ଆଦିବାସୀ ସମାବେଶ ଏକ ପ୍ରହସନ – ଜୟଦେବ ଜେନା, ପୂର୍ବତନ ପିସିସି ସଭାପତି

ଭୂବନେଶ୍ୱର : ଅଗଷ୍ଟ ୯ ତାରିଖରେ ବିଜୁ ଜନତା ଦଳ ପକ୍ଷରୁ ଆୟୋଜିତ ହୋଉଥିବା ଆଦିବାସୀ ସମାବେଶ ଉପରେ ପ୍ରତିକ୍ରିୟା ପ୍ରକାଶ କରି ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସଭାପତି ଶ୍ରୀ ଜୟଦେବ ଜେନା କହିଛନ୍ତି ଯେ, ୧୮ ବର୍ଷପରେ ମୁଖ୍ୟମନ୍ତ୍ରୀଙ୍କର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗିଛି । ବାସ୍ତବରେ ନବୀନ ସରକାର ଆଦିବାସୀ ବିରୋଧୀ । ଏବେ ନିର୍ବାଚନ ପାଖେଇଆସିବାରୁ ଆଦିବାସୀ ମାନଙ୍କୁ ଭୁଆଁ ବୁଲାଇବା ପାଇଁ ବିଶ୍ୱ ଆଦିବାସୀ ଦିବସରେ ଆଦିବାସୀ ସମାବେଶର ନାଟକ ବାଜି କରାଯାଉଅଛି । ନବୀନ ସରକାର ଅମଳରେ ଆଦିବାସୀ ଉପେକ୍ଷିତ, ଅତ୍ୟାଚାରିତ ଏବଂ ଲୁଣ୍ଠିତ । ଫୁଲବାଣୀରେ ଆଦିବାସୀମାନେ ଜାତିଆଣ ଦଙ୍ଗାର ଶିକାର । କଳିଙ୍ଗ ନଗରରେ ନିଜର ଭିଟାମାଟି ପାଇଁ ଲଢେଇ କରୁଥିବା ଆଦିବାସୀମାନଙ୍କ ମଧ୍ୟରୁ ୧୩ ଜଣଙ୍କୁ ନିର୍ମମ ଭାବରେ ନବୀନ ସରକାର ହତ୍ୟାକରିଛି । ଗୁମୁଡ଼ୁମାହାରେ ମାଓ ଦମନ ନାମରେ ଆଦିବାସୀଙ୍କ ରକ୍ତରେ ହୋଲି ଖେଳାଯାଇଅଛି । ରାଇଘର ଓ ମାଇକଞ୍ଚର ଆଦିବାସୀ ହତ୍ୟା ଘଟଣାର ତଦନ୍ତକୁ ଚପାଇ ଦିଆଯାଇଅଛି । ନିୟମଗିରିରେ ଡ଼ଙ୍ଗରିଆ କନ୍ଧ, ଝରଣିଆ କନ୍ଧ ଓ କୁଟିଆ କନ୍ଧଙ୍କୁ ବେଘର କରିବା ପାଇଁ ବିଜେଡ଼ି ସରକାର ଷଡ଼ଯନ୍ତ୍ର କରି ବିଫଳ ହୋଇଛନ୍ତି ।
କେବଳ ଆଦିବାସୀ ଅଧ୍ୟୁସିତ ଅଞ୍ଚଳରେ ଖାଦ୍ୟାଭାବରୁ ଲୋକେ ଆମ୍ବ ଟାକୁଆ ଖାଇ ମୃତ୍ୟୁବରଣ କରୁଛନ୍ତି । କେବଳ ନଗଡ଼ା ନୁହେଁ ଓଡ଼ିଶାର ସମସ୍ତ ଆଦିବାସୀ ଅଧ୍ୟୁସିତ ଅଞ୍ଚଳରେ ଶିଶୁମାନେ ପୁଷ୍ଟିହୀନତା ଶିକାର । କେଉଁଝର ସମେତ ପ୍ରାୟ ଅଧିକାଂଶ ଆଦିବାସୀ ଅଞ୍ଚଳରେ ଡ଼େଙ୍ଗୁ ଏକ ମହାମାରୀର ରୂପ ନେଇଥିଲା । ଆଦିବାସୀ ମେଲେରିଆରେ ଆକ୍ରାନ୍ତ । ଆଦିବାସୀ ଗାଁକୁ ସବୁଦିନିଆ ରାସ୍ତା ନାହିଁ । ଆଦିବାସୀ ଗାଁକୁ ପାନୀୟଜଳର ସୁବିଧା ନାହିଁ, ଶୌଚାଳୟର ସୁବିଧା ନାହିଁ । ଆଦିବାସୀମାନେ ଭାରରେ ରୋଗୀକୁ ବୋହି ଡ଼ାକ୍ତରଖାନାରେ ପହଞ୍ଚାଉଛନ୍ତି । ଆଦିବାସୀ ଆବାସିକ ବିଦ୍ୟାଳୟରେ ଛାତ୍ରୀମାନେ ଅସୁରକ୍ଷିତ । ବହୁ ଦାନ ମାଝିର ଉଦାହରଣ ଓଡ଼ିଶାରେ ଘଟିଚାଲିଛି । ଆଦିବାସୀ ଓ ବନବାସୀ ମାନଙ୍କ ପାଇଁ ଉପାସରକାରର ଜଙ୍ଗଲ ଜମି ଅଧିକାର ଆଇନକୁ ନବୀନ ସରକାର କାର୍ଯ୍ୟକାରୀ କରିବାରେ ବି‘ଳ ହୋଇଛି । ନିଯୁକ୍ତି, ସାମାଜିକ ସୁରକ୍ଷା ଏବଂ ଉତ୍କଟ ଦାରିଦ୍ର୍ୟତା ପାଇଁ ଆଦିବାସୀ ଯୁବକମାନେ ମାଓବାଦୀ ହେବାକୁ ବାଧ୍ୟ ହେଉଛନ୍ତି । ଆଦିବାସୀମାନଙ୍କ ପାଇଁ ଆସୁଥିବା କେନ୍ଦ୍ରୀୟ ଅନୁଦାନ ରାଜ୍ୟ ସରକାର ଖର୍ଚ୍ଚ ନକରିପାରିବା ‘ଳରେ ତାହା େ‘ରିଯାଉଛି । ଉଦାହରଣ ସ୍ୱରୂପ ୨୦୧୩-୧୪ରେ କେନ୍ଦ୍ର ସରକାର ୬୬୧୫୯.୫୨ କୋଟି ଟଙ୍କା ଅନୁଦାନ ଦେଇଥିଲେ ମାତ୍ର ରାଜ୍ୟ ସରକାର ୯୩୯୮.୩୫ କୋଟି ଟଙ୍କା ଖର୍ଚ୍ଚ କରିନପାରି କେନ୍ଦ୍ରକୁ େ‘ରାଇ ଦେଇଥିଲେ । ଏହି ପରିପେକ୍ଷିରେ ନବୀନ ବାବୁଙ୍କ ଆଦିବାସୀ ସମାବେଶ ଏକ ନିର୍ବାଚନୀ ନାଟକ ବାଜି ବୋଲି ଶ୍ରୀ ଜେନା କହିଛନ୍ତି ।
ଓଡ଼ିଶାର କେବଳ ଆଦିବାସୀ ଅଧ୍ୟୁସିତ ଅଞ୍ଚଳ ଖଣିଖାଦନରେ ଭର୍ତ୍ତି । ଆଦିବାସୀମାନଙ୍କୁ ଥଇଥାନର ବ୍ୟବସ୍ଥା ନକରାଯାଇ ତାଙ୍କୁ ବାସଚ୍ୟୁତ କରାଯାଉଅଛି । ଆଦିବାସୀ ବେଘର, ଖଣି ଚୋରି କରି ବିଜେଡ଼ି ମାଲାମାଲ୍ । ଶ୍ରୀ ଜେନା କହିଛନ୍ତି ଯେ, ଓଡ଼ିଶାର ଆଦିବାସୀ ଜାଣିଛନ୍ତି, ନିର୍ବାଚନ ଆସିଲେ ନବୀନ ବାବୁ କୁମ୍ଭୀର କାନ୍ଦଣା କାନ୍ଦନ୍ତି ।

LEAVE A REPLY

Please enter your comment!
Please enter your name here