ଘାଟିରୁ ବସ ଖସି ୩୦ ଯାତ୍ରୀ ମୃତ

ମହାରାଷ୍ଟ୍ର: ମହାରାଷ୍ଟ୍ରରେ ଏକ ମର୍ମନ୍ତୁଦ ବସ୍ ଦୁର୍ଘଟଣା ଘଟି ୩୦ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି । ବସ୍ଟି ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲା ଅନ୍ତର୍ଗତ ଅମ୍ବେନାଳି ଘାଟିରୁ ପ୍ରାୟ ୫୦୦ ଫୁଟ ତଳକୁ ଖସିପଡ଼ିଥିଲା । ଏହି ବସ୍ରେ ପ୍ରାୟ ୩୦ରୁ ୪୦ ଲୋକ ଯାଉଥିଲେ । କୋଙ୍କଣ କୃଷି ବିଶ୍ୱବିଦ୍ୟାଳୟର କର୍ମଚାରୀମାନେ ପିକ୍ନିକ୍ କରିବାକୁ ମହାବଲେଶ୍ୱର ଯାଉଥିଲା ବେଳେ ବସ୍ଟି ଭାରସାମ୍ୟ ହରାଇ ଘାଟି ତଳକୁ ଖସିପଡ଼ିଥିଲା । ପୋଲାଦପୁର ପୁଲିସ ଘଟଣାସ୍ଥଳରେ ପହଞ୍ôଚଛି । ଏନଡିଆରଟିମ୍ ଯାଇ ଉଦ୍ଧାର କାର୍ଯ୍ୟରେ ସହାୟତା କରୁଛନ୍ତି । ଏକ ଡାକ୍ତରୀ ଦଳ ମଧ୍ୟ ପୋଲାଦପୁର ଯାଇଛନ୍ତି ।