ଦୀପିକାଙ୍କୁ ମିଳିଲା ଧମକ, କଣ କହିଲେ ଦେଖନ୍ତୁ ଏହି ଖବରରେ…

ମୁମ୍ବାଇ: ବଲିଉଡର ବହୁ ବିବାଦୀୟ ଶୋ ‘ବିଗ୍‌ ବସ୍‌-୧୨’ କୁ ଦୀପିକା କକ୍କଡ଼ ଇବ୍ରାହିମ୍‌ ଜିତିଛନ୍ତି | ତେବେ ଜିତିବା ପରେ ତାଙ୍କର ଅନେକ ଫ୍ୟାନ୍ସ ପ୍ରଶଂସା କରିଥିବା ବେଳେ ଅନେକ ତାଙ୍କୁ ସମାଲୋଚନା ମଧ୍ୟ କରିଥିବାର ଦେଖିବାକୁ ମଧ୍ୟ ମିଳିଛି |ତେବେ ଆଜି ଏକ ଅଭାବନୀୟ ଖବର ସାମନାକୁ ଆସିଛି | ଜଣେ ଶ୍ରୀଶାନ୍ଥଙ୍କ ଫ୍ୟାନ୍ସ କିନ୍ତୁ ଦୀପିକାଙ୍କୁ ଏସିଡ ଆକ୍ରମଣ କରିବେ ବୋଲି ଧମକ ଦେଇଛନ୍ତି | ଏହି ବ୍ୟକ୍ତି ଜଣଙ୍କ ନିଜ ଟ୍ୱିଟର୍‌ ପୋଷ୍ଟ୍‌ରେ ଦୀପିକାଙ୍କ ଉଦ୍ଦେଶ୍ୟରେ ଖରାପ ଭାଷା ମଧ୍ୟ ପ୍ରୟୋଗ କରିଛନ୍ତି । ସେ ଲେଖିଛନ୍ତି, ‘ମୁଁ ମୁମ୍ବାଇରେ ରହୁଛି, ତୁମକୁ ଦେଖିଲେ ତୁମ ଉପରକୁ ମୁଁ ଏସିଡ୍‌ ମାଡ଼ କରିବି।’ ତେବେ ଏହି ଟ୍ୱିଟ୍‌ ସାମ୍ନାକୁ ଆସିବା ପରେ ଦୀପିକାଙ୍କ ଫ୍ୟାନ୍ସ ମଧ୍ୟ ପଛେଇ ୟାଇ ନାହାନ୍ତି । ସେମାନେ ଏ ସମ୍ବନ୍ଧ ସମସ୍ତ ସୂଚନା ମୁମ୍ବାଇ ପୁଲିସ୍‌କୁ ଦେଇ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । Dipika Kakar™💫BB12 Winner ନାଁରେ ଚାଲୁଥିବା ଦୀପିକାଙ୍କ ଫ୍ୟାନ୍‌ ପେଜ୍ ଏହି ଧମକ୍‌ ପୋଷ୍ଟଟିକୁ ମୁମ୍ବାଇ ପୁଲିସ୍‌କୁ ଟ୍ୱିଟ୍‌ କରିବା ସହ ତୁରନ୍ତ ସେହି ବ୍ୟକ୍ତିଙ୍କୁ ଗିରଫ କରିବାକୁ ଅନୁରୋଧ କରିଛନ୍ତି । ତେବେ ସାମାନ୍ୟ ଏକ ରିୟାଲିଟି ଶୋରେ ଜିତିଥିବାରୁ ତାଙ୍କୁ ଏପରି ଧମକ ପୂର୍ଣ୍ଣ ବାର୍ତ୍ତା ମିଳିବା କେତେ ଯର୍ଥାଥତା ଅଛି ତାହାକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି |

‘ବିଗ୍‌ବସ୍‌-୧୨’କୁ ଜିତିଲେ ଦିପିକା କକ୍କର ଏବଂ ନିଜ ଭିଡିଓକୁ ସେୟାର କଲେ, ଦେଖନ୍ତୁ ଏହି ଭିଡିଓରେ…