ଘର ସହ ଜଳିଗଲେ କଲେଜ ଛାତ୍ରୀ, ପଢନ୍ତୁ ପୂରା ଖବର…

ଜଗତସିଂହପୁର: ଘରେ ନିଆଁ ଲାଗିଜିବା ଫଳରେ ଜଣେ କଲେଜ ଛାତ୍ରୀ ଉକ୍ତ ନିଆଁରେ ଲାଗି ପୋଡି ହୋଇଯାଇଥିବାର ସୂଚନା ମିଳିଛି । ଏପରି ଅଭାବନୀୟ ଘଟଣା ଘଟିଛି ଜଗତସିଂପୁର ଜିଲ୍ଲା ରଘୁନାଥପୁର ବ୍ଲକର ରାଉତ ନୂଆ ଗାଁରେ । ମୃତକ ଜଣଙ୍କ ହେଉଛନ୍ତ ପୁନଙ୍ଗ ସ୍ଥିତ ସିଦ୍ଧ ବାରଙ୍ଗ କଲେଜରେ ଯୁକ୍ତ୨ର ଛାତ୍ରୀ ମାମା ଦାସ । ସୁଚନାନୁଯାଇ, ବୁଧବାର ସନ୍ଧ୍ୟାରେ ଛାତ୍ରୀଙ୍କ ଘରେ ହଠାତ୍ ନିଆଁ ଲାଗି ଯାଇଥିଲା । ଫଳରେ ମୃତ ମାମା ଘରେ ଏକୁଟିଆ ଥିବା ବେଳେ ଏହି ନିଆଁରେ ଫସି ଯାଇଥିଲେ । ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ଜୀବନ୍ତଦ୍ଗ୍ ହୋଇଯାଇଥିଲେ । ମାମାଙ୍କ ସମେତ ତାଙ୍କର ୨ ବଖରା ମଧ୍ୟ ପୋଡି ପାଉଁସ ହୋଇଯାଇଛି ।
ଏହି ଖବର ପାଇ ଘଟଣାସ୍ଥଳରେ ରଘୁନାଥପୁରର ପୁଲିସ୍ ଓ ଦମକଳବାହିନି ଆସି ନିଆଁକୁ ଆୟତ୍ତ କରିବା ସହ ପୁଲିସ ଏହାର ତଦନ୍ତ ମଧ୍ୟ ଆରମ୍ଭ କରି ଦେଇଛି । ତେବେ ଅଗ୍ନିକାଣ୍ଡର କାରଣ ଜଣାପଡିନଥିଲେ ମଧ୍ୟ ସର୍ଟ ସର୍କିର୍ଟ ଲାଗି ଏହି ଅଗ୍ନିକାଣ୍ଡ ଘଟିଥିବାର ସନ୍ଦେହ କରାଯାଉଛି ।

ପ୍ରେମ ଆଗରେ ହାର ମାନିଲେ ପ୍ରେମୀଯୁଗଳ, ବିବାହ ଲାଗି ପରିବାର ଅରାଜି ହେବାରୁ ଗଛରେ ଝୁଲିଲେ…