୫ବର୍ଷର ଶିଶୁ ସହ ୫୦ ବର୍ଷୀୟ ବୃଦ୍ଧଙ୍କ ଦୁଷ୍କର୍ମ

https://www.facebook.com/nnsodia/videos/267154983995629/?t=5

ମହାରାଷ୍ଟ୍ର, ମହାରାଷ୍ଟ୍ରରେ ପୁଣି ଏକ ଲଜ୍ୟାଜନକ ଘଟଣା ଘଟିଛି । ଜଣେ ୫୦ ବର୍ଷୀୟ ବୃଦ୍ଧ ଜଣେ ୫ ବର୍ଷୀୟ ଶିଶୁ ସହ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି । ମହାରାଷ୍ଟ୍ରର ଠାଣେରେ ଏହି ଅଭାବନୀୟ ଘଟଣା ଘଟିଛି । ଅଭିଯୁକ୍ତ ଜଣଙ୍କ ହେଉଛନ୍ତି, ଭିବଣ୍ଡୀ ଅଞ୍ଚଳର ଜଣେ ୫୦ ବର୍ଷୀୟ ବୃଦ୍ଧ । ଏହି ଖବର ମିଳିବା ପରେ ପୋଲିସ ଉକ୍ତ ଅଭିଯୁକ୍ତଙ୍କୁ ଗିରଫ କରିନେଇଛି । ସୁଚନାରୁ ପ୍ରକାଶ, ୫ ବର୍ଷୀୟର ଶିଶୁଟି ଦୋକାନରୁ କିଛି କିଣିବାକୁ ଦୋକାନ ଯାଉଥିଲା । ହଠାତ ବର୍ଷା ହେବାରୁ ଉକ୍ତ ବ୍ୟକ୍ତିଙ୍କ ଘର ସାମନାରେ ଠିଆ ହୋଇଯାଇଥିଲା । ତାଙ୍କ ପଡୋଶୀ ବୃଦ୍ଧ ଜଣଙ୍କ ଏହାର ଫାଇଦା ଉଠାଇବା ସହ ଶିଶୁକୁ ଘରୁକୁ ଟାଣି ନେଇ ଦୁଷ୍କର୍ମ କରିଥିଲା । ପରେ ଶିଶୁଟି ଘରେ ପହଁଞ୍ଚି ସମସ୍ତ ବିଷୟରେ ମାଆକୁ ଜଣାଇଥିଲା । ସମସ୍ତ କଥା ଶୁଣିବା ପରେ ପୀଡିତାଙ୍କ ମାଆ ଭିବଣ୍ଡୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଖବର ମିଳିବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହ ତଦନ୍ତ ଚଳାଇଛି ।

 

ମତାମତ ଦିଅନ୍ତୁ

Please enter your comment!
Please enter your name here