ତିନି ମାସ ଚାର୍ଟିଙ୍ଗ, ଚାରି ମାସ ବେଳକୁ ୨୦ ବର୍ଷର ଯୁବକ ସହ ଫେରାର ହେଲେ ୫୦ ବର୍ଷୀୟା ମହିଳା

ନୂଆଦିଲ୍ଲୀ: ଫେସବୁକ ମାଧ୍ୟମରେ ଯୋଡି ହେଲେ ଦୁଇ ଅଦ୍ଦୁତ ବୟସ୍କର ପ୍ରେମୀ ଯୁଗଳ । ମୋଦୀନଗର ଅଂଚଳରେ ଜଣେ ୫୦ ବର୍ଷୀୟା ମହିଳା ଜଣେ ଯୁବକ ସହ ଫେରାର ହେବା ମାମଲା ସାମ୍ନାକୁ ଆସିଛି । ସଂପୃକ୍ତ ମହିଳାଙ୍କୁ ଫେସବୁକରେ ମେରଠର ଜଣେ ଯୁବକଙ୍କ ସହ ପ୍ରେମ ହୋଇଥିଲା । ମହିଳାଙ୍କର ଜଣେ ଝିଅର ବିବାହ ହୋଇ ସାରିଛି । ଯୁବକ ଜଣେ ବିବିଏ ଛାତ୍ର । ମହିଳାଙ୍କ ସ୍ୱାମୀ ଏନେଇ ଥାନାରେ ଏତଲା ଦେଇଛନ୍ତି । ସୂଚନାଅନୁଯାୟୀ, ମହିଳା ଜଣଙ୍କୁ ତାଙ୍କ ପୁଅ ୬ମାସ ତଳେ ମୋବାଇଲ ଦେଇଥିଲେ । ତାପରେ ମହିଳା ଜଣକ ଫେସବୁକ ଏବଂ ହ୍ୱାଟସଅପରେ ଆକାଉଂଟ ଖୋଲି ଥିଲେ । ୩ମାସ ପୂର୍ବରୁ ମହିଳା ସଂପୃକ୍ତ ଯୁବକଙ୍କ ସହ ସାଙ୍ଗ ହୋଇଥିଲେ ଏବଂ ୧ମାସ ହେବ ଦୁହେଁ ମୋବାଇଲରେ କଥା ହେଉଥିଲେ । ଗତକାଲି ମହିଳା ଜଣକ ଘରେ ଫୋନ ଛାଡି ଫେରାର ହୋଇ ଯାଇଛନ୍ତି ବୋଲି ମହିଳାଙ୍କ ସ୍ବାମୀ ଅଭିଯୋଗ କରିଛନ୍ତି । ଏସମସ୍ତ ତଥ୍ୟ ଫୋନ ଯାଂଚ୍ ହେବା ପରେ ଜଣା ପଡିଥିଲା । ପୁଲିସ କହିବା ଅନୁଯାୟୀ, ନିଖୋଜ ଏତଲା ରୁଜୁ କରି ମହିଳା ଓ ଯୁବହଙ୍କର ଅନୁସନ୍ଧାନ କରାଯାଉଛି ।