ସୁଶାନ୍ତଙ୍କ ଭାଗ୍ୟ ବଦଳାଇଲା ଫିଲ୍ମ “କେଦାରନାଥ”, ହାତରେ ରହିଛି ୧୨ଟି ଫିଲ୍ମ, ପଢନ୍ତୁ ପୂରା ଖବର….

ମୁମ୍ବାଇ: ବଲିଉଡର ସବୁ ଅଭିନେତାଙ୍କୁ ପଛରେ ପକାଇଲେ ଅଭିନେତା ସୁଶାନ୍ତ ସିଂ ରାଜପୁତ । ଫିଲ୍ମ “କେଦାରନାଥ” ସଫଳତା ପରେ ବଲିଉଡରେ ତାଙ୍କର ଏକ ସ୍ୱତନ୍ତ୍ର ସ୍ଥାନ ବନିସାରିଛି । ନିକଟରେ ତାଙ୍କର ଅପକମିଂ ଫିଲ୍ମ “ସୋନା ଚିରିୟା” ଟ୍ର୍ରେଲର ଆଗକୁ ରିଲିଜ ହେବ । ଏହି ଫିଲ୍ମରେ ସୁଶାନ୍ତ ଏକ ଆତଙ୍କବାଦୀ ଭୂମିକାରେ ଆସୁଛନ୍ତି । ଏଥିସହ ସେ “ଡ୍ରାଇଭ” ଓ “ଚନ୍ଦାମାମା ଦୂର କେ” ଫିଲ୍ମରେ ମଧ୍ୟ କାମ କରୁଥିବାର ସୂଚନା ମିଳିିଛି । ସେପଟେ ଏକ ସାକ୍ଷାତକାରରେ ସୁଶାନ୍ତ ଏକ ବଡ ଖୁଲାସା କରିଛନ୍ତି । ସେ ଏଥିରେ କହିଛନ୍ତି ଯେ, ତାଙ୍କ ହାତରେ ଆହୁରି ୧୨ ଟି ଫିଲ୍ମର ଅଫର ରହିଛି । ହେଲେ ସେ କେଉଁ ଫିଲ୍ମ କରିବେ ତାହାକୁ ନେଇ ସ୍ଥିର କରିନଥିବା ସୂଚନା ମିଳିଛି ।
ତେବେ ତାଙ୍କର ଏତେ ମାତ୍ରା ଫିଲ୍ମକୁ ନେଇ ସେ ଖୁସି ଥିବା କହିଛନ୍ତି । ସେପଟେ ତାଙ୍କର କିଛି ଦିନ ପୂର୍ବରୁ କ୍ରିତୀ ସାନନଙ୍କ ସହ ବ୍ରେକଅପ ହେବା ପରେ ସେ ଭାଙ୍ଗି ପଡିଥିବାର ସୂଚନା ମିଳୁଥିଲା । କିନ୍ତୁ ଏତେ ମାତ୍ରାର ଫିଲ୍ମକୁ ନେଇ ବର୍ତ୍ତମାନ ଖୁସିଥିବାର ଜଣା ପଡୁଛନ୍ତି ସୁଶାନ୍ତ ।