ପୁଣି ରାଜ୍ୟରେ ଲଜ୍ଜ୍ୟକାଣ୍ଡ, ନାବାଳିକାକୁ ଦୁଷ୍କର୍ମ କରି ଅଭିଯୁକ୍ତ ଫେରାର

https://www.facebook.com/nnsodia/videos/267154983995629/?t=5

କେନ୍ଦୁଝର: ରାଜ୍ୟରେ ବଢିଚାଲିଛି ଦୁଷ୍କର୍ମର ସଂଖ୍ୟା | ତେବେ ପ୍ରଶାସନ ପକ୍ଷରୁ ଏତେ ମାତ୍ରାରେ କଡା ସୁରକ୍ଷା ଥିବା ବେଳେ ମଧ୍ୟ କାହିଁକି ଦୁଷ୍କର୍ମକାରୀ ଏପରି ମାତ୍ରାରେ ଦୁଷ୍କର୍ମ କରୁଛନ୍ତି ତାହାକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି | ପୁଣି ଆଜି ଜଣେ ନାବାଲିକା ସହ ଦୁଷ୍କର୍ମ ହୋଇଥିବା ଅଭଯୋଗ ହୋଇଛି | ଏପରି ଲଜ୍ଜ୍ୟଜନକ କାଣ୍ଡ ରାଜ୍ୟର କେନ୍ଦୁଝର ଜିଲ୍ଲା ରୁଗୁଡ଼ି ଥାନା ଅଞ୍ଚଳରେ ଘଟିଥିବାର ଜଣା ପଡିଛି | ସୁଚନାନୁଯାୟୀ, ନାବାଳିକା ଜଣଙ୍କ ଘରେ ଏକୁଟିଆ ଥିବା ବେଳେ ଜଣେ ଯୁବକ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ପୀଡ଼ିତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।ନାବାଳିକାଙ୍କ ବୟସ ୭ ବର୍ଷ ବୋଲି ଜଣାପଡ଼ିଛି । ତାଙ୍କ ବାପାମା’ ଦିନ ମଜୁରିଆ ଭାବେ କାମ କରନ୍ତି । ଗତକାଲି ବାପାମା’ ତାଙ୍କୁ ଘରେ ଏକୁଟିଆ ଛାଡ଼ି ମୂଲ ଲାଗିବାକୁ ଯାଇଥିଲେ । ଏହି ସମୟରେ ଜଣେ ଯୁବକ ତାଙ୍କୁ ଦୁଷ୍କର୍ମ କରି ଫେରାର ହୋଇଯାଇଥିଲା | କିନ୍ତୁ ରୁଗୁଡ଼ା ପୁଲିସ ଖବର ପାଇଁ ଅଭିଯୁୁକ୍ତ ଗିରଫ କରିଥିବା ଜଣା ପଡିଛି ।

ଗୁରୁ ନାଁରେ କଳଙ୍କ, ବର୍ଷ ବର୍ଷ ଧରି ଛାତ୍ରଙ୍କ ସହ କରିଆସୁଥିଲେ ଅସଦାଚରଣ, ପଢନ୍ତୁ ପୂରା ଖବର…

5 ମତାମତ ଦିଅନ୍ତୁ

ମତାମତ ଦିଅନ୍ତୁ

Please enter your comment!
Please enter your name here