ଢେଙ୍କାନାଳରେ ଷଷ୍ଠ ଶ୍ରେଣୀର ଛାତ୍ରୀ ହେଲେ ଗର୍ଭବତୀ, ଅଭିଯୋଗ ଆଣିଲେ ପ୍ରଧାନଶିକ୍ଷକ, ଖୋଲାରେ ବୁଲୁଛି ଦୁଷ୍କର୍ମକାରୀ…

କାମାକ୍ଷାନଗର: ଗୋଟେ ପରେ ଗୋଟେ ନାବାଳିକା ଦୁଷ୍କର୍ମ ଓ ଗର୍ଭବତୀ ହେବା ଘଟଣା ସାମନାକୁ ଆସିବା ପରେ ରାଜ୍ୟର ଅଗ୍ରଣି ହେବାକୁ ଅଟାକାଉଥିବା ପରିଦର୍ଶିତ ହେଉଛି | ରାଜ୍ୟରେ ପ୍ରତ୍ୟେକ ଦିନ ଗୋଟେ ପରେ ଗୋଟେ ଦୁଷ୍କର୍ମ ଘଟଣା ସାମନାକୁ ଆସିଛି | କିଛି ଦିନ ପୂର୍ବରୁ କନ୍ଧମାଳରେ ନାବାଳିକା ମାଆ ହେବା ପରେ ଆଜି ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀ ଗର୍ଭପାତ କଲା ବେଳେ ଗୁରୁତର ହୋିପଡିଥିବାର ସୂଚନା ମିଳିଛି | ତେବେ ଏହି ସମସ୍ତ ଘଟଣା ଥମି ନଥିବା ବେଳେ ପୁଣି ଏକ ଷଷ୍ଠ ଶ୍ରେଣୀର ନାବାଳିକା ଗର୍ଭବତୀ ତବା ଅବିଯୋଗ ହୋଇଛି | ତେବେ ଏପରି ଲଜ୍ଜ୍ୟଜନକ କାଣ୍ଡ ଢ଼େଙ୍କାନାଳରେ ଘଟିଥିବା ଜଣାପଡିଛି | ସୂଚନାଯୋଗ୍ୟ, ଏଠାରେ ଏକ ସେବାଶ୍ରମ ସ୍କୁଲରେ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରୀ ୭ ମାସର ଗର୍ଭବତୀ ହୋଇଛି । ଏନେଇ ସ୍କୁଲର ପ୍ରଧାନଶିକ୍ଷକ ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । କଙ୍କଡ଼ାହାଡ ଥାନା ଅଞ୍ଚଳର ଏହି ଛାତ୍ରୀ ଜଣକ, ସେବାଶ୍ରମ ସ୍କୁଲରେ ଷଷ୍ଠ ଶ୍ରେଣୀରେ ପାଠ ପଢ଼ନ୍ତି। ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷାରୁ ସେ ଗର୍ଭବତୀ ଥିବା ଜଣାପଡ଼ିଥିଲା। ଏହା ଜଣାପଡ଼ିବା ପରେ ପ୍ରଧାନଶିକ୍ଷକ ଜନାର୍ଦ୍ଦନ ସାମଲ ଗତକାଲି ରାତିରେ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହାସହ ପରିବାର ଲୋକଙ୍କୁ ସେବାଶ୍ରମ ଆସିବାକୁ ଖବର ଦେଇଥିଲେ। ଅଭିଯୋଗକୁ ଭିତ୍ତିକରି କଙ୍କଡ଼ାହାଡ ପୁଲିସ ଓ ଶିଶୁ ସୁରକ୍ଷା ଅଧିକାରୀମାନେ ନାବାଳିକାଙ୍କ ଘରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।ଛାତ୍ରୀ ଗର୍ଭବତୀ ହେବା ଘଟଣାରେ ତାଙ୍କ ଭାଉଜଙ୍କ ଭାଇ ଥିବା ପୁଲିସ୍‌ ସନ୍ଦେହ କରୁଥିବା ବେଳେ ପରିବାର ଲୋକେ ଏହାକୁ ଅସ୍ୱୀକାର କରିଛନ୍ତି । ଅନ୍ୟପକ୍ଷରେ ଛାତ୍ରୀଙ୍କୁ ତାଙ୍କ ପରିବାର ଲୋକଙ୍କଠାରୁ ଦୂରେଇ ରଖାଯାଇଥିବା ଓ ଭେଟିବାକୁ ଦିଆଯାଉନଥିବା ଅଭିଯୋଗ ହୋଇଛି । ଏନେଇ ପୁଲିସ୍‌କୁ ଯୋଗାଯୋଗ କରାଯିବାରୁ ଛାତ୍ରୀ ଜଣକ ତାଙ୍କ କାକା ଘରକୁ ଯାଇଥିଲେ । ସେଠାରୁ ଫେରିବା ପରେ ଗର୍ଭବତୀ ହୋଇଥିବା ଜଣାପଡ଼ିଛି ବୋଲି ପୁଲିସ୍‌ କହିଛି । ତେବେ କିଏ ଏବଂ କାହିଁକି ଏପରି ଲଜ୍ଜ୍ୟକାଣ୍ଡ କରି ପ୍ରଶାସନ ଓ ପରିବାର ଠାରୁ ଲୁଚି କରି ଅଚି ତାହାକୁ ନେଇ ସାଦାରଣରେ ପ୍ରଶ୍ନ ଉଠୁଛୁ | ସେପଟେ କାହିଁକି ନାବାଳିକା ତଥା ଛାତ୍ରୀମାନଙ୍କ ସହ ଏପରି ଅମାନୁଷିକ କାଣ୍ଡର ସଂଖ୍ୟା ବୃଦ୍ଧି ପାଉଛି ତାହାକୁ ନେଇ ମଧ୍ୟ ସାଧାରଣରେ ନିନ୍ଦା କରାଯାଉଛି |

ଅଷ୍ଟମ ଶ୍ରେଣୀର ଛାତ୍ରୀ ହେଲେ ମାଆ, ହେଲେ ବଞ୍ଚିଲାନି ଶିଶୁକନ୍ୟା, ସେପଟେ ଦୁଷ୍କର୍ମକାରୀ ବୁଲୁଛି ଖୋଲାରେ…ପଢନ୍ତୁ ପୂରା ଖବର