୨୨ରେ ଓଡିଶା ଆସିବେ ଓ ୨୩ରେ ଗୃହ କମିଟିରେ ହାଜିରା ହେବେ ଅଭିଜିତ ଆୟାର

https://www.facebook.com/nnsodia/videos/267154983995629/?t=5

ବିବାଦୀୟ ମନ୍ତବ୍ୟ ଲାଗି ଅନୁତାପ କରୁଛି : ଅଭିଜିତ ଆୟାର
ଭୁବନେଶ୍ବର : ଶ୍ରୀମନ୍ଦିର ଉପରେ ହେଲିକପ୍ଟର ଉଡାଇବା, ଓଡିଶାର କଳା ସଂସ୍କୃତି ଓ କୋର୍ଣାକ ଐତିହ୍ୟ ଆଦି ବିଷୟରେ ବିବାଦୀୟ ମନ୍ତବ୍ୟ ଦେଇ ଅଭିଜିତ ଆୟର ମିତ୍ର ପୂରା ଫଶି ଯାଇଛନ୍ତି । ତେବେ ତାଙ୍କ ଉପରେ ମାମଲା ରୁଜୁ ହେବା ପରେ ଏବେ ସେ ସର୍ବସମ୍ମୁଖରେ କ୍ଷମା ପ୍ରାର୍ଥନା କରୁଥିବାର ଦେଖିବାକୁ ମିଳୁଛି । ସେ କହିଛନ୍ତି ଯେ, “ହେଲିକପ୍ଟରରେ ବସି ଫଶିଗଲି । ହେଲିକପ୍ଟରରେ ବସିବା ଯେ ଏତେ ଅସୁବିଧା ସୃଷ୍ଟି କରିବ ତାହା ଜାଣିନଥିଲି । ଏପରିକି ଓଡିଶାର କଳା ଓ ସଂସ୍କୃତି ସର୍ମ୍ପକରେ ବିବାଦୀୟ ମନ୍ତବ୍ୟ ଦେବା ପରେ ମୋ ବୁଦ୍ଧି ଫେରି ଆସିଥିବା କହିଛନ୍ତି । ସୋସିଆଲ ମିଡିଆରେ ମଜା ଉଦ୍ଦେଶ୍ୟରେ କୌଣସି ଟପ୍ପଣୀ ଦେବା ପୂର୍ବରୁ ହଜାର ଥର ଭାବିବା ଆବଶ୍ୟକ ବୋଲି ଏହି ୩୦ ଦିନ ମଧ୍ୟରେ ବିଦ୍ୟା ପ୍ରାପ୍ତ କରିଛି ବୋଲି କହିଛନ୍ତି । ଏମିତି ଅନେକ ପ୍ରସଙ୍ଗ ରହିଛି ଯାହା ବିରୋଧରେ ମୁହଁ ଖୋଲିବା ଅନୁଚିତ ବୋଲି ଅଭିଜିତ କହିଛନ୍ତି । ଏଥିସହ ସେ ଆହୁରି କହିଛନ୍ତି ଯେ, ବୈଜୟନ୍ତ ପଣ୍ଡାକୁ ମୁଁ ଚିହ୍ନିନାହିଁ, ତାଙ୍କ ସହ ପୂର୍ବରୁ ମାତ୍ର ଦୁଇଥର ଭେଟ ହୋଇଛି । ସେ ମୋର କୌଣସି ବନ୍ଧୁ ନୁହଁନ୍ତି । ଓଡିଶା ଆସିବା ପୂର୍ବରୁ ଏଭଳି ସାଂଘାତିକ ବୟାନ ଦେଇଛନ୍ତି ଅଭିଜିତ ଆୟାର । ଏଭଳି କହି ବୈଜୟନ୍ତଙ୍କ ନିକଟରୁ ମୁହଁ ମୋଡି ନେଇଛନ୍ତି ଅଭିଜିତ । ଓଡିଶାର କଳା ସଂସ୍କୃତି ଭାରତୀୟ ଇତିହାସରେ ଏକ ଅନ୍ୟନ୍ୟ ସ୍ଥାନରେ ରହିଛି । କିନ୍ତୁ ଏହାକୁ ଲୋକମାନେ ଜାଣିନାହାନ୍ତି । ଏପରିକି ଏହା ବହିରେ ଉଲ୍ଲେଖ ନଥିବାରୁ ଏହା ବିଷୟରେ ଅଧିକ ଜାଣିବା ପାଇଁ ମୁଁ ଓ ମୋର ବନ୍ଧୁ ଓଡିଶା ଯାଇଥିଲୁ । ଓଡିଶାରେ ପହଞ୍ଚିବା ପରେ ଆମକୁ ବୁଲିବା ପାଇଁ ନିମନ୍ତ୍ରଣ ମିଳିଥିଲା । କିନ୍ତୁ ହେଲିକପ୍ଟରରେ ବୁଲିବା ଯେ ଏତେ ସମସ୍ୟା ସୃଷ୍ଟି କରିବ ତାହା କେବେ ଭାବିନଥିଲି ବୋଲି କହିଛନ୍ତି ଅଭିଜିତ । ସେ କହିଛନ୍ତି ଯେ, କୋର୍ଣାକ ମନ୍ଦିର ଓ ଓଡିଶା ସର୍ମ୍ପକରେ ଦେଇଥିବା ଟ୍ୱିଟ୍ ଯଦି କାହା ମନରେ ଆଘାତ ଦେଇଥାଏ ସେଥିପାଇଁ ମୁଁ କ୍ଷମା ପ୍ରାର୍ଥନା କରୁଛି ଏବଂ ଏଥିରୁ ମୋତେ ନୀତିଶିକ୍ଷା ମିଳିଛି । ସୋସିଆଲ ମିଡିଆରେ କୌଣସି ମତ ରଖିବା ପୂର୍ବରୁ ଜାଣିବା ଦରକାର ଯେ ଏହା କାହାକୁ ଆଘାତ ଦେଉଛି କି ନାହିଁ ତାହା ଧ୍ୟନରେ ରଖିବା ଆବଶ୍ୟକ ବୋଲି ଅଭିଜିତ ଆୟାର କହିଛନ୍ତି । ଶେଷରେ ଓଡିଶାର କଳା ସଂସ୍କୃତିକୁ ନେଇ ଦେଇଥିବା ମନ୍ତବ୍ୟ ପାଇଁ ଅନୁତାପ କରୁଛି । ଆଉ ଏସବୁ ଭିତରେ ଆସନ୍ତା ୨୨ ତାରିଖରେ ଓଡିଶା ଆସିବେ ଓ ୨୩ ତାରିଖରେ ଗୃହ କମିଟି ନିକଟରେ ହାଜରେ ହେବେ ବୋଲି ସୂଚନା ମିଳିଛି ।

ମତାମତ ଦିଅନ୍ତୁ

Please enter your comment!
Please enter your name here