ତନୁଶ୍ରୀ ଦତ୍ତାଙ୍କ ଅଭିଯୋଗରେ ମୁହଁ ଖୋଲିଲେ ଅମିତାଭ ଓ ଅମୀର

ମୁମ୍ବାଇ, ଆଶିକି ବନାୟା ଆପନେ ହିରୋଇନ ଅର୍ଥାତ୍ ତନୁଶ୍ରୀ ଦତ୍ତା ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ଉପରେ ଲଗାଇଥିବା ଅଭିଯୋଗ ବି-ଟାଉନରେ ଚର୍ଚ୍ଚାର ବିଷୟ ପାଲଟିଛି । ନାନା ପାଟେକର ତାଙ୍କ ସହ ଜୋବରଦସ୍ତି କରିବାକୁ ଚେଷ୍ଟା କରୁଥିବା ତନୁଶ୍ରୀ ଅଭିଯୋଗ କରିଛନ୍ତି । ତେବେ ଫିଲ୍ମ “ଠଗସ”ର ଟେରଲର ଲଞ୍ଚି ଅବସରରେ ଅମାତାଭ ବଚ୍ଚନ ଓ ଅମିର ଖାନଙ୍କୁ ଏ ସଂପର୍କରେ ପ୍ରଶ୍ନ ପଚରା ଯାଇଥିଲା । ଏନେଇ ଅମିତାଭ ବଚ୍ଚନ କହିଛନ୍ତି, ମୁଁ ତନୁଶ୍ରୀ ଦତ୍ତା ନୁହେଁ କି ନାନା ପାଟେକର । ଏହି ପ୍ରସଙ୍ଗ ଉପରେ ମୁଁ ମତାମତ ଦେବାକୁ ଚାହୁଁ ନାହିଁ । ସେହିପରି ଅମୀର ଖାନ୍ କହିଛନ୍ତି, କୌଣସି ଘଟଣା ସ୍ପର୍କରେ ସଠିକ ସୂଚନା ମ ଆସିବା ପଯ୍ୟନ୍ତ କିଛି କହିବା କଷ୍ଟକର । ଯଦି ଏପରି ହୋଇଥାଏ ତାହା ଅତ୍ୟନ୍ତ ଦୁଃଖଦ । ମୁଁ ଏହି ସଂର୍ପକରେ କିଛି କମେଣ୍ଟ କରିପାରିବି ନାହିଁ । ଏହାର ତଦନ୍ତ ହେବା ଜରୁରୀ ।

LEAVE A REPLY

Please enter your comment!
Please enter your name here