କେମିତି କଟିବ ଆଜିର ଦିିନ, ପଢନ୍ତୁ ଓ ଜାଣନ୍ତୁ…

ଭୁବନେଶ୍ୱର: ଆଜି ହେଉଛି ରବିବାର ଅର୍ଥାତ୍ ସୂର୍ଯ୍ୟଙ୍କ ବାର | ଏହି ଦିନ ଆପଣ ସୂର୍ଯ୍ୟଙ୍କୁ ଜଳ ଟେକିବା ସହ ଦାନ କରିବା ଉଚିତ୍ | ତେବେ ଆସନ୍ତୁ ଜାଣିବା କେଉଁ ରାଶିର ଲୋକଙ୍କ ପାଇଁ କେଉଁ ପୂଜା କଲେ ମିଳିବ ଶୁଭ ଫଳ-
ମେଷ: ଅଳସୁଆ ଅନୁଭବ କରିବେ । ଘରକୁ ଅତିଥି ଆସି ପାରନ୍ତି । ବ୍ୟସ୍ତତା ଭିତରେ ଦିନଟି କଟିବ ।
ବୃଷ: ମିଠା କଥା କହି ଲୋକଙ୍କ ମନ ଜିତିବେ । ଅଧିକ ପରିଶ୍ରମ କରିବେ । ପାଚନ ତନ୍ତ୍ରରେ କଷ୍ଟ ଅନୁଭବ କରିବେ ।
ମିଥୁନ: ଦ୍ୱନ୍ଦ୍ୱ ଭିତରେ ରହିବେ । ମାଆଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ । ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ ।
କର୍କଟ: ମନୋରଞ୍ଜନ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି । କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ । ଭାଗ୍ୟ ବୃଦ୍ଧି ହେବ ।
ସିଂହ: ନୂତନ କାର୍ଯ୍ୟ ପାଇଁ ଯୋଜନା କରିପାରନ୍ତି । ଖର୍ଚ୍ଚ ବଢ଼ିବ । ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ କରିବେ ।
କନ୍ୟା: ଦିନଟି ଭଲରେ କଟିବ। ସୁସ୍ଥ ରହିବେ । ମାଆ ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିବ । ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ ।
ତୁଳା: ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ । ପରିବାର ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ । କୌଣସି ଧାର୍ମିକ ସ୍ଥଳୀକୁ ଯାଇପାରନ୍ତି ।
ବିଚ୍ଛା: ବିବାହ ସ୍ଥିର ହୋଇପାରେ । ବ୍ୟବସାୟରେ ଆଶା ମୁତାବକ ଲାଭ ମିଳିବ । ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ ।
ଧନୁ: ପଦନ୍ନୋତି ଯୋଗ ରହିଛି । ଧନପ୍ରାପ୍ତି ଯୋଗ ରହିଛି। ଗୁରୁଜନଙ୍କ ଆଶୀର୍ବାଦ ମିଳିବ ।
ମକର: ବୌଦ୍ଧିକ ଚର୍ଚ୍ଚାରେ ଯୋଗ ଦେଇପାରନ୍ତି । ପିଲାଙ୍କ ପାଠପଢ଼ା ନେଇ ଚିନ୍ତିତ ରହିବେ । ଅଯଥା ଖର୍ଚ୍ଚଠାରୁ ଦୂରେଇ ରୁହନ୍ତୁ ।
କୁମ୍ଭ: ଅନୈତିକ କାର୍ଯ୍ୟଠାରୁ ଦୂରେଇ ରୁହନ୍ତୁ । ଈଶ୍ୱରଙ୍କୁ ଆରାଧନା କରନ୍ତୁ । ମନ ଶାନ୍ତ ରହିବ ।
ମୀନ:କଳାକାର ଓ ଲେଖକଙ୍କ ପାଇଁ ଦିନଟି ଭଲରେ କଟିବ । ମାନ-ସମ୍ମାନ ମିଳିବ। ଯାନବାହନ କିଣିପାରନ୍ତି ।