ଜେଲରୁ ବାହରିବା ପରେ ପୁଣି ଟ୍ୱିଟ କଲେ ଅଭିଜିତ ଆୟାର, ଜାଣନ୍ତୁ କଣ ସେ….

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର : ବିବାଦୀୟ ମନ୍ତବ୍ୟ ଦେଇ ଜେଲରୁେ ସଜା କାଟି ଗୁରୁବାର ଦିନ ଘରକୁ ଫେରିଛନ୍ତି ଅଭିଜିତ ଆୟାର ମିତ୍ର | ତେବେ ପୂର୍ବରୁ ସେ ବିବାଦୀୟ ମନ୍ତବ୍ୟ ଦେଇ ଫଶିଥିବାବେଳେ ଆଜି ପୁଣି ଥରେ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି | ତେବେ ଏଥର କେଉଁ ବିବାଦୀୟ ମନ୍ତବ୍ୟ ପାଇଁ ନୁହେଁ ବରଂ ନିଜେ କରିଥିବା ଭୁଲ ଲାଗି ଟ୍ୱିଟର ମାଧ୍ୟମରେ ଏକ ଲେଖା ସେୟାର କରିଛନ୍ତି | ସୁଚନାରୁପ୍ରକାଶ, ଗତ ଅକ୍ଟୋବର ୨୨ ପରଠାରୁ ପ୍ରଥମ ଥର ପାଇଁ ସେ ଟ୍ଵିଟ କରିଛନ୍ତି । ଅକ୍ଟୋବର ମାସରେ ହିଁ ତାଙ୍କୁ ଗିରଫ କରାଯାଇଥିଲା । ନିଜର ପ୍ରଥମ ଟ୍ଵିଟରେ ସେ ଲେଖିଛନ୍ତି, “ମୁଁ ୧୦ମ ପଢୁଥିବାବେଳେ ମୋ ଇଂରାଜୀ ଶିକ୍ଷୟିତ୍ରୀ ପ୍ରେମା ରଘୁନାଥ ମୋତେ କହିଥିଲେ,“ତୁମର ଜୋକ୍ସ(ବ୍ୟଙ୍ଗ)ଗୁଡାକ ତୁମର ସିରିୟସ କଥା ତୁଳନାରେ ଅଧିକ ଡର ଲାଗେ” । ଆଜି ବୁଝିପାରୁଛି କଣ କହିଥିଲେ ମୋ ମ୍ୟାଡମ୍ ମୋତେ |

ତାପରେ ସେ ଆଉ ଏକ ଟ୍ବିଟ କରିକହିଛନ୍ତି ଯେ “ଜେଲରେ ରହିବା ପରେ ବୋଧହୁଏ ମୋଟ ସ୍ୱାଦ ବାରିବା ଓ ଆଘ୍ରାଣ ଶକ୍ତି ବଢିଯାଇଛି ଓ ମୋ ମଧ୍ୟରେ ଥିବା ତାମିଲ ବ୍ରାହ୍ମଣ ଜାଗ୍ରତ ହୋଇଯାଇଛି । ମାଛ, ମାଂସ ଏପରିକି ପିଆଜ ରସୁଣ ଦେଖିଲେ ଘୃଣା ଲାଗୁଛି, କେବଳ ରସମସଦମ, କିରାଇ ଓ ଥାଇରସଦମ, ଲେମ୍ବୁ ଆଚାର ପରି ସାଧାସିଧା ସାତ୍ତ୍ୱିକ ତାମିଲ ଆହାର ଖାଇବାକୁ ଭଲ ଲାଗୁଛି ।” ତେବେ ତାଙ୍କର ଏହି ଟ୍ୱିଟକୁ ଅନେକ ପ୍ରଶଂସା କରିଥିବାର ଦେଖିବାକୁ ମିଳୁଛି |

ମତାମତ ଦିଅନ୍ତୁ

Please enter your comment!
Please enter your name here