You are here
Home > ଅଧିକ ଖବର > ଛତିଶଗଡ଼ରେ ୬୦ ନକ୍ସଲପନ୍ଥୀଙ୍କ ଆତ୍ମ ସମର୍ପଣ

ଛତିଶଗଡ଼ରେ ୬୦ ନକ୍ସଲପନ୍ଥୀଙ୍କ ଆତ୍ମ ସମର୍ପଣ

ନାରାୟଣପୁର: ଛତିଶଗଡ଼ ବସ୍ତର ଜିଲ୍ଲାରେ ୬୦ ଜଣ ନକ୍ସଲପନ୍ଥୀ ଆତ୍ମ ସମର୍ପଣ କରିଛନ୍ତି । ଏହି ସମସ୍ତ ୬୦ ଜଣ ଯୁବ ନକ୍ସଲଙ୍କ ମଧ୍ୟରେ ଅନେକ ୨୦ ଜଣ ଯୁବତୀ ଏବଂ ୪୦ ଜଣ ଯୁବକ ରହିଥିବା ଜଣାପଡ଼ିଛି । ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଏବେ ଜଙ୍ଗଲ ମଧ୍ୟରେ ଗୁଳିଗୋଳା ଚାଲିଥିବା ବେଳେ ପୋଲିସକୁ ଏହା ଏକ ବଡ଼ ସଫଳତା ।

ଛତିଶଗଡ଼ ବସ୍ତର ଜିଲ୍ଲାର ନାରାୟଣପୁର ନିକଟବର୍ତ୍ତୀ ଅବୁଜମରା ଜଙ୍ଗଲରେ ବସ୍ତର ପୋଲିସ ଆଇଜି ବିବେକାନନ୍ଦ ସିନହାଙ୍କ ସମ୍ମୁଖରେ ନିଜର ସମସ୍ତ ମାରଣାସ୍ତ୍ର ସହିତ ଅସ୍ତ୍ରଶସ୍ତ୍ର ପୋଲିସକୁ ହସ୍ତାନ୍ତର କରିଛନ୍ତି ଏହି ନକ୍ସଲମାନେ । ଆତ୍ମ ସମର୍ପଣ କରିଥିବା ସମସ୍ତ ନକ୍ସଲମାନେ ସାଧାରଣ ଜୀବନ ଯାପନ କରିବା ସହିତ ସମାଜର ସ୍ରୋତରେ ନିଜକୁ ସାମିଲ କରିବାକୁ ପୋଲିସ ଆଇଜିଙ୍କ ସମ୍ମୁଖରେ ଶପଥ କରିଛନ୍ତି ।

Loading...
ONA

Leave a Reply

Top