ଭାଇରାଲ ହେଲା ଚୋରି ଫଟୋ, ପ୍ରେମିକାର ଖର୍ଚ୍ଚ ଉଠାଇବା ଲାଗି ଚୋରି କଲା ପ୍ରେମିକ

https://www.facebook.com/nnsodia/videos/267154983995629/?t=5

ହରିଆଣା : ଇଂରାଜୀରେ ଏକ କଥା ଅଛି‘All Is Fair in Love and War’। ତେବେ ଏହି କଥାକୁ ସତ କରିଛନ୍ତି ଜଣେ ୨୪ ବର୍ଷିୟ ଇଂଞିନିୟର । ସେ ତାଙ୍କ ପ୍ରେମିକାର ଖର୍ଚ୍ଚ ଉଠାଇବା ଲାଗି ଚୋରି କରି ପୋଲିସ ହାତରେ ଧରା ପଡିଥିବା ସୂଚନା ମିଳିଛି । ତେବେ ଏଭଳି ଅଭାବନୀୟ ଘଟଣା ଘଟିଛି ହରିଆଣାରେ । ସୁଚନାରୁ ପ୍ରକାଶ, ହରିଆଣାର ଅମ୍ବାଲା ଜିଲ୍ଲାର ଗର୍ବିତ ସାହାଣି ଗୁଗୁଲରେ ଚାକିରି କରିଛନ୍ତି । ସେ ଗୁଗୁଲରେ ଜଣେ ଇଞ୍ଜିନିୟର ରୂପେ କାମ କରନ୍ତି । ମାତ୍ର ଗୁଗୁଲରେ ଚାକିରି କରି ମଧ୍ୟ ତାଙ୍କୁ ଚୋରି କରିବାକୁ ପଡିଥଲା । ଫଳରେ ପୋଲିସ ତାଙ୍କୁ ବୁଧବାର ଦିନ ଗିରଫସ କରିଥିଲା । ପୁଲିସ ଅନୁସାରେ ସେପ୍ଟେମ୍ବର ୧୧ ତାରିଖ ଦିନ ଆଇବିଏମ୍ ଏବଂ ଏକ ଗଣମାଧ୍ୟମ ସଂସ୍ଥାନ ଦିଲ୍ଲୀ ତାଜ୍ ପାଲେସ୍ ଠାରେ ଏମଏନସିର ବରିଷ୍ଠ ଏକ୍ଜୁକ୍ୟୁଟିଭଙ୍କ ସମ୍ମିଳନୀ ଆୟୋଜନ କରିଥିଲେ । ସମ୍ମିଳନୀ ସମୟରେ ଜଣେ ଯୁବତୀ କହିଲେ କି, ତାଙ୍କର ୧୦ ହଜାର ଟଙ୍କା ଚୋରି ହୋଇ ଯାଇଛି । ମାମଲା ରୁଜୁ କରି ପୁଲିସ ହୋଟେଲ୍ ପରିଧିରେ ଥିବା ସିସିଟିଭି କ୍ୟାମେରା ଯାଞ୍ଚ କରିଥିଲା । ରେକର୍ଡିଙ୍ଗ୍ ବିଶ୍ଳେଷଣ କରି ପୁଲିସ ସନ୍ଦିଗ୍ଧ ଉପରେ ଧ୍ୟାନ ରଖିବା ପରେ ଆମନ୍ତ୍ରିତଙ୍କ ତାଲିକା ମଧ୍ୟରୁ ତା’ର ପରିଚୟ ପାଇଲା । ହୋଟେଲର ବାହାର ପରିଧିରେ ଥିବା କ୍ୟାମେରା ଗୁଡ଼ିକର ଫୁଟେଜରେ ଦେଖାଗଲା ଅଭୁଯୁକ୍ତ ଏକ କ୍ୟାବରେ ଆସୁଛନ୍ତି । କ୍ୟାବର ରେଜିଷ୍ଟ୍ରେନସ୍ ନମ୍ବର ଏବଂ ତାହା ବୁକ୍ ହୋଇଥିବା ମୋବାଇଲ୍ ନମ୍ବର ଯୋଗାଡ଼ କରାଗଲା । ଏହା ପୂର୍ବରୁ ଅଭିଯୁକ୍ତ ତାଙ୍କର ମୋବାଇଲ୍ ଫୋନ୍ ସୁଇଚ୍ ଅଫ୍ କରି ଦେଇଥିଲେ । କିନ୍ତୁ, ତାଙ୍କ ନୂଆ ମୋବାଇଲ୍ ନମ୍ବର ସଂଗ୍ରହ କରାଯିବା ପରେ ମଙ୍ଗଳବାର ଦିନ ତାଙ୍କ ବାସଭବନରୁ ତାଙ୍କୁ ଗିରଫ କରାଗଲା । ପଚରାଉଚୁରା ବେଳେ ଗର୍ବିତ ସାହାଣି ପୁଲିସକୁ କହିଲେ ଯେ ଆର୍ଥିକ ଅନଟନ ଯୋଗୁଁ ପ୍ରେମିକାର ଖର୍ଚ୍ଚ ତୁଲାଇ ପାରୁ ନ ଥିବାରୁ ସେ ଚୋରି କରିଛନ୍ତି । ଚୋରି ଟଙ୍କାରୁ ୩ ହଜାର ଟଙ୍କା ପୁଲିସ ତାଙ୍କ ପାଖରୁ ଉଦ୍ଧାର କରିଛନ୍ତି ବୋଲି ସବଚନା ମିଳିଛି ।

 

ମତାମତ ଦିଅନ୍ତୁ

Please enter your comment!
Please enter your name here