୩୦ଫୁଟର ମୃତ ତିମି ଉଦ୍ଧାର

https://www.facebook.com/nnsodia/videos/267154983995629/?t=5

କେନ୍ଦ୍ରାପଡ଼ା: ରାଜନଗର ଭିତରକନିକା ଜାତୀୟ ଉଦ୍ୟାନ ସୀମାବର୍ତୀ ଅହିରାଜପୁର ଗ୍ରାମ ନିକଟ ବ୍ରାହ୍ମଣୀ ନଦୀ କୂଳରେ ୩୦ ଫୁଟ ଲମ୍ବର ମୃତ ତିମି ପଡ଼ିଥିବା ଦେଖିବାକୁ ମିଳିଛି । ତିମି ମାଛଟିର ଗଭୀର ସମୁଦ୍ରରେ ଚଳପ୍ରଚଳ କରୁଥିବା ଶକ୍ତିଶାଳୀ ଯନ୍ତ୍ରଚାଳିତ ଟ୍ରଲର ମାଡ଼ରେ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ତିମିଟି ୪ ରୁ ୫ ଦିନ ପୂର୍ବେ ମରି ପଡ଼ିଥିବା ଅନୁମାନ କରାଯାଉଛି । ମୃତତିମି ଗାଁ ପାଖରେ ଲାଗିବା ପରେ ଗାଁର ପିଲାମାନେ ମାଛର ତା ସହିତ ଖେଳୁଛନ୍ତି । ଆଜି ରାଜନଗର ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ଦ୍ୱାରା ମୃତ ତିମିର ବ୍ୟବଚ୍ଛେଦ କରାଯିବ ବୋଲି ଅତିରିକ୍ତ ବନସଂରକ୍ଷକ ସୁବ୍ରତ କୁମାର ପାତ୍ର ସୂଚନା ଦେଇଛନ୍ତି । ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ଶ୍ରୀ କୁମାର କହିଛନ୍ତି ।

ମତାମତ ଦିଅନ୍ତୁ

Please enter your comment!
Please enter your name here