You are here
Home > ଲାଟେଷ୍ଟ > ନବୀନଙ୍କୁ ଚ୍ୟାଲେଞ୍ଜ; କାଗଜ ନଦେଖି ମହାନଦୀ ବିଷୟରେ କୁହନ୍ତୁ: ଜୁଏଲ୍

ନବୀନଙ୍କୁ ଚ୍ୟାଲେଞ୍ଜ; କାଗଜ ନଦେଖି ମହାନଦୀ ବିଷୟରେ କୁହନ୍ତୁ: ଜୁଏଲ୍

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗ ନେଇ ଛତିଶଗଡ ଓ ଓଡ଼ିଶା ମଧ୍ୟରେ ଜାରି ବିବାଦ ଏବେ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି । ଏହା ସତ୍ତ୍ୱେ  ଛତିଶଗଡ ମହାଦନୀ ଉପର ମୁଣ୍ଡରେ ସ୍ଥିତ ବ୍ୟାରେଜ୍ ବନ୍ଦ କରିଦେଇଥିବାରୁ  ତଳ ମୁଣ୍ଡରେ ଜଳ ସଂକଟ ଦେଖା ଦେଇଛି । ମହାନଦୀକୁ ନେଇ ଶାସକ ବିଜେଡି ଓ ବିରୋଧୀ ବିଜେପି ମଧ୍ୟରେ ରିତିମତ ଆରୋପ ପ୍ରତ୍ୟାରୋପ  ଜାରି ରହିଛି । ଏହି କ୍ରମରେ ସୋମବାର ମହାନଦୀ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ମୁଖ୍ୟମନ୍ତ୍ରୀଙ୍କୁ କଡା ସମାଲୋଚନା କରିଛନ୍ତି । ଜୁଏଲ କହିଛନ୍ତି, ଏବେ ଯଦି ପାଣି ଅଟକାଯାଇଛି । ସେଥିପାଇଁ ଛତିଶଗଡ ସରକାର ଦାୟୀ । ଛତିଶଗଡ ସରକାର କଲମା ବ୍ୟାରେଜ୍ ଗେଟ୍ ଖୋଲିବା ଉଚିତ ।  ଏବେ ପାଣି ଅଟକାଯିବା ନେଇ ନିଶ୍ଚିତ ରୂପେ ଛତିଶଗଡ ସରକାର ଦାୟୀ  । ମାତ୍ର ମହାନଦୀରେ ୭୦ ପ୍ରତିଶତ ପାଣି ସମୁଦ୍ରକୁ ଯାଉଛି । ଏଥିପାଇଁ  କିଏ ଦାୟୀ । ରାଜ୍ୟର କେଉଁ କେଉଁ କେନାଲକୁ ପାଣି ବନ୍ଦ ହୋଇଛି ତଥ୍ୟ ସହ ରାଜ୍ୟ ସରକାର ଆସନ୍ତୁ ବୋଲି ଜୁଏଲ ଓରାମ କହିଛନ୍ତି  । ଅସମର୍ଥ ଓ ଅପାରଗ ନବୀନ ସରକାରଙ୍କ ପାଇଁ ଆଜି ଏମିତି ସ୍ଥିତି । ଜୁଏଲ, ନବୀନଙ୍କୁ ଚ୍ୟାଲେଞ୍ଜ କରି କହିଛନ୍ତି, କାଗଜ ନ ଦେଖି ମହାନବୀ ବିଷୟରେ ୫ ମିନିଟ୍ କୁହନ୍ତୁ ଏବେ ମୋଦିଙ୍କୁ କପି କରି ନବୀନ ସେଲଫି ନେବା ଆରମ୍ଭ କରିଛନ୍ତି  । ରାଜ୍ୟରେ ୧୯୯୫/୯୬ ପରି ଅବସ୍ଥାର ପୁନରାବୃତ୍ତି ହେବ ବୋଲି ଜୁଏଲ କହିଛନ୍ତି  ।

Loading...
ONA

Leave a Reply

Top