You are here
Home > ଅଧିକ ଖବର > ୫ ବର୍ଷର ଶିଶୁକନ୍ୟାକୁ ଗଣଦୁଷ୍କର୍ମ: ୨ ନାବାଳକ କଲେ ଏପରି କାଣ୍ଡ

୫ ବର୍ଷର ଶିଶୁକନ୍ୟାକୁ ଗଣଦୁଷ୍କର୍ମ: ୨ ନାବାଳକ କଲେ ଏପରି କାଣ୍ଡ

ଜଗତସିଂହପୁର: ଲାଜରେ ମୁଣ୍ଡ ତଳକୁ ନଇଁ ପଡୁଛି । ୨୫ ନୁହେଁ କି ୧୫ ବର୍ଷ । ମାତ୍ର ୫ ବର୍ଷର ଶିଶୁକନ୍ୟାକୁ ଗଣଦୁଷ୍କର୍ମ କଲେ ୨ଜଣ ନାବାଳକ । ଘଟଣାଟି ଘଟିଛି ଜଗତସିଂହପୁର ଜିଲ୍ଲାର କଣ୍ଟାବଲ୍ଲଭପୁରରେ । ପୀଡ଼ିତା ନାବାଳିକାର ମାଆ ଜଗତସିଂହପୁର ଥାନାରେ ଏନେଇ ଅଭିଯୋଗ କରିଛନ୍ତି ।

ରାଜ୍ୟରେ ଏହି ସପ୍ତାହକ ମଧ୍ୟରେ ଘଟିଛି ଏଭଳି ୩ଟି ନାବାଳିକା ଦୁଷ୍କର୍ମ ଘଟଣା । ସାଲେପୁରରେ ୬ବର୍ଷର ଶିଶୁକନ୍ୟାକୁ ବଳାକ୍ରାର କରାଯାଇ ହତ୍ୟା ଉଦ୍ୟମ କରାଯାଇଥିବା ବେଳେ ଆଜି ମାତ୍ର ୫ ବର୍ଷର ଶିଶୁକନ୍ୟା ଗଣଦୁଷ୍କର୍ମର ଶିକାର ହୋଇଛି । ଏହି ସପ୍ତାହରେ ସମ୍ବଲପୁର, ମୟୁରଭଞ୍ଜ ଏବଂ ଆଜି ଘଟିଛି ଜଗତସିଂହପୁରରେ ।

ଏହି ଘଟଣାରେ ଅଭିଯୁକ୍ତ ଦୁଇଜଣ ନାବାଳକଙ୍କ ବୟସ ଯଥାକ୍ରମେ ୧୪ ଓ ୯ ବର୍ଷର ବୋଲି ସୂଚନା ମିଳିଛି । ଦୁହେଁ ପଡ଼ୋଶୀ ଘରର ଶିଶୁକନ୍ୟାକୁ ଏକୁଟିଆ ପାଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ତେବେ ପୋଲିସ ଏହି ୨ ଅଭିଯୁକ୍ତଙ୍କୁ ଜଗତସିଂହପୁର ପୋଲିସ ଥାନାରେ ଅଟକ ରଖି ପଚରାଉଚରା କରୁଛି ।

Loading...
ONA

Leave a Reply

Top