ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ କଲେ ପ୍ରଧାନଶିକ୍ଷକ!

ନିମାପଡ଼ା(ଓଏନଏ) : ପୁରୀ ଜିଲାର ନିମାପଡ଼ା ଥାନା ଅଞ୍ଚଳରେ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀ ନିଜ ସ୍କୁଲର ପ୍ରଧାନଶିକ୍ଷକଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣା ପ୍ରଘଟ ହେବା ପରେ ଗାଁ ଲୋକେ ପ୍ରଧାନଶିକ୍ଷକଙ୍କୁ ଏକ ଘର ଭିତରେ ତାଲା ପକାଇ ଦେଇଛନ୍ତ । ଗ୍ରାମବାସୀଙ୍କ ଦ୍ୱାରା ବହୁ ସମୟ ପର୍ଯ୍ୟନ୍ତ ଘର ଭିତରେ ବନ୍ଦ ରହିବା ପରେ ପୁଲିସକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା । ପୁଲିସ ଘଟଣାସ୍ଥଳରେ ପହଞ୍ଚି ସଂପୃକ୍ତ ପ୍ରଧାନଶିକ୍ଷକଙ୍କୁ ଉଦ୍ଧାର କରିଛି ।
ସୂଚନାନୁଯାୟୀ, ପ୍ରାୟ ଏକ ସପ୍ତାହ ହେବ ପ୍ରଧାନଶିକ୍ଷକ ନବଘନ ସେଠୀ(୫୦) ଜଣେ ନାବାଳିକାକୁ ଅସଦାଚରଣ ଓ ହଇରାଣ କରୁଥିଲେ । ସେ ବିଦ୍ୟାଳୟର ଗୋଟିଏ କଠୋରି ଭିତରକୁ କେହି ନଥିବା ସମୟରେ ନାବାଳିକାକୁ ବିଭିନ୍ନ ସମୟରେ ଡାକି ଅସଦାଚରଣ କରୁଥିଲେ । ନାବାଳିକାଟି ଏହି ବାବଦରେ ନିଜ ମା’କୁ ସବୁ କଥା କହିଥିଲା । ଏହି ଘଟଣା ଗାଁର ଲୋକମାନେ ଜାଣିବା ପରେ ସେମାନେ ପ୍ରଧାନଶିକ୍ଷକଙ୍କୁ ପାନେ ଦେଇଛନ୍ତ ବୋଲି କହିଛନ୍ତି ଗାଁ ଲୋକେ ।

ଷଷ୍ଠ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ କରି ଟ୍ୟୁସନ ସାର ଫେରାର୍