ଚକୋଲେଟ ଦେଇ ଦୁଷ୍କର୍ମ କରିବା ପଡିଲା ମହଙ୍ଗା, କଣ ହେଲା ଅଭିଯୁକ୍ତର ପଢନ୍ତୁ ପୂରା ଖବର…

https://www.facebook.com/nnsodia/videos/267154983995629/?t=5

ଚନ୍ଦ୍ରଶେଖରପୁର : ପୁଣି ରାଜଧାନୀ ଭୁବନେଶ୍ୱରରେ ଦୁଷ୍କର୍ମ ହୋଇଥିବାର ଅଭିଯୋଗ ହୋଇଛି | ଏପରି ଲଜ୍ଜ୍ୟଜନକ କାଣ୍ଡ ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଘଟିଛି | ଅବିଯୋଗ ଅନୁସାରେ ଚକ୍‌ଲେଟ୍‌ ଦେବାର ଲୋଭ ଦେଖାଇ ଜଣେ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରିବା ଅଭିଯୋଗରେ ଆଜି ଚନ୍ଦ୍ରଶେଖରପୁର ଥାନା ପୁଲିସ ଗିରଫ କରିଥିବାର ସୂଚନା ମିଳିଛି | ଅଭିଯୁକ୍ତ ଜଣଙ୍କ ହେଉଛି ମଙ୍ଗଳାସାହିର ୪୦ ବର୍ଷିୟ ଯୁବକ ସୋମନାଥ ବେହେରା | ତେବେ ତାଙ୍କର ଜାମିନ୍‌ ନାମଞ୍ଜୁର ହେବାରୁ ତାକୁ ଝାରପଡ଼ା ଜେଲ୍‌ ହାଜତକୁ ପଠାଇ ଦିଆଯାଇଥିବାର ସୂଚନା ମିଳିଛି । ଉଲ୍ଲେଖନୀୟ, ସୋମବାର ସନ୍ଧ୍ୟାରେ ସୋମନାଥ ଜଣେ ନାବାଳିକାକୁ ଚକ୍‌ଲେଟ୍‌ ଦେବାର ଲୋଭ ଦେଖାଇ ଘରକୁ ଡାକି ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା । ମାତ୍ର ନାବାଳିକାଟି ପାଟି କରି କାନ୍ଦିବାରୁ ସେ ତାକୁ ଛାଡ଼ି ଦେଇଥିଲା । ପରିବାରଲୋକଙ୍କୁ ସବୁ କଥା କହିବା ପରେ ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ହୋଇଥିଲା । ଶେଷରେ ପୁଲିସ ଅଭିଯୁକ୍ତ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି |

ନାବାଳକକୁ ଅପହରଣ କଲେ ଯୁବକ, ଥାନାରେ ଓଗାଳିଲେ ଅପହରଣ ପ୍ରକୃତ କାରଣ, ପଢନ୍ତୁ ପୂରା ଖବର…

ମତାମତ ଦିଅନ୍ତୁ

Please enter your comment!
Please enter your name here