ନୃଶଂସତାର ସୀମାଟପିଲା ଦୃର୍ବୁତ୍ତ, ସାତ ବର୍ଷ ବାଳକକୁ କଲା ଶହେ ଖଣ୍ଡ, ପଢନ୍ତୁ କଣ ପୂରା ଖବର…

https://www.facebook.com/nnsodia/videos/267154983995629/?t=5

ବିହାର: ଅମାନୁଷିକତାର ପରିଚୟ ଦେଲା ଦୁର୍ବୁତ୍ତ | ଜଣେ ସାତ ବର୍ଷର ବାଲକୁ ପ୍ରଥମେ ଇପହରଣ କଲା, ପରେ ହତ୍ୟା କଲା | ଏତିକିରେ ପୂରିଲାନି ମନ, ପରେ ବିଲକୁ ନେଇ ଟ୍ରାକ୍ଟର ଚଢେଇଲା, ପୁଣି ତା’ପରେ ତାକୁ ଟିକି ଟିକି କରି 100 ଖଣ୍ଡ କଲା ଦୁର୍ବୁତ୍ତ ଶେଷରେ ମାଟି ତଲେ ପୋତିଲା ଦେଲା | ଏପରି ଲୋମହଂସକାରୀ ଘଟଣା ଘଟିଛି ବିହାରର ଛପରା ଜିଲ୍ଲାରେ | ସୁଚନାମୁତାବକ, ସାତ ବର୍ଷିୟ ବାଳକଟି ଟ୍ରାକ୍ଟର ଚାଳକ ମୁକେଶ ସହ ବୁଲିବାକୁ ଯାଇଥିଲା | କିନ୍ତୁ ଆଉ ଘରକୁ ଫେରିନଥିଲା | ଘରକୁ ନ ଫେରିବାରୁ ପରିବାର ଲୋକେ ଓ ଗ୍ରାମବାସୀ ମିଶିକି ଶୁଶୁଟିକୁ ଖୋଜିଥିଲେ | ଖୋଜିବାର କିଛି ସମୟ ପରେ ବିଲର ଏକ ପାର୍ଶ୍ୱରେ ଛୁଆଟିର ପ୍ରଥମେ କାନ ଓ ନାକ , ଆଖି ଆଦି ଅନେକ ଅଂଶ ଗୋଟେ ପରେ ଗୋଟେ ମିଳିଥିଲା | ପରେ ବିଲକୁ ଭଲ ସେ ଖୋଲିବା ପରେ ଛୁଆଟିର ସମସ୍ତ ଅଙ୍ଗ ଗୋଟେ ପରେ ଗୋଟେ ମିଳିଥିଲା | ଏହିପରି କଟା ଅଙ୍ଗ ଦେଖି ଗ୍ରାମବାସୀ ସମେତ ପରିବାର ଲୋକେ ଭୟଙ୍କର ରୂପେ ଆତଙ୍କିତ ହୋଇ ଯାଇଥିଲେ | ସେପଟେ ଘଟଣା ଘଟିବାପରେ ପୁଲିସ ଘଟଣା ସ୍ଥଳରେ ପହଁଞ୍ଚି କଟା ଅଙ୍ଗ ସଂଗ୍ରହ କରିବା ସହ ଅଭିଯୁକ୍ତକୁ ଗିରଫ କରିଥିବା ସୂଚନା ମିଳିଛି | ତେବେ ଅଭିୟୁକ୍ତ ଜଣଙ୍କ କାହିଁକି ଏପରି କାଣ୍ଡ କଲା ତାହାର କୌଣସି କାରଣ ସ୍ପଷ୍ଟ ହୋଇନାହିଁ |

 

ମତାମତ ଦିଅନ୍ତୁ

Please enter your comment!
Please enter your name here