେ ରଖିଥିଲେ ଯେ, ମତେ ଯଦି କଙ୍ଗନା ଉପରେ କିଛି କହିବାର ହେବ ତାଙ୍କ ବ୍ୟକ୍ତିତ୍ୱକୁ ନେଇକି ତାହେଲେ ମୁଁ ତାଙ୍କୁ ବ୍ୟକ୍ତିଗତ ଭାବେ କହିବି । ଏମିତି ଗଣମାଧ୍ୟମ ଆଗରେ ନୁହେଁ ।

ଆଲିଆ ଏହା ପୁର୍ବରୁ କହିଛନ୍ତି ଯେ, ସେ କଙ୍ଗନାଙ୍କୁ ଜଣେ ଅଭିନେତ୍ରୀ ଭାବେ ବହୁତ ପସନ୍ଦ କରନ୍ତି ବୋଲି । କଙ୍ଗନା ଯେଉଁଭଳି ଭାବରେ କିଛି ବିଷୟକୁ ନେଇ ସମାଧାନ କରନ୍ତି ସେଟା ତାଙ୍କୁ ବହୁତ ଭଲ ଲାଗେ । କାହାକୁ ଡରନ୍ତି ନାହିଁ ସବୁବେଳେ ସମସ୍ତଙ୍କୁ ସମ୍ନା କରନ୍ତି ସେ ଯେଭଳି ପରିସ୍ତିତି ହେଉନା କାହିକି । ଆଲିଆଙ୍କୁ ତାଙ୍କର ସବୁ କଥା ପସନ୍ଦ ଆସେ । ଆଲିଆ କୁହନ୍ତି ଯଦି ଅଯାଣତରେ ମୋର କୌଣସି କାମ କି କଥାରେ ତାଙ୍କୁ ଆଘାତ ହୋଇଛି ସେଥିପାଇଁ ମୁଁ ଦୁଃଖିତ । ତାକୁ ଅଣଦେଖା କରିବା ପାଇଁ ମଧ୍ୟ ଅନୁରୋଧ କରି କହିଛନ୍ତି ଏଭଳି ପ୍ରତିକ୍ରିୟା ଦିଅନାହିଁ ।


ସୂଚନାନୁଯାୟୀ ଏବେ ଆଲିଆ ଭଟ୍ଟଙ୍କୁ ଫିଲ୍ମ ମନିକର୍ଣ୍ଣିକା ଚଳଚ୍ଚିତ୍ର ଏପରେ କିଛି ପ୍ରଶ୍ନ ପଚାରାଯାଇଥିଲା । ଯାହାକୁ ନେଇ ଆଲିଆ କିଛି ଟିପଣି ରଖି ଉତ୍ତର ଦେଇଥିଲେ । ମୁଁ ଭାବୁନି କଙ୍ଗନା ରନାୱତ ମତେ ପସନ୍ଦ କରନ୍ତି । ହେଲେ ମୁଁ ଜାଣିନି ମୁ ଏମିତି କଣ କାମ କଲି ଯେ କଙ୍ଗନା ରନାୱତ ମୋ ଉପରେ ରାଗିଛନ୍ତ । ହେଲେ ମୁଁ ଜାଣିସୁଣି କିଛି କରି ନାହିଁ । ଯଦି ସେ ସେମିତି କିଛି ଭାବୁଛନ୍ତି ତାହେଲେ ମୁଁ ତାଙ୍କୁ ବ୍ୟକ୍ତିଗତ ଭାବରେ କ୍ଷମା ମାଗିବା ପାଇଁ ମଧ୍ୟ ପ୍ରସ୍ତୁତ ଅଛି । ଏହି ବାବଦରେ ଯେତେବେଳେ କଙ୍ଗନାଙ୍କୁ ଆଲିଆଙ୍କ ଏହି ଉତ୍ତର ଜାଣିବାକୁ ପାଇଲେ ସେ ରାଗିଯାଇ କହିଲେ କି ମୁଁ ଆଲିଆଙ୍କ ସହ ବ୍ୟକ୍ତିଗତ ଭାବରେ କଥା ହୋଇଥିଲି ଏବଂ ତାଙ୍କୁ ପଚାରିଥିଲି କି ତାଙ୍କୁ କାହିକି ଲାଗୁଛି ମନିକର୍ଣ୍ଣିକା ତାଙ୍କର ବ୍ୟକ୍ତିଗତ ବିବାଦ ବୋଲି । ଏହା ଗୋଟେ ଏମିତି ଚଳଚ୍ଚିତ୍ର ଯେ ଯେଉଁଥିରେ କି ଆମର ପୁରା ରାଷ୍ଟ୍ର ସର୍ମଥନ କରୁଥିବା ବେଳେ କେବଳ ବଲିଉଡ୍ରେ ହିଁ ମୁହଁ ଚୁପ କରି ବସିଛି । କଙ୍ଗନା ଆଉ ମଧ୍ୟ କହିଛନ୍ତି । ସେ ଆଲିଆ ଭଟ୍ଟଙ୍କୁ ସହିତ କଥା ହୋଇଥିଲେ ଓ କହିଥିଲେ । ସେ କିଭଳି ଭାବରେ ଟିକେ ସାହସ ଦେଖେଇବା ଦରକାର ମହିଳା ସଶଂକ୍ତି କରଣ ପ୍ରତି । ରାଷ୍ଟ୍ରକଥା କହିଲା ଭଳି ଚଳଚିତ୍ରକୁ ମଧ୍ୟ ସମ୍ମାନ କରିବା ଉଚିତ ନା କି ତା ଉପରେ ଏଭଳି ମନ୍ତବ୍ୟ ରଖିବା । ପରେ କଙ୍ଗନା ଏହା ମଧ୍ୟ କହିଛନ୍ତି ଆଲିଆଙ୍କର କିଛି ନିଜର ସ୍ୱର ନାହିଁ ।ସେ ନିଜ ଇଛାରେ କିଛି କରନ୍ତି ନାହିଁ । ସେ ନିଜର ପୁରା ବ୍ୟକ୍ତିତ୍ୱ କରନ ଜୋହରଙ୍କ କାଠ କଣ୍ଡେଇ ହୋଇ ବିତେଇବାକୁ ଚାହାନ୍ତି । ମୁଁ ଜାଣିବାରେ ଏହାକୁ ସଫଳତା କୁହାଯାଏନି । କେବଳ ଯେ ପଇସା କମେଇବା ଟା ହିଁ ସଫଳତା ନୁହେଁ ନିଜର ସ୍ୱର ମଧ୍ୟ ଉଠେଇବାକୁ ପଡେ । ଶେଷରେ କଙ୍ଗନା କହିଛନ୍ତି ଆଲିଆ ଭଟ୍ଟଙ୍କ ଠୁ ଆଶା ଅଛି କି ସେ ତାଙ୍କର ଦାୟିତ୍ୱ ବୁଝିପାରିବେ ।