4 ଥାକିଆ GST ହାର ଘୋଷଣା→ ଆମ ଆଦିମ୍ ଖୁସ; କିନ୍ତୁ କାର ହେବ ମହଙ୍ଗା

1

ନୂଆଦିଲ୍ଲୀ ଘୋଷଣା ହେଲା ଗୁ଼୍ଡ୍ସ ଆଣ୍ଡ ସର୍ଭିସ୍ ଟ୍ୟାକ୍ସ(GST) ହାର। ଗୁରୁବାର GST କାଉନସିଲ୍ ବୈଠକରେ ୪ ଥାକିଆ ଜିଏସଟି ହାର ନିଷ୍ପତ୍ତି ହୋଇଛି । ଏଣିକି ବିଭିନ୍ନ ଦ୍ରବ୍ୟ ଓ ସେବା ଲାଗି 5, 12, 18 କିମ୍ବା 28 ପ୍ରତିଶତ ଟ୍ୟାକ୍ସ ଲାଗୁ ହେବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ସୂଚନା ଦେଇଛନ୍ତି। ସର୍ବନିମ୍ନ ଜିଏସଟି ଦର ୫ ପ୍ରତିଶତ ଏବଂ ସର୍ବାଧିକ ୨୮ ପ୍ରତିଶତ ରଖିବା ପାଇଁ ଜିଏସଟି ପରିଷଦ ନିଷ୍ପତ୍ତି ନେଇଛି । ତେବେ ସାଧାରଣ ଲୋକ ଓ ନିତ୍ୟ ବ୍ୟବହୃତ ହେଉଥିବା ସାମଗ୍ରୀ ଉପରେ ମାତ୍ର ୫ ପ୍ରତିଶତ ଜିଏସଟି ଲାଗୁ ହେବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ସୂଚନା ଦେଇଛନ୍ତି। ଜିଏସଟି ଲାଗୁ ହେବା ଫଳରେ ଟିଭି,ଏସି ,ପ୍ରିଜ୍ ,ୱାସିଙ୍ଗ ମେସିନ୍ ଶସ୍ତା ହେବ ବୋଲି ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି। କିନ୍ତୁ ଜିଏସଟି ଲାଗୁ ହେବା ଫଳରେ ଦାମୀ କାର,ଟବାକୋ, ପାନମସଲା ଓ ପାନୀୟ ଜଳ ପଦାର୍ଥ ଉପରେ ସର୍ବାଧିକ ୨୮ ପ୍ରତିଶତ ଟ୍ୟାକ୍ସ ଲାଗୁ ହେବ।
ସେହିପରି ଜିଏସଟି ଲାଗୁ ହେବା ଫଳରେ ରାଜ୍ୟଗୁଡିକ କ୍ଷତିରେ ରହିବେ। ରାଜ୍ୟଗୁଡିକର କ୍ଷତିଭରଣା ଆସନ୍ତା ୫ ବର୍ଷ ମଧ୍ୟରେ କରାଯିବ ସେଥିପାଇଁ ଅତିରିକ୍ତ ସେସ୍ ଲାଗୁହେବ। ଏଥିପାଇଁ ପ୍ରଥମ ବର୍ଷରେ ରାଜ୍ୟଗୁଡିକୁ ୫୦ ହଜାର କୋଟି ଟଙ୍କାର କ୍ଷତିପୂରଣର ଭରଣା କରିବେ କେନ୍ଦ୍ର ସରକାର।

LEAVE A REPLY

Please enter your comment!
Please enter your name here