ଭଣ୍ଡବାବା ଛାୟାରେ ଅନେକ ଦେଶ, ଅବସାଦରୁ ମୁକ୍ତି ପାଇବା ଲାଗି ଭଣ୍ଡବାବା କରୁଥଲେ ଯୌନଶୋଷଣ, ପଢନ୍ତୁ ପୂରା ଖବର…

ବ୍ରାଜିଲ : ବିଶ୍ୱାସ ନାଁରେ ଅନ୍ଧବିଶ୍ୱାସ ଘେରରେ ଫଶିଲେ ମହିଳା | ତେବେ ଏହି ଅନ୍ଧବିଶ୍ୱାସ କେବଳ ଗାଁ ଗଣ୍ଡାରେ ନୁହେଁ କି ରାଜ୍ୟରେ ପ୍ରଚଳିତ ହେଉନାହିଁ, ଦେଶ ଓ ଦେଶ ବାହରେ ମଧ୍ୟ ଏହି ଅନ୍ଧବିଶ୍ୱାସ ଏତେ ମାତ୍ରାରେ ବୃଦ୍ଧି ହେଉଛି ତାହା କଳ୍ପନା କରିବା ମଧ୍ୟ ଅସମ୍ଭବ ହୋଇପଡୁଛି | ଏପରି ଏକ ଲଜ୍ଜ୍ୟଜନକ ଘଟଣା ସାମନାକୁ ଆସିଛି ଯାହା ବିଶ୍ୱାସର ସୀମା ଟପେଇ ଦେଉଛି | ମାନସିକ ଅବସାଦ ଓ ଅନ୍ୟାନ୍ୟା ସମସ୍ୟାରୁ ମୁକ୍ତ ହେବା ଲାଗି ଜଣେ ବାବାଙ୍କ ପାଖକୁ ଅନେକ ମହିଳାମାନେ ଯାଇଥାନ୍ତି | ତେବେ ଉକ୍ତ ମହିଳାମାନଙ୍କୁ ଯୌନଶୋଷଣ କରୁଥିବାର ଅଭିଯୋଗ ଆସିଛି | ଏହି ଭଣ୍ଡା ବାବା ଜଣଙ୍କ ହେଉଛନ୍ତି ୭୬ ବର୍ଷିୟ ବ୍ରାଜିଲର ଭଣ୍ଡ ବାବା ଜୋଆଓ ଟେକ୍‌ଜିରିଆ ଡି ଫାରିଆ । ତାଙ୍କୁ ଲୋକେ ଜୋଆଓ ଅଫ୍‌ ଗଡ୍‌ ଭାବେ ଜାଣନ୍ତି । ଡଚ୍‌ କୋରିଓଗ୍ରାଫର୍‌ ଜାହିରା ଲିନେକେ ମାଉସ୍‌ ଏବଂ ବ୍ରାଜିଲର ଅନ୍ୟ ନଅ ଜଣ ମହିଳା ଏହି ଭଣ୍ଡବାବାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ଯେ,ବାବା ସେମାନଙ୍କ ସହ ଅଶ୍ଳୀଳ ଆଚରଣ କରୁଥିଲେ । ଗ୍ଲୋବାଲ୍‌ ଟେଲିଭିଜନ୍‌ ନେଟ୍‌ଓ୍ଵାର୍କର ଏକ କାର୍ଯ୍ୟକ୍ରମରେ ଏହି ଅଭିଯୋଗ ଆଣିଛନ୍ତି ଯେ, ବାବା ତାଙ୍କ ସହିତ ଦୁୁଷ୍କର୍ମ ମଧ୍ୟ କରିଛନ୍ତି । ଏହି ଭଣ୍ଡବାବାଙ୍କର ଅନୁଗାମୀମାନେ କେବଳ ବ୍ରାଜିଲ୍‌ରେ ନାହାଁନ୍ତି,ବରଂ ଆମେରିକା ,ୟୁରୋପ ଓ ଅଷ୍ଟ୍ରେଲିଆରେ ଅଛନ୍ତି । ଏହା ପୂର୍ବରୁ କେତେକ ନିଉଜ ଚାନେଲରେ ବାବାଙ୍କ ଯୌନ ଶୋଷଣ ସଂପର୍କରେ ଖବର ମଧ୍ୟ ପ୍ରସାରିତ ହୋଇଛି,ମାତ୍ର କେହି ବି ମକଦ୍ଦମା କରି ନ ଥିଲେ ବୋଲି ସୂଚନା ମିଳୁଛି । ତେବେ ଏପରି ଅନ୍ଧବିଶ୍ୱାସକୁ ଲୋକେ କିପରି ବିଶ୍ୱାସ କରୁଛନ୍ତି ତାହାକୁ ନେଇ ସାଧାରଣରେ ଚର୍ଚ୍ଚା ସୃଷ୍ଟି ହେଉଛି |