ଆମ୍ବୁଲାନ୍ସ ଅସିଲାନାହିଁ : ୩ କିଲୋମିଟର ଖଟିଆରେ ବୁହାହେଲେ ରୋଗୀ

https://www.facebook.com/nnsodia/videos/267154983995629/?t=5

କନ୍ଧମାଳ : କନ୍ଧମାଳ ଦାରିଙ୍ଗିବାଡି ତିଲୋରି ଗ୍ରାମପଞ୍ଚାୟତ ଡଡିକିଲୁ ଗାଁରେ ଆମ୍ବୁଲାନ୍ସ, ନ ଆସିବାରୁ ଖଟିଆରେ ବୁହା ହୋଇ ଯାଉଥିବା ଜଣେ ରୋଜି ଦେଖିବାକୁ ମିଳିଛି । ଗାଁ ନିକଟରେ ଯାଇଥିବା ମାଡମଗିପଟା ନଦୀ ଉପରେ ପୋଲ ନଥିବାରୁ ୫ ଖଣ୍ଡ ଗାଁ ଲୋକ ଅନେକ ଅସୁବିଧାନର ସମୁଖିନ୍ନ ହେଉଛନ୍ତି ।
ଘଟଣାରୁ ଜଣାପଡିଛି ଯେ ଗାଁର ଗୋପୀନାଥ ପ୍ରଧାନ ହଠାତ ଅସୁସ୍ଥ ହୋଇପଡିଥିଲେ । ତେବେ ନଦୀ ଥିବାରୁ ଯୋଗୁଁ ମେଡିକାଲକୁ ଅଣାଯାଇପାରିନଥିଲା । ଗତକାଲି ଦେହ ଅଧିକ ଖରାପ ହେବାରୁ ଗାଁ ଲୋକ ମିଶି ତାଙ୍କୁ ୩ କିଲୋମିଟର ଖଟିଆରେ ଆଣିବା ପରେ ଏକ ଅଟୋରେ ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ଗାଁକୁ ରାସ୍ତା ଓ ପୋଲ ନିର୍ମାଣ ପାଇଁ ବାରମ୍ବାର ପ୍ରଶାସନକୁ ଜଣାଇଥିଲେ ମଧ୍ୟ କେହି ଶୁଣୁନଥିବା ଅଭିଯୋଗ ହୋଇଛି । ପ୍ରଶାସନ ଏନେଇ କିଛି ପଦକ୍ଷେପ ନନେଲେ ଆଗାମୀ ଦିନରେ ସମସ୍ତେ ମିଶି ନିର୍ବାଚନ ବର୍ଜନ କରିବେ ବୋଲି ଜଣାଇଛନ୍ତି |

ଆମ୍ବୁଲାନ୍ସ ଦୁର୍ଘଟଣା, ପ୍ରସ୍ତୁତି ସମେତ ଡ୍ରାଇବର ଓ ଆଶାକର୍ମୀ ଗୁରୁତର

1 COMMENT

ମତାମତ ଦିଅନ୍ତୁ

Please enter your comment!
Please enter your name here