ମୁନିଗୁଡାରୁ ନବଜାତ ଶିଶୁକନ୍ୟା ଉଦ୍ଧାର

https://www.facebook.com/nnsodia/videos/267154983995629/?t=5

ମୁନିଗୁଡ଼ା : ପୁଣି ନିଷ୍ଠୁର ମାଆର ନିଷ୍ଠର କାମ, ଶିଶୁ କନ୍ୟାକୁ ରେଳ ଧାରଣାରେ ଛାଡି ଫେରାର ଥିବା ଖବର ମିଳିଛି । ତେବେ ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାରେ । ମୁନିଗୁଡା ରେଳ ଧାରଣା କଡ଼ରୁ ଏକ ନବଜାତ ଶିଶୁ କନ୍ୟା ଉଦ୍ଧାର କରାଯାଇଛି । ଗତକାଲି ରାତିରେ ରେଳ ଧାରଣାରେ ଶିଶୁ କନ୍ୟାଟି କାନ୍ଦୁଥିବା ଜଣେ ମହିଳା ଶୁଣିଥିଲେ । ଶୁଣିବା ପରେ ସେଠାକୁ ଯାଇ ଉକ୍ତ ଶିଶୁ କନ୍ୟାକୁ ଉଦ୍ଧାର କରି ଘରକୁ ନେଇଯାଇଥିଲେ । ଉଦ୍ଧାର କରିଥିବା ମହିଳା ହେଉଛନ୍ତି ହସ୍ତିନୀ ନାଗ । ଏବେ ବି ଶିଶୁଟି ହସ୍ତିନୀଙ୍କ ପାଖରେ ରହିଛି । କେହି ପିଲାଟିକୁ ଜନ୍ମ ଦେବା ପରେ ରେଳ ଧାରଣା କଡ଼ରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ହସ୍ତିନୀ କହିଛନ୍ତି, “ପିଲାଟିକୁ ପାଇ ମୁଁ ବହୁତ ଖୁସି। ମୋର ଝିଅ ନାହିଁ। ମୁଁ ଏ ପିଲାକୁ ଘରେ ରଖି ନିଜ ଝିଅ ଭଳି ଲାଳନପାଳନ କରିବି । ତେବେ ଏନେଇ କୌଣସି ମାମଲା ରୁଜୁ ହୋଇ ନଥିବା ଜଣାପଡ଼ିଛି । ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ପୁଲିସ୍‌ କି ଶିଶୁ ମଙ୍ଗଳ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ନଥିବାର ସୂଚନା ମିଳିଛି ।

 

ମତାମତ ଦିଅନ୍ତୁ

Please enter your comment!
Please enter your name here