ବିଶ୍ୱାସ ନ ଲାଗିଲେ ବି ସତ ! ଯୁବକଙ୍କୁ ଏସିଡ ମାରିଲେ ଯୁବତୀ, କାହିଁକି ପଢନ୍ତୁ ଏହି ଖବରରେ..

https://www.facebook.com/nnsodia/videos/267154983995629/?t=5

ନୂଆଦିଲ୍ଲୀ: ପୁରୁଷ ପ୍ରାଧାନ୍ୟ ଦେଶରେ ସର୍ବଦା ପୁରୁଷମାନେ ହିଁ ମହିଳାଙ୍କ ପ୍ରତି ଅତ୍ୟାଚାର କରିଆସୁଥିବା ଦେଖିବାକୁ ମିଳେ । କିନ୍ତୁ ଏହି ପ୍ରଥାକୁ ଜଣେ ମହିଳା ପରିବର୍ତ୍ତନ କରିଥିବା ସୂଚନା ମିଳିଛି । ବିବାହ କରିବାକୁ ମନା କରିବାରୁ ଜଣେ ମହିଳା ତାଙ୍କ ପ୍ରେମିକଙ୍କ ଉପରକୁ ଏସିଡ ମାଡ କରିଥିବାର ଅଭିଯୋଗ ହୋଇଛି । ଏହି ଏସିଡ ମାଡରେ ସମ୍ପୃକ୍ତ ଯୁବକଙ୍କର ମୁହଁ ଜଳିଯାଇଥିବା ସୂଚନା ମିଳିଛି । ଏପରି ଘଟଣା ଘଟିଛି ୟୁପିର ସୁଲତାନପୁରରେ | ତେବେ ପୁଲିସ୍ ଯୁବତୀ ଜଣଙ୍କୁ ଗିରଫ କରିଛନ୍ତି । ସୁଚନାରୁପ୍ରକାଶ,୨୮ ନଭେମ୍ବର ୨୦୧୭ମସିହାରେ ମୋତିଗରପୁର ଥାନା ଅନ୍ତର୍ଗତ ଦୋମନପୁରରେ ଏହି ଘଟଣା ଘଟିଥିଲା । ଯୁବକ ଜଣଙ୍କ ଯୁବତୀଙ୍କୁ ପ୍ରେମ କରିବା ସହ ଶାରିରୀକ ସମ୍ପର୍କ ମଧ୍ୟ ରଖିଥିଲେ । କିନ୍ତୁ ଯୁବତୀ ଜଣଙ୍କ ବିବାହ ପାଇଁ ବାରମ୍ବାର କହୁଥିଲେ ମଧ୍ୟ ଯୁବକ ଜଣଙ୍କ ରାଜି ହେଉନଥିଲେ । ସେଥିପାଇଁ ଯୁବତୀ ଜଣଙ୍କ କ୍ରୋଧିତ ହୋଇ ଯୁବକଙ୍କ ମୁହଁରେ ଏସିଡ ଢାଲିଦେଇଥିଲେ । ଫଳରେ ଯୁବକଙ୍କର ଚେହେରା ସମ୍ପୂଣ୍ଣ ଜଳି ଯାଇଥିଲା । ଏହି ଘଟଣା ଘଟିବା ପରେ ଯୁବକଙ୍କର ପରିବାର ପୁଲିସ ନିକଟରେ ଅଭିଯୋଗ କରିଥିଲେ । ମାତ୍ର ପୁଲିସ ପକ୍ଷରୁ କୌଣସି ସୁଫଳ ମିଳିପାରୁ ନଥିଲା । ଶେଷରେ ଯୁବକଙ୍କର ପରିବାର କୋର୍ଟର ସହାୟତା ଲୋଡିଥିଲେ । ଶେଷରେ ଆଜି ଯୁବତୀଙ୍କୁ ଗିରଫ କରାଯାଇଥିବା ସୂଚନା ମିଳୁଛି ।

 

ମତାମତ ଦିଅନ୍ତୁ

Please enter your comment!
Please enter your name here