ବାତ୍ୟା ମୁକାବିଲା ଲାଗି ୬ ଏନଡିଆରଏଫ ଟିମ ଗସ୍ତ

ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟାର ମୁକାବିଲା ଲାଗି ବିଭିନ୍ନ ଜିଲ୍ଲାକୁ ଏନଡିଆରଏଫ୍ ଟିମ୍କୁ ପଠାଯାଇଛି । ମୁଣ୍ଡଳି ୟୁନିଟରୁ ୬ଟି ଏନଡିଆରଏଫ ଟିମ୍ ବିଭିନ୍ନ ଜିଲ୍ଲାକୁ ପଠାଯିବା ସହ ସର୍ତକ ରହିବାକୁ ଆର୍ଲଟ ରହିବାକୁ ସୂଚନା ଦିଆଯାଇଛି । ପୁରୀ, କେନ୍ଦ୍ରାପଡା, ଗଜପତି, ଭଦ୍ରକ, ନୟାଗଡ, ପୁରୀ ଆନୁଷାଙ୍ଗିକ ଯାନ୍ତ୍ରିକ ଉପକରଣ ସହ ଟିମ୍ ଗସ୍ତ କରିଥିବା ସୂଚନା ମିଳିଛି । ଏଥିସହ ଅଗ୍ନିଶମ ବିଭାଗ ପକ୍ଷରୁ ମଧ୍ୟ ପ୍ରସ୍ତୁତି କରାଯାଇଛି । ବାତ୍ୟା ମୁକାବିଲା ନେଇ ଚିଫ ଫାୟାର ଅଫିସର ସୁକାନ୍ତ ସେଠୀ ଏହି ସୂଚନା ଦେଇଛନ୍ତି । ଅଗ୍ନିଶମ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ଫାୟାର ଷ୍ଟେସନକୁ ଆବଶ୍ୟକ ଉପକରଣ ସହ ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଉତ୍ତର ଓଡିଶାର ୨୦ଟି ଟିମକୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ରଖାଯାଇଛି । ଆବଶ୍ୟକ ହେଲେ ଏହି ଟିମ ପ୍ରଭାବିତ ଅଞ୍ଚଳରେ ମୁତୟନ ହେବେ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here