ସ୍କୁଟି ଉପରେ ମାଡିଗଲା ଟ୍ରେଲର ; ଦୁଇ ଯୁବତୀ ମୃତ

ରାଉରକେଲା: ବ୍ରାହ୍ମଣୀତରଙ୍ଗ ଥାନା ଟିସିଆଇ ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଦୁଇ ଯୁବତୀଙ୍କ ମୃତୁ ଘଟିଛି । ଏକ ଟ୍ରେଲର ସ୍କୁଟି ଉପରେ ମାଡି ଯିବାରୁ ଏପରି ଘଟଣା ଘଟିଛି । ଘଟଣା ସ୍ଥଳରେ ସ୍କୁଟିରେ ଥିବା ଦୁଇ ଜଣ ଯୁବତୀଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ମେଡିକାଲ ପଠାଇଛି । ଦୁର୍ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।
ଘଟଣାସ୍ଥଳରୁ ଦୁର୍ଘଟଣା ଘଟାଇଥିବା ଟ୍ରେଲର ଫେରାର ହୋଇଯାଇଛି । ଦୁର୍ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । ଯାନବାହାନ ସାହୁ ରାସ୍ତାରେ ଅଟକ ରହିଛି |

ମିନି ଟ୍ରକ ଓଲଟି ଜଣେ ମୃତ, ପାଞ୍ଚ ଗୁରୁତର