ବେପରୁଆ ଗାଡି ଚାଳନା : ଗଲା ୩ ଜୀବନ, ୩ ଗୁରୁତର

ନୟାଗଡ: ଗଣିଆ ତହସିଲ ଅଫିସ ନିକଟରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ୬ ଜଣ ମହିଳାଙ୍କ ଉପରେ ଦ୍ରୁତଗତିରେ ଆସୁଥିବା ଏକ କାର ମାଡିଯାଇଛି । ଫଳରେ ୩ଜଣଙ୍କ ମୃତୁ୍ୟ ଘଟିଥିବା ବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ଚିକିତ୍ସା ପାଇଁ ପ୍ରଥମେ ଗଣିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ଖରାପ ହେବାରୁ ସେମାନଙ୍କୁ ନୟାଗଡ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ପତନ ବେହେରାଙ୍କ ମୃତୁ୍ୟ ଘଟିବା ସହିତ ମୃତୁ୍ୟ ସଂଖ୍ୟା ୩ରେ ପହଞ୍ଚିଛି । ପୂର୍ବରୁ ଘଟଣା ସ୍ଥଳରେ ନଣଦ-ଭାଉଜଙ୍କ ମୃତୁ୍ୟ ହୋଇଥିଲା ।  ଉଭୟଙ୍କ ନାଁ ଉପାସୀ ବେହେରା । ଆହତମାନେ ହେଲେ ପତର ବେହେରା, ଜାନକୀ ବେହେରା, ଇନ୍ଦୁ ବେହେରା  । ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ସହ ଲୋକେ ଗଣିଆ-କଣ୍ଟିଲୋ ରାସ୍ତା ଅବରୋଧ କରିଛନ୍ତି । ପୋଲିସ କାରଟିକୁ ଜବତ କରିବା ସହ ଦୁଇ ଜଣଙ୍କୁ ଅଟକ ରଖିବା ସହ ପଚରାଉଚରା କରୁଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ କାରଟି ଦ୍ରୁତଗତିରେ ଆସି ଏହି ମହିଳାମାନଙ୍କୁ ଧକ୍କା ଦେଇଥିଲା । ଏହି ମହିଳାମାନେ ଧାନ କାଟି ଫେରୁଥିବା ବେଳେ ଏଭଳି ଦୁର୍ଘଟଣା ଘଟିଛି । ଏମାନେ ସମସ୍ତେ ପତଣ୍ଡା ଗାଁର ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here