ଗୁରୁ ନାଁରେ କଳଙ୍କ, ବର୍ଷ ବର୍ଷ ଧରି ଛାତ୍ରଙ୍କ ସହ କରିଆସୁଥିଲେ ଅସଦାଚରଣ, ପଢନ୍ତୁ ପୂରା ଖବର…

ମୁମ୍ବାଇ: ଗୁରୁଙ୍କୁ ଭଗବାନଙ୍କ ଦ୍ୱିତୀୟ ରୂପ ବୋଲି କୁହାଯାଏ | ତେବେ ସେହି ଗୁରୁ ଯେତେବେଳେ ନିଜର ପଦବୀ ଓ ଆଧିପତ୍ୟ, ସ୍ନେହ, ମମତା ଆଦି ଭୁଲି ନିହାତି ଲଜ୍ଜ୍ୟଜନକ କାଣ୍ଡ କରିବସନ୍ତି ତାଙ୍କୁ ଗୁରୁ କହିବା ତ ଦୂରର କଥା ସାଧାକଣ ମଣିଷ କହିବା ବି ବୃଥା | ତେବେ ଆଜି ସେହିପରି ଏକ ଘଟଣା ସାମନାକୁ ଆସିଛି ଯାହା ଶୁଣିଲେ ଲଜ୍ଜ୍ୟରେ ମୁଣ୍ଡ ନଇଁ ଯିବ | ଜଣେ ନାବାଳିକା ଛାତ୍ରୀ ସହ ବର୍ଷ ତମାମ ଅସଦାଚରଣ କରି ଆସୁଥିବା ଜଣେ ଶିକ୍ଷକଙ୍କୁ ଆଜି ପୋକ୍‌ସୋ ଆଇନ୍‌ ବଳରେ ମଲାଡ଼ ପୁଲିସ ଗିରଫ କରିଥିବା ସୂଚନା ମିଳିଛି | ଜାନୁଆରି ୨ ତାରିଖ ଦିନ ସମ୍ପୃକ୍ତ ୪୨ ବର୍ଷିୟ କୋଚିଙ୍ଗ୍‌ କ୍ଲାସ୍‌ ଶିକ୍ଷକଙ୍କୁ ପୁଲିସ ଗିରଫ କରିଥିବା ଜଣା ପଡିଛି । ପୁଲିସ କହିବା ଅନୁସାରେ, ସେକେଣ୍ଡାରି ସ୍କୁଲ୍‌ ସାର୍ଟିଫିକେଟ୍‌ ପରୀକ୍ଷା ଲାଗି ଅଭିଯୁକ୍ତଙ୍କ ଦ୍ୱାରା ମାଲାଡ଼ ଠାରେ ପରିଚାଳିତ କୋଚିଙ୍ଗ୍‌ ସେଣ୍ଟର୍‌ରେ ଅଭିଯୋଗକାରିଣୀ ମେ ୨୦୧୬ରେ ଯୋଗ ଦେଇଥିଲେ । କ୍ଲାସ୍‌ରେ ସେ ପ୍ରଥମ କି, ଦ୍ୱିତୀୟ ଧାଡ଼ିରେ ବସୁଥିଲେ । କିନ୍ତୁ,ସେ ପାଠରେ ଦୁର୍ବଳ ଏବଂ ଅଧିକ ଧ୍ୟାନ ଆବଶ୍ୟକ କରୁଛନ୍ତି କହି ଅଭିଯୁକ୍ତ ଶିକ୍ଷକ ତାଙ୍କୁ ପଛକୁ ନେଇ ଯାଉଥିଲେ । ସେଠାରେ ତାଙ୍କୁ ପଢ଼ାଇବା ଆଳରେ ତାଙ୍କ ଶରୀରର ବିଭିନ୍ନ ଜାଗାରେ ଅଭଦ୍ରୋଚିତ ସ୍ପର୍ଶ କରୁଥିଲେ । କୋଚିଙ୍ଗ୍‌ କ୍ଲାସ୍‌ରେ ବର୍ଷ ତମାମ ଶିକ୍ଷକ ଏଭଳି କରିଥିଲେ । ପରୀକ୍ଷା ପୂର୍ବରୁ ତାଙ୍କୁ କ୍ଲାସ୍‌ରୁ ବାହାର କରି ଦେବା ଓ ଫିଜ୍‌ ବାବଦରେ ତାଙ୍କ ଦୋକାନୀ ବାପା ଦେଇଥିବା ଅର୍ଥ ପାଣିରେ ପଡ଼ିଯିବା ଭୟରେ ସେ ଏ କଥା ଘରେ କହି ନ ଥିଲେ । ମାର୍ଚ ୨୦୧୭ରେ ସେ ଏସ୍‌ଏସ୍‌ସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ସେ କୋଚିଙ୍ଗ୍‌ କ୍ଲାସ୍‌ ଛାଡ଼ିଥିଲେ । କିନ୍ତୁ, ଗତ ଡିସେମ୍ବର ୨୦୧୮ରେ ସାନ ଭଉଣୀକୁ ବାପାମାଆ ସେ କୋଚିଙ୍ଗ୍‌ ସେଣ୍ଟର୍‌କୁ ପଠାଇବାକୁ କହୁଥିବା ଶୁଣି ସେ ଏହାର ବିରୋଧ କରିଥିଲେ । ତାଙ୍କ କଥା ଶୁଣି ଘଟନା କ’ଣ ଜାଣିବାକୁ ମାଆ ବାଧ୍ୟ କରିବାରୁ ସେ ସବୁକଥା କହିଥିଲେ । ବାପାମାଆ ତାଙ୍କୁ ଥାନାକୁ ନେଇ ସେ ଶିକ୍ଷକଙ୍କ ବିରୋଧରେ ଏଫ୍‌ଆଇଆର୍‌ ଦେଇଥିଲେ । ଫଳରେ ଶେଷରେ ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରାଯାଇଥିଲା |

ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କଲେ ଦୃର୍ବୁତ୍ତ, ଫିଙ୍ଗିଲେ ପାହାଡ ଉପରେ..