୮ ବର୍ଷରେ ୩୩ ଟ୍ରକ ଡ୍ରାଇଭରଙ୍କୁ ହତ୍ୟା

https://www.facebook.com/nnsodia/videos/267154983995629/?t=5

ହତ୍ୟାକାରୀର ବୟାନ, ସେମାନଙ୍କୁ କଷ୍ଟରୁ ମୁକ୍ତି ଦିଆଯାଇଛି

ଭୋପାଳ: ଲୋକ ଏତେ ହିଂସ୍ର ଥାନ୍ତି ତାହା ତାଙ୍କ ସମ୍ପର୍କରେ ନ ଜାଣିଲେ ହଠାତ ତାଙ୍କୁ ବିଶ୍ୱାସ କରିବା କଷ୍ଟକର । ଜଣେ ଦରଜୀ ବା ଟେଲର ଦୋକାନୀ ଯେ ୩୩ ହତ୍ୟାକାଣ୍ଡ ଘଟାଇପାରେ ଏକଥା ଅବିଶ୍ୱାସନୀୟ ହେଲେ ବି ସତ । ଟେଲରିଂ କାମ ସହ ତା ମନରେ ରହିଥିବା କ୍ରିମିନାଲ ଭାବନା ଯେ କେତେ ଭୟଙ୍କର ତାହା ଏବେ ଜଣାପଡ଼ିଛି । ସେ ଲୋକ ସହ ଦିନରାତି ମିଶିଲେ ମଧ୍ୟ କେହି ହଠାତ ଜାଣି ପାରିଲେ ନି ଯେ, ତା ଭିତରେ ଏକ ସାଂଘାତିକ ସଇତାନୀ ମନୋଭାବ ରହିଛି । ଭୋପାଳର ମଣ୍ଡିପଦରଠାରେ ଏଭଳି ଏକ ଘଟଣା ପୁଲିସ ହାତକୁ ଆସିଛି । ଜଣେ ନୁହେଁ କି ଦୁଇଜଣ ନୁହେଁ ଲଗାତର ଭାବେ ୩୩ ଜଣଙ୍କୁ ସେ ହତ୍ୟା କରିସାରିଲାଣି । ଧରା ନ ପଡ଼ିଥିଲେ ଆଉ ଯେ କେତେ ହତ୍ୟାକାଣ୍ଡ ଘଟାଇଥାନ୍ତା ତା କହିବା ମୁସ୍କିଲ । ଏହି ହତ୍ୟାକାରୀର ଏକ ସ୍ୱତନ୍ତ୍ର ତରିକା ମଧ୍ୟ ଥିଲା । ସେ ଅନ୍ୟ କାହାକୁ ନୁହେଁ ତାର ଟାର୍ଗେଟରେ ଥିଲେ ଟ୍ରକ ଡ୍ରାଇଭର ଓ ହେଲପର । ଏଭଳି ଏକ ଅଭୁତ ମାନସିକତାର ଅପରାଧୀ କ୍ୱଚିତ ଦେଖିବାକୁ ମିଳିବେ । ତିନୋଟି ହତ୍ୟାକାଣ୍ଡର ଅପରାଧୀକୁ ଧରିବାକୁ ଯାଇ ୩୩ ହତ୍ୟାକାଣ୍ଡର ଅପରାଧୀ ଧରାପଡ଼ିଲା । ପୁଲିସ ସବୁ ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହି ହତ୍ୟାକାଣ୍ଡ କେବଳ ମଧ୍ୟପ୍ରଦେଶ ନୁହେଁ ଆଖପାଖ ୪ଟି ରାଜ୍ୟରେ ତାର ଅପରାଧୀକ ସାମ୍ରାଜ୍ୟ ବିସ୍ତାର କରିଛି ।
ଘଟଣା ଘଟିଛି ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ । ମଣ୍ଡିଦିପରରେ ଆଦେଶ ଖମାରା ନାମକ ଜଣେ ବ୍ୟକ୍ତିଙ୍କର ଏକ ଛୋଟିଆ ଟେଲରିଂ ଦୋକାନଟିଏ ରହିଛି । ଲୋକେ ତାଙ୍କ ସହ ଦିନରାତି ମିଶିଥାନ୍ତି । ମାତ୍ର ସେ ଯେ ଜଣେ ସିରିଜ କିଲର ହୋଇଥିବେ ଏକଥା କେହି ଭାବିପାରୁ ନାହାଁନ୍ତି । ଶୁଣିଲା ପରେ ବର୍ତ୍ତମାନ ସମସ୍ତେ ଚକିତ ହୋଇଯାଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଭୋପାଳ ପୁଲିସ ୩ଟି ହତ୍ୟା ଘଟଣାର ଯାଞ୍ଚ କରୁଥିଲେ । ସେମାନେ ୟୁପିର ସୁଲତାନପୁର ଅନ୍ତର୍ଗତ ଏକ ଜଙ୍ଗଲ ମଧ୍ୟରୁ ତାକୁ କାବୁ କରିଥିଲେ । ଆଦେଶକୁ ଧରିବା ପରେ କେବଳ ଏହି ୩ଟି ହତ୍ୟା ଘଟଣା ନୁହେଁ ସେ ଓ ତାର ସହଯୋଗୀମାନେ ମିଶି ଗତ ୮ ବର୍ଷ ଭିତରେ ମଧ୍ୟପ୍ରଦେଶ, ୟୁପି, ମହାରାଷ୍ଟ୍ର ଏବଂ ବିହାରରେ ୩୩ ଜଣଙ୍କୁ ହତ୍ୟା କରିଛନ୍ତି । ଏମାନେ କେବଳ ଟ୍ରକ ଡ୍ରାଇଭର ଓ ହେଲପରମାନଙ୍କୁ ଟାର୍ଗେଟ କରି ହତ୍ୟା କରୁଥିଲେ । ଢ଼ାବାରେ ଖାଉଥିବା ଟ୍ରକ ଡ୍ରାଇଭର ଓ ହେଲପରମାନଙ୍କ ସହ ପ୍ରଥମେ ସେମାନେ ବନ୍ଧୁତା କରି ପରେ କିଛି ନିଶାମିଶ୍ରିତ ଖାଦ୍ୟପାନୀୟ ଦେଇ ବେହୋସ କରୁଥିଲେ । ବେହୋସ ହେବା ପରେ ସେମାନେ ନିଜେ ସେଇ ଟ୍ରକ୍କୁ ଚଳାଇ ଏକ ନିଛାଟିଆ ସ୍ଥାନ ବା ଜଙ୍ଗଲକୁ ନେଇ ଯାଉଥିଲେ । ସେଠାରେ ଟ୍ରକ ଡ୍ରାଇଭର ଓ ହେଲପରଙ୍କୁ ହତ୍ୟା କରି ସେମାନଙ୍କ ମୃତଦେହକୁ ଫିଙ୍ଗି ଦେଉଥିଲେ । ପରିଚୟ ନଷ୍ଟ କରିବା ପାଇଁ ବିଭିନ୍ନ ପନ୍ଥା ଅବଲମ୍ବନ କରୁଥିଲେ । ହତ୍ୟାପରେ ସେ ଓ ତା’ର ସହଯୋଗୀମାନେ ମିଶି ଟ୍ରକ ଏବଂ ସେଥିରେ ଥିବା ସାମଗ୍ରୀକୁ ଅନ୍ୟତ୍ର ନେଇ ବିକ୍ରି କରିଦେଉଥିଲେ ।
ହେଲେ ଗତ ୮ ବର୍ଷ ଧରି ବିଭିନ୍ନ ସ୍ଥାନରୁ ଟ୍ରକ ଡ୍ରାଇଭର ଓ ହେଲପରମାନଙ୍କ ମୃତଦେହ ମିଳୁଥିଲେ ମଧ୍ୟ କୌଣସି ରାଜ୍ୟର ପୁଲିସ ଅପରାଧୀମାନଙ୍କର ଟେର ପାଉନଥିଲେ । ମାତ୍ର ଗତ ମଙ୍ଗଳବାର ଭୋପାଳ ନିକଟରୁ ୩ ଜଣ ଟ୍ରକ ଡ୍ରାଇଭର ଓ ହେଲପରଙ୍କ ମୃତଦେହ ମଳିବା ପରେ ସ୍ଥାନୀୟ ପୁଲିସ ଏହାର ରହସ୍ୟ ଖୋଜିବାକୁ ଚେଷ୍ଟା କଲେ । ଭୋପାଳ ସିଟି ଏସପି ବିଟୁ ଶର୍ମା ତଦନ୍ତର ନେତୃତ୍ୱ ନେଇଥିଲେ । ଉକ୍ତ ମହିଳା ଅଧିକାରୀ ଜଣକ ହିଁ ଶେଷରେ ତାକୁ ଧରିବାପରେ ପ୍ରକୃତ ରହସ୍ୟ ଉନ୍ମୋଚିତ ହୋଇଥିଲା । ପ୍ରଥମେ ପୁଲିସ ଆଦେଶର କିଛି ସହଯୋଗୀଙ୍କୁ ଗିରଫ କରିବା ପରେ ସେମାନେଙ୍କଠାରୁ ସୂଚନା ପାଇ ଆଦେଶକୁ ଧରିବାକୁ ଜାଲ ବିଛାଇଥିଲା । ଖବର ପାଇ ଆଦେଶକୁ ଧରିବାକୁ ଉଦ୍ୟମ କଲାବେଳେ ସେ ସୁଲତାନପୁରର ଏକ ଜଙ୍ଗଲ ଦେଇ ଦୌଡ଼ିପଳାଇବାକୁ ଚେଷ୍ଟା କରୁଥିଲା । କିନ୍ତୁ ପୁଲିସ ତାକୁ ଏନକାଉଟର ଧମ ଦେଇ ଧରିବାରେ ସଫଳ ହୋଇଥିରେ । ଏହାପରେ ଆଦର୍ଶ ଓ ତାର ସହଯୋଗୀ ରହସ୍ୟା ଉନ୍ମୋଚନ କରିଥିଲେ ।
ଆଦେଶର ଏହି ହତ୍ୟା ପଛରେ ଆଦର୍ଶ ରହିଛି । ସେ କହିଛି ସେମାନଙ୍କୁ ସେ ମାରୁନାହିଁ ବରଂ ମୁକ୍ତି ଦେଉଛି । ସେମାନେ ବହୁ କଷ୍ଟ ଦାୟକ ଜୀବନ ବିତାଉଥିବାରୁ ସେଥିରୁ ମୁକ୍ତି ଦେଇଛନ୍ତି । ଆଦର୍ଶ ତାର ମାମୁଙ୍କଠାରୁ ଏଥିନେଇ ପ୍ରଭାବିତ ହୋଇ ଏହି ପନ୍ଥା ବାଛିଥିବା କଥା କହିଛି । ତାଙ୍କ ମାମୁ ଅଶୋକ ମଧ୍ୟ ଏହିପରି ଜଣେ ସିରିଜ କିଲର ଥିଲେ । ସେ ମଧ୍ୟ ଏହିପରି ଟ୍ରକ ଡ୍ରାଇଭରମାନଙ୍କୁ ହତ୍ୟା କରୁଥିଲେ । ପୁଲିସ ଅଶୋକୁ ଧରିଥିଲେ ମଧ୍ୟ ସେ ଚକମା ଦେଇ ଖସି ପଳାଇଛନ୍ତି । ପୁଲିସ ଆଉ ତାର ପତା ପାଉନାହାଁନ୍ତି ।

ମତାମତ ଦିଅନ୍ତୁ

Please enter your comment!
Please enter your name here