ମସୁଦ ଆଝାରକୁ ବିଶ୍ୱ ଆତଙ୍କବାଦୀ ଘୋଷଣାରୁ ବର୍ତ୍ତିଲେ: ପୁଣି ବାଧକ ସାଜିଲେ ଚୀନ

ନ୍ୟୁୟର୍କ/ନୂଆଦିଲ୍ଲୀ : ପାକିସ୍ତାନସ୍ଥିତ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ମୁଖ୍ୟ ମସୁଦ ଆଝାରକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣାରେ ପୁଣି ଥରେ ଚୀନ ବାଧକ ସାଜିଛି । ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଚୀନ ବୁଧବାର ନିଜ ଭିଟୋ ଶକ୍ତି ବ୍ୟବହାର କରି ୪ର୍ଥ ଥର ପାଇଁ ମସୁଦ ଆଝାର ଭଳି ଆତଙ୍କବାଦୀକୁ ସୁରକ୍ଷା ପ୍ରଦାନ କରିଛି ।
ସୂଚନାନୁଯାୟୀ, ଜୈଶ-ଏ-ମହମ୍ମଦ ମୁଖ୍ୟ ମସୁଦ ଆଝାରକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରିବା ପାଇଁ ଫ୍ରାନ୍ସ, ବ୍ରିଟେନ ଏବଂ ଆମେରିକା ପ୍ରସ୍ତାବ ରଖିଥିଲେ । ସୁରକ୍ଷା ପରିଷଦର ୫ସ୍ଥାୟୀ ସଦସ୍ୟ ମଧ୍ୟରୁ ୪ର୍ଥ ସଦସ୍ୟ ଭାବେ ରୁଷ ଏହାକୁ ସମର୍ଥନ ଜଣାଇଥିଲେ । ମାତ୍ର ବୁଧବାର ଚୂଡ଼ାନ୍ତ ଭୋଟିଂ ପ୍ରକ୍ରିୟାରେ ଚୀନ ଭିଟୋ ଶକ୍ତି ପ୍ରୟୋଗ କରି ଏହି ପ୍ରସ୍ତାବକୁ ରୋକି ଦେଇଛି ।
ପ୍ରକାଶଯୋଗ୍ୟ ଯେ ମସୁଦ ଆଝାର ଦ୍ୱାରା ସଂଗଠିତ ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ଭାରତର ୪୪ଜଣ ସିଆରପିଏଫ ଯବାନ ସହିତ ହୋଇଥିଲେ । ଏହାକୁ ନେଇ ଭାରତ ପାକିସ୍ତାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏବେ ଚୀନର ପାକିସ୍ତାନ ପ୍ରେମ ଯୋଗୁଁ ମସୁଦ ଆଝାର ବିଶ୍ୱ ଆତଙ୍କବାଦୀ ଘୋଷଣା ହେବାରୁ ବର୍ତ୍ତି ଯାଇଛି ।

ପାକିସ୍ତାନରେ ସକ୍ରିୟ ଅଛି ୨୨ ଆତଙ୍କବାଦୀ ପ୍ରଶୀକ୍ଷଣ ଶିବିର, ଜୈଶର ୯ଟି ଅଧିକାରୀଙ୍କ ଗୁପ୍ତ ତଥ୍ୟ! ପଢନ୍ତୁ ଏହି ଖବର….