ଏବେ ଶିକ୍ଷକଙ୍କର ହେବ ଆଧାର ଲିଙ୍କ

ଭୁବନେଶବର: ରାଜ୍ୟରେ ଉଭୟ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବାକୁ ରାଜ୍ୟ ସରକାର ବହୁ ପଦକ୍ଷେପ ଗ୍ରହଣ କରିଛନ୍ତି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର‌୍ୟ୍ୟନ୍ତ ରାଜ୍ୟରେ ୬ ରୁ ୧୪ ବର୍ଷ ବୟସର ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଆଧାର ଲିଙ୍କ ପ୍ରକ୍ରୟା ମାଧ୍ୟମରେ ପ୍ରାୟ ୨ ଲକ୍ଷ ୮୦ ହଜାର ଭୂତ ପିଲା ଧରା ପଡିଛନ୍ତି । ଫଳରେ ଦୀର୍ଘ ୮ ବର୍ଷ ହେବ ସରକାରଙ୍କର ବିଭିନ୍ନ ଯୋଜନା କିପରି କିପରି ବାଟମାରଣା ହେଉଥିଲା ତାହା ସ୍ପଷ୍ଟ ହୋଇଯାଇଛି । ତେବେ ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର‌୍ୟ୍ୟନ୍ତ ରାଜ୍ୟରେ ମୋଟ କେତେ ଶିକ୍ଷକ ନିଯୁକ୍ତି ପାଇଛନ୍ତି ଓ ସେମାନଙ୍କ ସବିଶେଷ ବିବରଣି ସରକାରଙ୍କ ପାଖରେ ନାହିଁ । କେଉଁ ଜିଲ୍ଲାରେ କେତେ ଜଣ ଶିକ୍ଷକ ଏବଂ ପିଲାଙ୍କ ଅନୁପାତରେ ଶିକ୍ଷକଙ୍କ ସଂଖ୍ୟା କିପରି ରହିଛି ତାକୁ ନେଇ ଯାଞ୍ଚ ହେଉଥିଲେ ହେଁ ସଠିକ ତଥ୍ୟ ମିଳିପାରୁ ନାହିଁ । ଶିକ୍ଷକଙ୍କ ଉପରେ ନଜର ଦେବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଅଭିନବ ପୟାସ ଆରମ୍ଭ ହୋଇଛି । ଏହି ବ୍ୟବସ୍ଥା ୟୁ-ଡାଏସ୍ ମାଧ୍ୟମରେ ପ୍ରତ୍ୟେକ ଶିକ୍ଷକଙ୍କ ଶିକ୍ଷାଗତ ଯୋଗ୍ୟତା, ନିଯୁକ୍ତି ତାରିଖ, ସରକାରଙ୍କ ଠାରୁ ଗ୍ରହର କରିଥିବା ବିଭିନ୍ନ ପ୍ରଶିକ୍ଷଣର ବିବରଣୀ ସାଙ୍ଗକୁ ତାଙ୍କର ବ୍ୟକ୍ତିଗତ ତଥା ପାରିବାରୀକ ତଥ୍ୟ ମଧ୍ୟ ଆଧାର ଲିଙ୍କରେ ସଂଯୋଗ କରାଯିବ । ଫଳରେ ଆଧାର ନମ୍ବର ଅନୁସାରେ ପ୍ରତ୍ୟେକ ଶିକ୍ଷକଙ୍କ ସମ୍ପୁର୍ଣ୍ଣ ତଥ୍ୟ ସମ୍ପର୍କରେ ସରକାର ଅବଗତ ହୋଇପାରିବେ । ଏହା ବ୍ୟତୀତ ଏହି ବ୍ୟବସ୍ଥାରେ ରାଜ୍ୟରେ କେଉଁ ସ୍କୁଲରେ କେତେ ଶିକ୍ଷକ ନିଯୁକ୍ତି ପାଇଛନ୍ତି ତାର ରିପୋର୍ଟ ମଧ୍ୟ ସ୍ପଷ୍ଟ ହୋଇପାରିବ । ଶିକ୍ଷକଙ୍କ ସଂଯୋଗ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଖୁବଶୀଘ୍ର ଏହା କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ରାଜ୍ୟରେ ପ୍ରାଥମିକ ଓୁଉଚ୍ଚପ୍ରାଥମିକ ସ୍କୁଲଗୁଡିକରେ ୪୯ ହଜାର ୨୬୧ ଜଣ ଶିକ୍ଷକ ନିଯୁକ୍ତି ପାଇଛନ୍ତି । ଏହାବ୍ୟତିତ ରିର୍ପୋଟ ଅନୁଯାୟୀ ୪୭୦ଟି ପ୍ରାତମିକ ଓ ୫୭୫୦ ଟି ଉଚ୍ଚପ୍ରାଥମିକ ସ୍କୁଲରେ ଜଣାପଡିଚି । ଏହାବ୍ୟତିତ ରାଜ୍ୟରେ ଅନେକ ଲେଖାଁଏ ଶିକ୍ଷକ ନିଯୁକ୍ତି ପାଇଛନ୍ତି ।ଫଳରେ ଶିକ୍ଷା ଅଧିକାରୀ ଆଇନ୍ ଅନୁଯାୟୀ ବହୁ ସ୍କୁଲରେ ପିଲାଙ୍କ ଅନୁପାତରେ ଶିକ୍ଷକଙ୍କ ଶିକ୍ଷାଗତ ଯୋଗ୍ୟତା କୁ ନେଇ ବାରମ୍ବାର ଅଭିଯୋଗ ଉଠୁଛି । ସରକାରୀ ସ୍କୁଲରେ ଶିକ୍ଷକଙ୍କ ଲାଗି ଓଟିଇଟି ପରାକ୍ଷା ବାଧ୍ୟତା ମୂଳକ ହୋଇଥିବା ବେଳେ ରାଜ୍ୟର କେତେ ଶିକ୍ଷକ ଏହି ପରିକ୍ଷା କ୍ୱାଲିଫାଏ କରିପାରି ନାହାନ୍ତି ତାହା ମଧ୍ୟ ସ୍ପଷ୍ଟ ହୋପାରୁନି । ଅନେକ ସମୟରେ ଆଡଭାନ୍ସପ୍ରଶିକ୍ଷର ନେବାରେ ବହୁ ଶିକ୍ଷକ ବଞ୍ଚିତ ହେଉଥିବା ବେଳେ ଆଉକିଛି ସ୍କୁଲ ଶିକ୍ଷକ ମାନେ ଏକାଧିକ ପ୍ରଶିକ୍ଷଣ ଗ୍ରହଣ କରୁଛନ୍ତି । ଏପରି ସମସ୍ୟାର ସମାଧାନ ଲାଗି ଶିକ୍ଷକଙ୍କ ସବିଶେଷ ବିବରଣୀ ସମ୍ପର୍କରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ଅବଗତ ହେବା ସହ ରାଜ୍ୟରେ ଶିକ୍ଷକଙ୍କ ଉପରେ ନିୟନ୍ତ୍ରଣ ରହିପାରିବ । ବିଶେକେରି ଅନେକ ଶିକ୍ଷକ ରାଜଧାନୀ ତଥା ଆଖପାଖ ଅଞ୍ଚଳରେ ରହିବାକୁ ଗୁରୁତ୍ୱ ଦେଉଥିବା ବେଳେ ରାଜ୍ୟର ଆଦିବାସୀ ଅଧୁଷିତ ଅଞ୍ଚଳଗୁଡିକରେ ନିଯୁକ୍ତି ପାଇଥିବା ଶିକ୍ଷକ ମାନେ ପରବର୍ତ୍ତୀ ସମୟରେ ସେମାନଙ୍କର ବଦଳି ଲାଗି ନିବେଦନ କରିଥାନ୍ତି । ମାତ୍ର ଶିକ୍ଷକଙ୍କ ନିଯୁକ୍ତି ଅବଧି ସ୍ପଷ୍ଟ ନଥିବାରୁ ଶିକ୍ଷକଙ୍କ ବଦଳିରେ ସମସ୍ୟା ଉପୁଜୁଛି । ବିଭାଗରେ ଜଣେ ବରିଷ୍ଟ ଅଧିକାରିଙ୍କ କହିବା ଅନୁଯାୟୀ , ଶିକ୍ଷକଙ୍କ ଆଧାର ସଂଯୋଗ ମାଧ୍ୟମରେ ସ୍ପଷ୍ଟ ହେବ ଜଣେ ଶିକ୍ଷକ ଗୋଟିଏ ସ୍କୁଲରେ କେତେ ବର୍ଷ ଶିକ୍ଷାଦାନ କରିଛନ୍ତି । ଫଳରେ ସେମାନଙ୍କ ବରିଷ୍ଠତା ଭିତିରେ ଶିକ୍ଷକଙ୍କ ବଦଳିରେ ବେସ ସହାୟକ ହୋଇପାରିବ । ଏହା ବ୍ୟତିତ ଅନେକ ସମୟରେ ରାଜ୍ୟର କିଛି ସ୍କୁଲରେ ଶିକ୍ଷକଙ୍କ ଶିକ୍ଷାଦାନ ବ୍ୟବସ୍ଥାକୁ ନେଇ ଅଭିଯୋଗଥିବା ବେଳେଏଣିକି ଶିକ୍ଷକଙ୍କ ଶିକ୍ଷାଦାନର ମାନଦଣ୍ଡକୁ ନିୟନ୍ତ୍ରଣ କରିହେବ । ଏହାବ୍ୟତିତ ଆସନ୍ତା ଶିକ୍ଷାବର୍ଷରୁ ରାଜ୍ୟରେ କେଉଁ ସ୍କୁଳରେ ପାସ୍ ହାର ହ୍ରାସ ପାଇବ ସମ୍ପୃକ୍ତ ସ୍କୁଲ ର ଶିକ୍ଷକଙ୍କୁ ଯାଂଚ କରାଯିବ । କେବଳ ଆଧାର ନମ୍ବର ମାଧ୍ୟମରେ ଏଣିକି ରାଜ୍ୟର ସମସ୍ତ ସ୍କୁଲର ଶିକ୍ଷକଙ୍କ ତଥ୍ୟ ଗୋଟିଏ ରେକର୍ଡରେ ସଂଯୋଗ କରାଯିବ । ଯାହା ରାଜ୍ୟରେ ୧ ରୁ ୮ ମ ଶ୍ରେଣୀ ପର‌୍ୟ୍ୟନ୍ତ ଶିକ୍ଷାଦାନ ଶିକ୍ଷକଙ୍କ ଭୂମିକା ସ୍ପଷ୍ଟ ହେବ ।