୯ ଭାରତୀୟ ନିଖୋଜ:ନ୍ୟୁଜିଲାଣ୍ଡ ମସଜିଦ ଗଣହତ୍ୟାରେ

ୱେଲିଂଟନ(ଓଏନଏ): ନ୍ୟୁଜିଲାଣ୍ଡ କ୍ରାଏଷ୍ଟଚର୍ଚ୍ଚ ସହରରେ ଥିବା ୨ଟି ମସଜିଦରେ ଶୁକ୍ରବାର ଘଟିଥିବା ଗଣହତ୍ୟା ଘଟଣା ପରଠାରୁ ଜଣାପଡିଛି ଯେ ସେହି ଘଟଣା ପରଠୁ ୯ଜଣ ଭାରତୀୟ ନିଖୋଜ ରହିଛନ୍ତି । ସେମାନଙ୍କ ସମ୍ପର୍କରେ ଏଯାଏ କୌଣସି ସୂଚନା ମିଳିପାରି ନାହିଁ । ନ୍ୟୁଜିଲାଣ୍ଡରେ ଥିବା ଭାରତୀୟ ହାଇକମିଶନର ସଞ୍ଜୀବ କୋହଲି ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଶୁକ୍ରବାର କ୍ରାଏଷ୍ଟଚର୍ଚ୍ଚରେ ଥିବା ଅଲ ନୁର ଏବଂ ଲିନଉଡ ମସଜିଦରେ ନମାଜ ପାଠ ଚାଲିଥିବାବେଳେ କେତେଜଣ ବନ୍ଧୁକଧାରୀ ସେଠାରେ ଅତର୍କିତ ଆଖିବୁଜା ଗୁଳିଚାନା କରିଥିଲେ । ଏଥିରେ ୪୯ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୪୦ରୁ ଅଧିକ ଆହତ ହୋଇଥିଲେ । ଏହି ଘଟଣା ପରଠାରୁ ୯ଜଣ ଭାରତୀୟ ନିଖୋଜ ଥିବା ହାଇକମିଶନର ଟ୍ୱିଟ ଯୋଗେ କହିଛନ୍ତି । ଏହି ଘୃଣ୍ୟ ଆକ୍ରମଣ ପରେ କ୍ରାଏଷ୍ଟଚର୍ଚ୍ଚର ଯେଉଁ ବ୍ୟକ୍ତିମାନେ ଆମକୁ ପୀଡ଼ିତମାନଙ୍କ ବିଷୟରେ ସବିଶେଷ ତଥ୍ୟ ଦେବାକୁ ଉଦ୍ୟମ କରିଛନ୍ତି ସେମାନଙ୍କୁ ମୋର ଗଭୀର କୃତଜ୍ଞତା ବୋଲି ମଧ୍ୟ ସେ ଟ୍ୱିଟରେ ଜଣାଇଛନ୍ତି । ଭାରତୀୟ ପୀଡ଼ିତଙ୍କ ପାଇଁ ସେ ୨ଟି ଫୋନ ନମ୍ବର ମଧ୍ୟ ଜାରି କରିଛନ୍ତି । ଯେଉଁଥିରେ ଯୋଗାଯୋଗ କରିବା ପାଇଁ ନିବେଦନ କରିଛନ୍ତି ।

ନ୍ୟୁଜଲ୍ୟାଣ୍ଡ ମସଜିଦ ଆକ୍ରମଣ ଘଟଣା, ଆତଙ୍କବାଦୀ ନିଜେ ଆକ୍ରମଣ କରି ଫେସବୁକରେ ଭିଡିଓ କଲା ଭାଇରାଲ, ଦେଖନ୍ତୁ ଏହି ଭିଡିଓରେ…