ଆପଣାନ୍ତୁ ଘରୋଇ ଉପାୟ, ଦୂରେଇବେ ମୂଷା

ଘରକୁ ସଜାଇବା ଲାଗି ଆମେ ଅନେକ ଜିନିଷ ଆପଣାଇଥାଉ । ମାତ୍ର ଘରେ ଯଦି ମୂଷା ତାର ଘର ବନେଇ ଦିଏ ତେବେ ଘର ଆଉ ଘର ହୋଇ ରୁହେ ନାହିଁ । ବିଭିନ୍ନ ପ୍ରକାରର ସମସ୍ୟ ଦେଖିବାକୁ ମିଳେ । ତେବେ ଚାଲନ୍ତୁ ଜାଣିବା କଣ କଲେ ଘରୁ ତୁରନ୍ତ ମୂଷା ପଳାଇବ ।
ପିଆଜ: ପିଆଜର ଗନ୍ଧକୁ ମୂଷାମାନେ ସହି ପାରନ୍ତି ନାହିଁ। ଯେଉଁ ସ୍ଥାନରେ ପିଆଜ ରହିଥାଏ, ସେଠାରୁ ମୂଷାମାନେ ଦୂରକୁ ଚାଲି ଯାଇଥା’ନ୍ତି। ଏଥିପାଇଁ ଯେଉଁ ସ୍ଥାନରେ ମୂଷା ଅଧିକ ହେଉଛି, ସେଠାରେ ପିଆଜକୁ କାଟି ରଖିଦିଅନ୍ତୁ । ଏପରି କିଛି ଦିନ କରିବା ପରେ ଦେଖିବେ ମୂଷା ଶୀଘ୍ର ଘରୁ ବାହାରିଯିବେ ।
ପୋଦିନା: ପୋଦିନା ପତ୍ରର ବାସ୍ନାକୁ ମୂଷାମାନେ ଘୃଣା କରନ୍ତି। ଘରୁ ମୂଷାଙ୍କୁ ବିଦା କରିବା ପାଇଁ ପୋଦିନା ପତ୍ରକୁ ତୁଳାରେ ଗୁଡ଼ାଇ ମୂଷା ଆସୁଥିବା ସ୍ଥାନରେ ରଖିଦିଅନ୍ତୁ । ଏହା ବ୍ୟତୀତ ଆପଣ ପୋଦିନା ପତ୍ରକୁ ବାଟି ଏହାର ଲେପକୁ ଝରକା ଏବଂ କବାଟରେ ଲଗାଇ ଦିଅନ୍ତୁ । ଏପରି କଲେ ଘରେ ମୂଷା ରହିବେ ନାହିଁ ।
ତେଜପତ୍ର: ଖାଇବାରେ ସ୍ୱାଦ ବଢ଼ାଉଥିବା ତେଜ ପତ୍ର ମୂଷାମାନଙ୍କ ଶତ୍ରୁ। ଏହାର କଡ଼ା ବାସ୍ନା ମୂଷାମାନଙ୍କୁ ସମସ୍ୟାରେ ପକାଇଥାଏ । ଏଥିପାଇଁ ଆପଣଙ୍କ ଘରର ଯେଉଁ ସ୍ଥାନରେ ଅଧିକ ମୂଷା ହେଉଛନ୍ତି, ସେଠାରେ ତେଜପତ୍ର ରଖି ଦିଅନ୍ତୁ । ମୂଷା ରହିବେ ନାହିଁ ।
ପେଚା ପର: ମୂଷାଙ୍କୁ ଘରୁ ବାହାର କରିବା ପାଇଁ ଆପଣ ପେଚା ପରର ମଧ୍ୟ ସାହାଯ୍ୟ ନେଇପାରିବେ। ପେଚା ପରକୁ ଦେଖି ମୂଷାମାନ ଡରି ଯାଇଥା’ନ୍ତି । ଯେଉଁ ଘରେ ପେଚାର ପର ରହିବ, ସେଠାକୁ ମୂଷା ଭୁଲ୍‌ରେ ମଧ୍ୟ ପ୍ରବେଶ କରିବେ ନାହିଁ ।