ପୁଣି ସିବିଆଇ ନିର୍ଦ୍ଦେଶକ ପଦରୁ ହଟିଲେ ବର୍ମା

ଭୁବନେଶ୍ୱର: ସିବିଆଇ ମୁଖ୍ୟ ପଦରୁ ଆଲୋକ ବର୍ମାକୁ ଆଜି ପୁଣି ହଟାଇ ଦିଆଯାଇଛି | ସିଲେକ୍ସମନ ପ୍ୟାନଲର ନିଷ୍ପତ୍ତି ଅନୁସାରେ ଏହି ପଦକ୍ଷେପ ନିଆଯାଇଛି | ପୂର୍ବରୁ ସିବିଆଇର ଦୁଇ ପ୍ରମୁଖ ଅଧ୍ୟକ୍ଷ ମଧ୍ୟରେ ବିବାଦ ଯୋଗୁଁ କେନ୍ଦ୍ର ସରକାର ରାତି ଅଧରେ ଆଲୋକ ବର୍ମାଙ୍କୁ ସିବିଆଇ ନିର୍ଦ୍ଦେଶକ ପଦରୁ ହଟାଇ ଦେଇଥିଲେ | ଏହା ବିରୋଧରେ ଶ୍ରୀବର୍ମା ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇତିଲେ | ସିବିଆଇ ମୁଖ୍ୟ ଭାବରେ ଜଣେ ଅନୁନ୍ୟା 3 ବର୍ଷ ରହିବାକଥା | ବଦଳି କରିବାକୁ ହେଲେ ସିଲେକ୍ସନ କମିଟିର ବୈଠକ ବସି ନିଷ୍ପତ୍ତି ନିଆଯିବା କଥା | କିନ୍ତୁ କେନ୍ଦ୍ର ସରକାର ବର୍ମାଙ୍କୁ ରାତି ଅଧରେ ଦୀର୍ଘ ଦିନ ଛୁଟିରେ ଯିବାକୁ କହି ଯୁବ ନିର୍ଦ୍ଦେଶକ ଥିବା ନାଗେଶ୍ବର ରାଓଙ୍କୁ ନିର୍ଦ୍ଦେଶକ ବାବେ ବସାଇଥିଲେ | ଏହି ମାମଲା ସୁପ୍ରିମମକୋର୍ଟର ସେ ଚାଲିଥିଲା | ସୁପ୍ରିମକୋର୍ଟ ଗତକାଲି ଚୂଡାନ୍ତ ରାୟ ଦେଇତିଲେ | ଏଥିରେ କୋର୍ଟ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକୁ ରଦ୍ଦ କରିଥିଲେ ଏବଂ ଆଲୋକ ବର୍ମାଙ୍କୁ ପୁନ୍ଃ ଅବସ୍ଥାପିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ | କୋର୍ଟଙ୍କ ନିର୍ଦ୍ଦେଶ ପାଇଁ ଶ୍ରୀ ବର୍ମା ସଙ୍ଗେସଙ୍ଗେ କାର୍ଯ୍ୟରେ ଯୋଗ ଦେଇଥିଲେ | କୋର୍ଟ ତାଙ୍କ ରାଯରେ ଦର୍ଷାଇଥିଲେ ଯେ ସିଲେକ୍ସନ ପ୍ୟାନେଲ ନିଯୁକ୍ତୁ ଦେବାର କ୍ଷମତା ଥିବାରୁ ବର୍ମାଙକ୍ ସମ୍ପର୍କରେ ନିଷ୍ପତ୍ତି ନେଇ ପାରିବେ | ଆଜି ପ୍ୟାନେଲର ବୈଠକ ବସି ବର୍ମାଙ୍କ ବିରୋଧରେ ଗୁରୁତ୍ବ ଅଭିଯୋଗ ତିବାରୁ ତାଙ୍କୁ ହଟାଇ ଦେବାକୁ ନିଷ୍ପିତ୍ତି ନିଆଯାଇଛି | ଏହି ନିଷ୍ପତ୍ତି କ୍ରମେ ବର୍ମାଙ୍କୁ ଆଜି ହଟାଇ ଦିଆଯାଇଛି | ସିଲେକ୍ସନ ପ୍ୟାନେଲରେ ହେଉଛନ୍ତି 3 ଜଣ ସଦସ୍ୟ | ପ୍ରଧାନମନ୍ତ୍ରୀ ହେଉଚନ୍ତି ଅଧ୍ୟକ୍ଷ, ସୁପ୍ରିମକୋର୍ଟଙ୍କ ମୁଖ୍ୟ ବିଚାରପତି ଓ ଲୋକସଭାର ବିରୋଧୀ ଦଳ ନେତା ହେଉଚନ୍ତି ସଦସ୍ୟ | ଏହି କମିଟି କ୍ଷେତ୍ରରେ ମୁଖ୍ୟ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗଇ ଯେହେତୁ ବର୍ମାଙ୍କ ମାମଲାର ଶୁଣାଣି କରିଥିଲେ ସେଥିପାଇଁ ତାଙ୍କ ସମ୍ପର୍କରେ ଆଲୋଚନା ପାଇଁ ଗଠିତ କମିଟିରେ ରହିବେ ନାହିଁ ବୋଲି କହିଥିଲେ | ମୁଖ୍ୟ ବିଚାରପତି ତାଙ୍କ ବଦଳରେ ଅନ୍ୟ ଜଣେ ବିଚାରପତିଙ୍କୁ ନିଯୁକ୍ତ କରିଥିଲେ | ଆଜି ଏହି 3 ଜଣିଆ କମିଟି ଏହି ନିଷ୍ପତ୍ତି ନେଇଛନ୍ତି |