You are here
Home > ଇଣ୍ଡିଆ > ୫ ରାଜ୍ୟରେ ହେବ ବିଧାନସଭା ନିର୍ବାଚନ, ଘୋଷଣା ହେଲା ତାରିଖ

୫ ରାଜ୍ୟରେ ହେବ ବିଧାନସଭା ନିର୍ବାଚନ, ଘୋଷଣା ହେଲା ତାରିଖ

ଗୋଆ: ଫେବୃଆରୀ ୪
ପଞ୍ଜାବ: ଫେବୃଆରୀ ୪
ଉତ୍ତରାଖଣ୍ଡ : ଫେବୃଆରୀ ୧୫
ମଣିପୁର: ମାର୍ଚ୍ଚ ୪ ଏବଂ ୮
ଉତ୍ତର ପ୍ରଦେଣ: ଫେବୃଆରୀ ୧୧, ୧୫, ୧୯, ୨୩, ୨୭ , ମାର୍ଚ୍ଚ ୪ ଓ ୮
ମାର୍ଚ୍ଚ ୧୧ ତାରିଖରେ ୫ଟି ରାଜ୍ୟରେ ଏକାସାଙ୍ଗରେ ହେବ ଭୋଟ ଗଣନା ।
ନୂଆଦିଲ୍ଲୀ: ଘୋଷଣା ହୋଇଛି ୫ ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ନିମନ୍ତେ କାର୍ଯ୍ୟସୂଚୀ । ଗୋଆ, ପଞ୍ଜାବ ଏବଂ ଉତ୍ତରାଖଣ୍ଡରେ ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ ଅନୁଷ୍ଠିତ ହେବ  । ସେହିପରି ମଣିପୁରରେ ୨ଟି ଏବଂ ଉତ୍ତର ପ୍ରଦେଶରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ । ଗୋଆ ଓ ପଞ୍ଜାବରେ  ଫେବୃଆରୀ ୪ ତାରିଖରେ ବିଧାନସଭା ନିର୍ବାଚନ ହେବ । ଉତ୍ତରାଖଣ୍ଡରେ ଫେବୃଆରୀ ୧୫ ଏବଂ ମଣିପୁରରେ ମାର୍ଚ୍ଚ ୪ ଓ ୮ ତାରିଖରେ ନିର୍ବାଚନ ହେବ । ଉତ୍ତର ପ୍ରଦେଶରେ ୭ଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବ । ସେହିପରି ଦ୍ୱିତୀୟ ପର୍ଯ୍ୟାୟ ଫେବୃଆରୀ ୧୫, ତୃତୀୟ ପର୍ଯ୍ୟାୟ ଫେବୃଆରୀ ୨୭,  ଷଷ୍ଠ ପର୍ଯ୍ୟାୟ ମାର୍ଚ୍ଚ ୪ ଓ ସପ୍ତମ ପର୍ଯ୍ୟାୟ ନିର୍ବାଚନ ମାର୍ଚ୍ଚ ୮ରେ  ଅନୁଷ୍ଠିତ ହେବ  । ମାର୍ଚ୍ଚ ୧୧ ତାରିଖରେ ଭୋଟ ଗଣତି ହେବ  ।  ପାଞ୍ଚଟି ରାଜ୍ୟରେ ମୋଟ୍ ୬୯୦ଟି ଆସନ ପାଇଁ ଏହି  ନିର୍ବାଚନ ହେବ  । ଉତ୍ତର ପ୍ରଦେଶରେ ୪୦୩, ଆସନ ପାଇଁ ନିର୍ବାଚନ ହେବାକୁ ଥିବା ବେଳେ ପଞ୍ଜାବ ୧୧୭, ଉତ୍ତରାଖଣ୍ଡ ୭୦, ମଣିପୁର ୬୦ ଏବଂ ଗୋଆରେ ୪୦ଟି ଆସନ ପାଇଁ ନିର୍ବାଚନ ହେବ  ।  

କିଛି ସଂସ୍କାର, କିଛି କଟକଣା:

ପାଞ୍ଚଟି ରାଜ୍ୟରେ ଏକକାଳିନ ବିଧାନସଭା ନିର୍ବାଚନ କରାଇବା ପାଇଁ ଘୋଷଣା ହେବା ସହ ସମସ୍ତ ରାଜ୍ୟରେ ଆଚରଣ ବିଧି ଲାଗୁ ହୋଇଛି । ଏହାଛଡା ନିର୍ବାଚନ କମିଶନ ଭୋଟ୍ ବ୍ୟବସ୍ଥାରେ କିଛି ପରିବର୍ତ୍ତନ କରିଛନ୍ତି  । ଗୋପନୀୟତା ରକ୍ଷା କରିବାକୁ ଭୋଟିଂ  କମ୍ପାର୍ଟମେଣ୍ଟ ଗୁଡିକୁ ୩୦ ଇଞ୍ଚ ଅଧିକ ଉଚ୍ଚ କରାଯିବ  ।  ସବୁ ରାଜ୍ୟରେ ଇଭିଏମ ବ୍ୟବହାର କରାଯିବ  । ଏହାର ତଳ ଆଡକୁ ନୋଟା(ନନ ଅଫ ଦି ଏବୋଭ) ବୋଲି ବିକଳ୍ପଟିଏ ରହିବ  । ଶତ ପ୍ରତିଶତ ଭୋଟ ଦାତାଙ୍କର ଇଲେକ୍ଟୋରାଲ ଫଟୋ ଆଇଡି  କାର୍ଡ ଥିବାରୁ କମିଶନ ଫଟୋ ଭୋଟର ଲିଷ୍ଟ ପ୍ରଚଳନ କରିବେ  । ଭୋଟ ପ୍ରକ୍ରିୟା ଏବଂ କଣ କରିବେ, ନ କରିବେ ଆଦି ଦର୍ଶାଇ  ପ୍ରତି ଭୋଟ କେନ୍ଦ୍ରରେ ୪ଟି ଲେଖାଏଁ ପୋଷ୍ଟର ଲଗାଯିବ । ସମସ୍ତ ପରିବାରକୁ ରଙ୍ଗିନ ଭୋଟର ଗାଇଡ୍ ବଣ୍ଟାଯିବ  । ଏଥିରେ ଭୋଟ ଦାନ କେନ୍ଦ୍ର, ତାରିଖ ଓ ସମୟ ଉଲ୍ଲେଖ ହେବା ସହ ଭୋଟ ଦୋବ ପାଇଁ ଆବଶ୍ୟକ ପରିଚୟ ପତ୍ର ସଂକ୍ରାନ୍ତରେ ସୂଚନା ରହିବ  । ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ସମୁଦାୟ ୧.୮୫ ଲକ୍ଷ ଭୋଟ ଗ୍ରହଣ କେନ୍ଦ୍ର ବସାଯିବ  । ସେଥିରୁ କେତେକ କେବଳ ନାରୀମାନଙ୍କ ଦ୍ୱାରା ପରିଚାଳିତ ଭୋଟ କେନ୍ଦ୍ର ବି ରହିବ  । ପ୍ଲାଷ୍ଟିକ ବର୍ଜନ କରିବା ଏବଂ ବାଣ ଓ ଡାକବାଜି ଯନ୍ତ୍ରର ବେପରୁଆ  ବ୍ୟବହାର ନ କରିବା ପାଇଁ ରାଜେନୈତିକ ଦଳମାନଙ୍କୁ ଉପଦେଶ ଦିଆଯିବ  । ନିର୍ବାଚନରେ କଳାଟଙ୍କା ଉପଯୋଗ ନ କରାଇ ଦେବା ପାଇଁ ଖର୍ଚ୍ଚର କଡାକଡି ଯାଞ୍ଚ କରାଯିବ । ପେଡ ନୁ୍ୟଜ୍ ଚିହ୍ନଟ କରିବା ପାଇଁ ନିର୍ବାଚନ କମିଶନରଙ୍କୁ ସହାୟତା କରିବ ପ୍ରେସ କାଉନସିଲ ଅଫ ଇଣ୍ଡିଆ । ପ୍ରାର୍ଥୀମାନଙ୍କର ପ୍ରଚାରକାରୀ ରାଜନୈତିକ ଦଳ ମାଲିକାନାରେ ଥିବା ଟିଭି ଚ୍ୟାନେଲ ସବୁ ସେ ବାବଦ ଖର୍ଚ୍ଚକୁ ପ୍ରାର୍ଥୀଙ୍କ ଖର୍ଚ୍ଚରେ ସାମିଲ କରୁଛନ୍ତି କି ନାହିଁ ତାହା ନିର୍ବାଚନ କମିଶନ ଦତାରଖ କରିବେ  ।  ଉତ୍ତରପ୍ରଦେଶ, ପଞ୍ଜାବ ଏବଂ ଉତ୍ତରାଖଣ୍ଡରେ ନିର୍ବାଚନ ଲଢ଼ିବା ପାଇଁ ଜଣେ ପ୍ରାର୍ଥୀ ୨୮ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ  । ସେହିପରି ମଣିପୁର  ଓ ଗୋଆର ପ୍ରାର୍ଥୀମାନେ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ ।

Loading...
ONA
Top