ବଢୁଛି ଭାଇରାଲ ଭିଡିଓ : ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ତଥ୍ୟ ତିନି ମାସରେ ଆସିଛି ୩୧ କେଶ

ଭୁବନେଶ୍ବର : ଦିନକୁ ଦିନ ବଢୁଛି ଭାଇରାଲ ଭିଡିଓ ସମସ୍ୟା । ବିଶେଷ କରି ଯୁବକ ଯୁବତୀଙ୍କ ଅନ୍ତରଙ୍ଗ ମୂହୁର୍ତ୍ତର ଭିଡିଓ ଭାଇରାଲ ହେଉଛି । ଏନେଇ ପୀଡିତା ଆତ୍ମହତ୍ୟା ମଧ୍ୟ କରୁଛନ୍ତି । ଏଭଳି ପ୍ରସଙ୍ଗ ରାଜ୍ୟ ସରକାରଙ୍କ ଚିନ୍ତା ବଢାଇଛି । ଏମିତିକି ପୋଲିସ ଡିଜିଙ୍କ ତାଗିତ ପରେ ବି ଏଭଳି ଘଟଣା କମିବା ପରିବର୍ତ୍ତେ ଦିନକୁ ଦିନ ବଢିବାରେ ଲାଗିଛି । ୨୦୧୬ ମସିହାରେ ଏଭଳି ଘଟଣା ୭୩ ଥିବାବେଳେ ଏହି ମାମଲାରେ ୪୧ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ସେହିପରି ୨୦୧୭ରେ ଏହିଭଳି ମାମଲା ବଢି ୧୮୪ରେ ପହଁଚିଥିଲା । ଏଥିରେ ୮୫ ଅଭିଯୁକ୍ତଙ୍କୁ ଗିରଫ କରୁଛି ପୋଲିସ । ସେହିପରି ୨୦୧୮ ମାର୍ଚ୍ଚ ସୁଦ୍ଧା ୩୧ଟି ଭାଇରାଲ ଭିଡିଓ କେଶ ହୋଇଥିବାବେଳେ ୧୯ ଜଣଙ୍କୁ ଗିରଫ କରିଛି ପୋଲିସ । ବିଧାନସଭାରେ ଏହି ତଥ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଂଗ୍ରେସ ବିଧାୟକ ଭୂଜବଳ ମାଝୀଙ୍କ ଏସଂପର୍କୀତ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଏହି ତଥ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏଥି ସହିତ ୨୦୧୬ରେ ୩୧୭ ଟି ସାଇବର କ୍ରାଇମକେଶ ରେଜିଷ୍ଟର ହୋିଥିବାବେଳେ ୨୦୧୭ରେ ବଢି ଏହା ୮୨୪ରେ ପହଂଚିଥିଲା । ସେହିପି ୨୦୧୮ ମାର୍ଚ ୩୧ ସୁଦ୍ଦା ୧୨୪ ଟି ମାମଲା ହୋଇଛି । ସାଇବର କ୍ରାଇମ ଓ ଭାଇରାଲ ଭିଡିଓ ବଢିବା ଘଟଣା ସରକାରଙ୍କ ଚିନ୍ତା ବଢାଇଛି ।

LEAVE A REPLY

Please enter your comment!
Please enter your name here