ଦିଲ୍ଲୀ କନ୍ୟା ସଂସ୍କାର ଆଶ୍ରୟ ଗୃହରୁ ୯ ବାଳିକା ନିଖୋଜ

https://www.facebook.com/nnsodia/videos/267154983995629/?t=5

ନୂଆଦିଲ୍ଲୀ: ଢେଙ୍କାନାଳ ଜିଲ୍ଲା ବେଲଟିକିରିଠାରେ ବେଆଇନ ଭାବେ ଚାଲିଥିବା ସେଲଟର ହୋମ (ଆଶ୍ରୟ ଗୃହ)ର ଖୁଲାସା ହେଲା ପରେ ଏବେ ରାଜ୍ୟର ସମସ୍ତ ସେଲଟର ହୋମ ଉପରେ ଚଢ଼ାଉ କରାଯାଇଛି । ଗତକାଲି ଭଦ୍ରକ, ବାଲେଶ୍ୱର, ବ୍ରହ୍ମପୁର ଆଦି ସେଲଟର ହୋମମାନଙ୍କରେ ଚଢ଼ାଉ କରାଯାଇଥିଲା । ସେଠାରେ କିଛି ବେନିୟମ କାର୍ଯ୍ୟ ହୋଇଥିବା ମଧ୍ୟ ନଜରକୁ ଆସିଛି । କିନ୍ତୁ ଆଜି ଦିଲ୍ଲୀର ଏକ କନ୍ୟା ସଂସ୍କାର ଆଶ୍ରୟ ଗୃହରୁ ୯ ଜଣ ବାଳିକା ନିଖୋଜ ହୋଇଥିବା ଜଣାପଡ଼ିଛି । ଡିସେମ୍ବର ୧ ଓ ୨ତାରିଖ ମଧ୍ୟରେ ଏହି ୯ ଜଣ ବାଳିକା ନିଖୋଜ ଥିବା ଜଣାପଡ଼ିଛି ।
ଘଟଣାରୁ ପ୍ରକାଶ ଯେ, ଦିଲ୍ଲୀର ଦିଲ୍ସାଦ ଗାର୍ଡେନ ଅଂଚଳରେ ଏକ କନ୍ୟା ଆଶ୍ରୟ ଗୃହରୁ ୯ ଜଣ ବାଳିକା ନିଖୋଜ ଥିବା ଅଭିଯୋଗ ପାଇ ପୁଲିିସ ଏକ ମାମଲା ରୁଜ୍ଜୁ କରି ତଦନ୍ତ କରୁଛି । ଏହି ଘଟଣାରେ ଦାୟିତ୍ୱରେ ଥିବା ମହିଳା ଓ ଶିଶୁ ବିକାଶ ବିଭାଗର ଜିଲ୍ଲା ଅଧିକାରୀ ଓ ଆଶ୍ରୟଗୃହର ଜଣେ କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି ।
ଏ ବିଷୟରେ ଦିଲ୍ଲୀ ମହିଳା କମିଶନ ପକ୍ଷରୁ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଚିଠି ଲେଖାଯାଇଛି । ସେଥିରେ ଦର୍ଶାଯାଇଛି ଯେ, ଦିଲସାଦ ଗାର୍ଡେନ ଅଂଚଳରେ ଥିବା କନ୍ୟା ଆଶ୍ରୟ ଗୃହରୁ ଗତ ଶନିବାର ଓ ରବିବାର ଦୁଇଦିନ ମଧ୍ୟରେ ୯ ଜଣ ବାଳିକା ନିଖୋଜ ହୋଇଯାଇଛନ୍ତି । ଏହା ରବିବାର ସକାଳେ ଜଣାପଡ଼ିଥିଲା ଏବଂ ଘଟଣାର ତଦନ୍ତ କରି ଉପଯୁକ୍ତ ପଦକ୍ଷେପ ନେବାକୁ ଚିଠିରେ ଉଲ୍ଲେଖ ଅଛି । ଏହି ବାଳିକାମାନଙ୍କୁ ଗତ ମେ ମାସରୁ ଦ୍ୱାରକାରୁ ଏଠାକୁ ଅଣାଯାଇଥିଲା ।

ମତାମତ ଦିଅନ୍ତୁ

Please enter your comment!
Please enter your name here