ଜୁନିୟର ନାବାଳିକାକୁ ସିନିୟର ୪ ନାବାଳକଙ୍କ ଗଣଦୁଷ୍କର୍ମ

ଡେରାଡୁନ, ୨୧ଶତାବ୍ଦୀରେ ଯଦି ସବୁଠାରୁ ଘୃଣ୍ୟ କାମ କିଛି ବା ଦେଖିବାକୁ ମିଳୁଛି ତେବେ ତାହା ହେଉଛି ନାବାଳିକା ଦୁଷ୍କର୍ମ । ରାତି ପାହିଲେ କୌଣସି ଖବର ପଦାକୁ ଆସୁ କି ନଆସୁ ଗୋଟିଏ ଖବର ନିଶ୍ଚିତ ରୂପେ ପାଇବେ । ଜିଲ୍ଲା, ରାଜ୍ୟ, ଦେଶ ଏବଂ ଦେଶ ବାହାରେ ମଧ୍ୟ କେଉଁଠି ନା କେଉଁଠି ଦୁଷ୍କର୍ମ ହେଉଥିବା ଖବର ପାଇବେ । ତେବେ ପ୍ରଶ୍ନ ଉଠୁଛି ଦେଶ ଏତେ ଆଗକୁ ବଢୁଥିଲେ ମଧ୍ୟ କାହିଁକି ରାତି ପାହିଲେ ଗୋଟେ ପରେ ଗୋଟେ ଦୁଷ୍କର୍ମ ଘଟିଚାଲୁଛି ।
କିଛିଦିନ ତଳେ ହରିଆଣାର ସିବିଆଇ ଟପ୍ପରଙ୍କୁ ଗଣବଳକ୍ରାର ଘଟଣା ଥମି ନଥିବା ବେଳେ ପୁଣି ଉତ୍ତରାଖଣ୍ଡର ଡେରାଡୁନର ଏକ ଘରୋଇ ଆବାସିକ ସ୍କୁଲରେ ଜଣେ ୧୬ ବର୍ଷୀୟା ନାବାଳିକା ସହ ଗଣଦୁଷ୍କର୍ମ ହୋଇଥିବା ଘଟଣା ପଦାକୁ ଆସିଛି । ତେବେ ଏହି ଗଣଦୁଷ୍କର୍ମ କେହି ବାହାର ଲୋକେ ନୁହେଁ ବରଂ ଉକ୍ତ ସ୍କୁଲର ୧୭ ବର୍ଷୀୟ ୪ ଛାତ୍ର ଏପରି କାଣ୍ଡ କରିଛନ୍ତି ।
ସୁଚନାରୁ ପ୍ରକାଶ, ଏହି ଘଟଣା ଅଗଷ୍ଟ ୧୪ରେ ଘଟିଥିଲେ ମଧ୍ୟ ବିଳମ୍ବରେ ଲୋକଲୋଚନକୁ ଆସିଛି । ରବିବାର ଡେରାଡୁନ ପୁଲିସ ଅଧୀକ୍ଷକ ନିବେଦିତା କୁରେଟ କୌଣସି ସୂତ୍ରରୁ ଏ ବିଷୟରେ ସୂଚନା ପାଇଁ ତଦନ୍ତ କରିବା ପରେ ଏହି ଖବର ପଦାକୁ ଆସିଛି । ତେବେ ଗଣଦୁଷ୍କର୍ମ ଯୋଗୁ ଛାତ୍ରୀ ଜଣଙ୍କ ଗର୍ଭବତୀ ହୋଇଥିବା ବେଳେ ଏହି ଘଟଣାକୁ ସ୍କୁଲ କର୍ତ୍ତୃପକ୍ଷ ଚପାଇବାକୁ ଉଦ୍ୟମ କରିଥିଲେ । କେବଳ ସେତିକି ନୁହେଁ ଉକ୍ତ ଛାତ୍ରୀଙ୍କୁ ଗର୍ଭପାତ ପାଇଁ ମଧ୍ୟ ସ୍କୁଲ କର୍ତ୍ତୃପକ୍ଷ ବାଧ୍ୟ କରିଥିଲେ ।
ଗଣବଳକ୍ରାର ଅଭିଯୋଗ ପ୍ରମାଣ ମିଳିବାପରେ ଉକ୍ତ ୪ ଅଭିଯୁକ୍ତଙ୍କୁ ପୋଲିସ ସୋମବାର ଗିରଫ କରିଛି । ଘଟଣାକୁ ଚପାଇବା ଉଦ୍ଦଶ୍ୟରେ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ସ୍କୁଲର ନିର୍ଦ୍ଦେଶକ, ଅଧ୍ୟକ୍ଷ, ପ୍ରଶାସନିକ ଅଧିକାରୀ ଓ ତାଙ୍କ ପତ୍ନୀଙ୍କୁ ମଧ୍ୟ ଗିରଫ କରାଯାଇଛି । ମଙ୍ଗଳବାର ଗିରଫ ଅଭିଯୁକ୍ତମାନଙ୍କୁ ଜୁନେଭାଲ କୋର୍ଟରେ ଏବଂ ଅନ୍ୟାନ୍ୟ ଅଭିଯୁକ୍ତମାନଙ୍କୁ ଅନ୍ୟ ଏକ କୋର୍ଟରେ ହାଜର କରାଯାଇଥିବା ପୁଲିସ ସୂଚନା ଦେଇଛି ।

LEAVE A REPLY

Please enter your comment!
Please enter your name here