ମୃତ୍ୟୁପରେ ଉଦାହରଣ ପାଲଟିଲେ ୧୮ ବର୍ଷିୟ ଯୁବକ

0
1

ନୂଆଦିଲ୍ଲୀ: ମଣିଷ ଜୀବନ ସତରେ ଦୁର୍ଲଭ । ଅନେକ ମଣିଷ ବଞ୍ଚିଥିବା ବେଳେ ଅନେକ ପ୍ରକାରର ଅମାନବିକତା କାଯ୍ୟ କରିବା ସହ ମଣିଷତ୍ୱ ହରାଇ ବସିଥାଏ । ମାତ୍ର ଏମିତି ଅନେକ ମଣିଷ ଅଛନ୍ତି ଯିଏ ବଞ୍ଚିଥିବା ଅବସ୍ଥାରେ ତ ସମସ୍ତଙ୍କୁ ସାହାର୍ଯ଼୍ୟ କରିଥାନ୍ତି ମୃତ୍ୟୁ ପରେ ବି କୌଣସି ନା କୌଣସି ଭଲ କାମ କରି ଇତିହାସରେ ନାମ ଲେଖି ଯାଆନ୍ତି । ଏପରି ଏକ ୧୮ ବର୍ଷିୟ ଯୁବକଙ୍କ କାଣ୍ଡ କରିଛନ୍ତି ଯାହା ଚିର ଦିନ ପାଇଁ ସ୍ମରଣୀୟ ଅଟେ । ଯାହାଙ୍କ କାହାଣୀ ଜାଣିଲେ ଆପଣ ବି ସାଲ୍ୟୁଟ୍‌ ନ କରି ରହିପାରିବେନି । ଉକ୍ତ ଛାତ୍ର ଜଣଙ୍କ ହେଉଛନ୍ତି ଆଇଆଇଟି ଛାତ୍ର । ସେପ୍ଟେମ୍ବର ୧୦ ତାରିଖ ସୋମବାର ଦିନ ଏକ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା । ଟ୍ରକ୍‌ ଟି ହଠାତ୍‌ ମିହିର୍‌ଙ୍କ ବାଇକ୍‌କୁ ଧକ୍କା ଦେବା ପରେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା । କିନ୍ତୁ ଦୁର୍ଘଟଣାରେ ଗଭୀର ଆଘାତ ଯୋଗୁଁ ମିହିର୍‌ ଧୀରେ ଧୀରେ ମୃତ୍ୟୁ ଆଡ଼କୁ ଅଗ୍ରସର ହେଉଥିଲେ । ପରିବାର ଲୋକେ ମିହିରଙ୍କୁ ଫେରିପାଇବାର ଆଶା ହରାଇ ସାରିଥିଲେ । କିନ୍ତୁ ତାଙ୍କ ଶେଷ ଯାତ୍ରାକୁ ସ୍ମରଣୀୟ କରିବା ପାଇଁ ତାଙ୍କ ଘର ଲୋକେ ମିହିରଙ୍କ ଅଙ୍ଗ ଦାନ କରିବାକୁ ନିଷ୍ପତ୍ତି ନେଲେ ।
ଉଲ୍ଲେଖନୀୟ, ଦିଲ୍ଲୀରେ ଏକ ଡାକ୍ତରଖାନାରେ ଚିକିତ୍ସା ହେଉଥିବା ଗୋବିନ୍ଦ ମେହେରଙ୍କ ହାର୍ଟ ନଷ୍ଟ ହୋଇ ଯାଇଥିଲା । କୌଣସି ମତେ ଏକଥା ମିହିର ପରିବାର ଲୋକେ ଜାଣିବା ପରେ ହାର୍ଟ ଦେବାକୁ ଉଦ୍ୟମ ଆରମ୍ଭ କଲେ । ମାତ୍ର ୧୧୭ ମିନିଟ୍‌ରେ ୧୧୫୮ କିମି ଅତିକ୍ରମ ମିହିରଙ୍କ ହାର୍ଟ ଆସି ଗୋବିନ୍ଦଙ୍କ ଛାତିରେ ଲାଗିପାରିଥିଲା । ଖାଲି ହାର୍ଟ କାହିଁକି ମିହିରଙ୍କ ଆଖି, କିଡ୍‌ନୀ, ଲିଭର୍‌ ସବୁକିଛି ଦାନ କରିଦେଲେ ତାଙ୍କ ପରିବାର ଲୋକେ । ମିହିରଙ୍କ କିଡ୍‌ନୀ ଜଣେ ୩୦ ବର୍ଷର ଯୁବକ ଓ ଜଣେ ୧୨ ବର୍ଷିୟ ବାଳକକୁ ଦିଆଗଲା। ସେହିଭଳି ତାଙ୍କ ଲିଭର୍‌ ଜଣେ ୫୦ ବର୍ଷର ମହିଳାଙ୍କ ଜୀବନ ବଞ୍ଚାଇଲା । ତାଙ୍କ ଆଖିକୁ ମଧ୍ୟ ଦାନ କରିଦିଆଗଲା । ଦୁର୍ଘଟଣା ରୂପରେ ଆସିଥିବା ମୃତ୍ୟୁ ମହିରିଙ୍କ ଦେହକୁ କେବଳ ନେଇପାରିଥିଲା । କିନ୍ତୁ ଲୋକଙ୍କ ହୃଦୟରେ ସେ ଏବେ ବି ଜୀବିତ । ଗୋଟିଏ ଜୀବନ ନେଇ ପୃଥିବୀକୁ ଆସିଥିବା ମିହିରଙ୍କ ଆତ୍ମା ଏହି ଚାରିଜଣଙ୍କ ଠାରେ ମିଶିଗଲା ।

 

LEAVE A REPLY

Please enter your comment!
Please enter your name here