ଜଗନମୋହନ ରେଡ୍ଡୀଙ୍କୁ ବିମାନବନ୍ଦରରେ ଛୁରା ମାଡ଼

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶ ୱାଇଏସ୍ଆର କଂଗ୍ରେସର ନେତା ଜଗନମୋହନ ରେଡ୍ଡୀଙ୍କୁ ଭାଇଜାଗ୍ ବିମାନବନ୍ଦରରେ ଜଣେ ଯୁବକ ଛୁରୀମାରି ଆହତ କରିଛନ୍ତି । ଆହତ ରେଡ୍ଡୀଙ୍କୁ ବିମାନବନ୍ଦର ପରିସରରେ ଥିବା ଡାକ୍ତରଖାନାରେ ଚିକିତ୍ସିତ କରାଯାଉଛି । ତାଙ୍କ ବାମ ହାତରେ ଆଘାତ ଲାଗିଛି । ପୁଲିସ ସଂପୃକ୍ତ ଯୁବକଙ୍କୁ ଧରିଛି ।
ବିଶାଖାନାପାଟନମ୍ ବିମାନବନ୍ଦରର ଭିଆଇପି ଲାଓଞ୍ଜରେ ବସିଥିଲାବେଳେ ତାଙ୍କୁ ଜଣେ ଯୁବକ ଚା’ ଦେବାକୁ ଆସିଥିଲେ । ଏଥିସହ ସଂପୃକ୍ତ ଯୁବକ ଶ୍ରୀ ରେଡ୍ଡୀଙ୍କ ସହ ସେଲଫି ନେବା ପାଇଁ ଅନୁରୋଧ କରିଥିଲେ । ଏଥିରେ ସେ ରାଜି ହୋଇ ଅନୁମତି ଦେବା ପରେ ସଂପୃକ୍ତ ଯୁବକ ସେଲଫି ନେବା ପରେ ଏକ ଛୁରୀ ବାହାର କରି ତାଙ୍କ ବାମ ହାତରେ ଭୁସି ଦେଇଥିଲେ । ପୁଲିସ କହିବା ଅନୁସାରେ ସଂପୃକ୍ତ ଯୁବକ ଚାହୁଁନାହାନ୍ତି ଯେ ଶ୍ରୀ ରେଡ୍ଡୀ ଆସନ୍ତା ନିର୍ବାଚନରେ ତାଙ୍କ ପାଖକୁ ଆସନ୍ତୁ । ସିଆଇଏସ୍ଏଫ୍ ସଂପୃକ୍ତ ଯୁବକଙ୍କୁ କାବୁ କରିଛି । ଯୁବକର ନାମ ଶ୍ରୀନିୱାସ୍ ବୋଲି କହିଛି । ସେ ହାଇଦ୍ରାବରେ ଏକ କୋର୍ଟ କାମରେ ଯିବା ପାଇଁ ବିମାନକୁ ଅପେକ୍ଷା କରି ବସିଥିଲାବେଳେ ଏହି ଆକ୍ରମଣର ଶିକାର ହୋଇଥିଲେ । ବିମାନବନ୍ଦର ଭିତରକୁ କିଭଳି ଭାବରେ ଛୁରୀ ଆସିଲା ସେ ସଂପର୍କରେ ଯାଂଚ ନିର୍ଦ୍ଦେଶ ଦିଆଯାଇଛି ।

ମତାମତ ଦିଅନ୍ତୁ

Please enter your comment!
Please enter your name here